MEHENDI IN MACHINE!ମେହେନ୍ଦି ମେସିନ ଛଡ଼ାଇନେବ ଚାକିରୀ!
ଯିଏ ନିଜ କଳା ଓ ଘଣ୍ଟା ଘଣ୍ଟା ଧରି ପରିଶ୍ରମ ବଳରେ ହାତରେ ସୁନ୍ଦର ମେହେନ୍ଦିର ଡିଜାଇନ କରେ। ଗ୍ରାହକଙ୍କ ରୁଚିକୁ ଦେଖି ବିଭିନ୍ନ ଡିଜାଇନ କରେ। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ମେହେନ୍ଦି ଲଗାଇବା ବେଳେ ମେସିନର ବ୍ୟବହାରକୁ ନେଇ ନାନା କଥା କୁହାଯାଉଛି।

ଲୋକଙ୍କ ବଦଳରେ ଏଣିକି ହାତରେ ମେହେନ୍ଦି ଲଗାଇବ ମେସିନ। ଚାକିରୀ ବନାମ ଟେକ୍ନିକକୁ ନେଇ ସୋସିଆଲ ମିଡିଆରେ ବଡ଼ ବିତର୍କ ମୁଣ୍ଡ ଟେକିଲାଣି। ସୋସିଆଲ ମିଡିଆରେ ହାତରେ ମେସିନ ମେହେନ୍ଦି ଲଗାଉଥିବାର ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ଦେଖି ବଢ଼ୁଥିବା ଟେକ୍ନିକକୁ ନେଇ ଭିନ୍ନ ମତ ଆସିବାରେ ଲାଗିଛି। ମେହେନ୍ଦି କେବଳ ଶୃଙ୍ଗାରର ଅଂଶ ନୁହେଁ। ବରଂ ଅନେକ ଭାରତୀୟ ପରମ୍ପରା ଓ ସମାରୋହ ସହ ଏହା ଓତଃପ୍ରୋତ ଭାବେ ଜଡ଼ିତ। ଭାରତରେ ବିବାହ ଓ ପର୍ବପର୍ବାଣୀ ତଥା ବିଶେଷ ଉତ୍ସବରେ ମେହେନ୍ଦି ଲଗାଇବାର ପରମ୍ପରା ରହିଆସିଛି। ଏହି ଅବସରରେ ମେହେନ୍ଦି ଆର୍ଟିଷ୍ଟକୁ ଡକାଯାଏ। ଯିଏ ନିଜ କଳା ଓ ଘଣ୍ଟା ଘଣ୍ଟା ଧରି ପରିଶ୍ରମ ବଳରେ ହାତରେ ସୁନ୍ଦର ମେହେନ୍ଦିର ଡିଜାଇନ କରେ। ଗ୍ରାହକଙ୍କ ରୁଚିକୁ ଦେଖି ବିଭିନ୍ନ ଡିଜାଇନ କରେ। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ମେହେନ୍ଦି ଲଗାଇବା ବେଳେ ମେସିନର ବ୍ୟବହାରକୁ ନେଇ ନାନା କଥା କୁହାଯାଉଛି। ଏ ଭିଡ଼ିଓ ବିଜନେସମ୍ୟାନ ହର୍ଷ ଗୋଏଙ୍କା ସେୟାର କରିଛନ୍ତି। ଗୋଏଙ୍କା କ୍ୟାପସନରେ କେବଳ ଏତିକି ଲେଖିଛନ୍ତି, କିଛି ଚାକିରୀ ପୁଣି ଚାଲିଯିବ। ଏହି ଗୋଟିଏ ଲାଇନ ହିଁ ଅଟୋମେସନ ଓ ପାରମ୍ପରିକ ରୋଜଗାରକୁ ନେଇ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଅନେକ ୟୁଜର୍ସ କହିଛନ୍ତି, ଏଭଳି ମେସିନ ବଜାରକୁ ଆସିଲେ, ମେହେନ୍ଦି କଳାକାରଙ୍କ ଜୀବିକା ପ୍ରଭାବିତ ହେବ। ଆଉ କିଛି କହିଛନ୍ତି,ବିବାହ ଉତ୍ସବରେ ମହିଳାମାନେ ନିଡିଲ ଭଳି ମେସିନର ତଳେ ହାତ ରଖିବାକୁ ଭୟ କରିପାରନ୍ତି। ଅନେକ ୟୁଜର୍ସ ଏଭଳି ଭିଡିଓର ସତ୍ୟାସତ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ଅନେକ ଏଆଇ -ଜେନେରେଟେଡ୍ ବା ଡିଜିଟାଲି ମ୍ୟାନିପୁଲେସନ ଲାଗୁଛି ବୋଲି କହିଛନ୍ତି।
