MLA PARAG AS BEGGAR:୫ହଜାର କୋଟି ଟଙ୍କାର ମାଲିକ- କାହିଁକି ରାସ୍ତାରେ ଭିକ ମାଗିଲେ ବିଧାୟକ ?
ସେ ଦିନେ ନିଃସ୍ୱ ହୋଇଗଲେ, ଏ ଦୁନିଆ ଓ ସଂସାରରେ ତାଙ୍କର ମୂଲ୍ୟ କଅଣ, ସେ ନିଜେ ହୃଦବୋଧ କରନ୍ତୁ ବୋଲି ଗୁରୁ ଶିକ୍ଷା ଦେଇଥିଲେ। ଯଦି ଜୀବଦଶାରେ ପୁଣ୍ୟ କାମ କରିଥିବେ, ତେବେ ଦୁଇ ହାତ ସଲାମତ ଥିଲେ, କେବେ ମଣିଷ ଭୋକିଲା ରହିବନି। ବରଂ ଲକ୍ଷ ଲକ୍ଷ ଲୋକଙ୍କ ପେଟକୁ ପୁରାଇପାରିବ।

୫ହଜାର କୋଟି ଟଙ୍କାର ମାଲିକ। ତା ସହ ବିଧାୟକ ବି। କିନ୍ତୁ ରାସ୍ତାରେ ସାଜିଲେ ଭିକାରୀ। ଭିକ ମାଗି ଚଳିଲେ। ମହାରାଷ୍ଟ୍ରର ଘଟକୋପର ବିଧାୟକ ପରାଗ ଶାହାଙ୍କ ଏଭଳି ସ୍ଥିତି କାହିଁକି ହେଲା। ଦେଶର ସବୁଠୁ ଧନୀ ବିଧାୟକଙ୍କ ଭିତରେ ଜଣେ ହେଉଛନ୍ତି ପରାଗ। ହେଲେ ଆଜି ଏଭଳି ସ୍ଥିତି। ଭାବିଲେ ବି ଆଶ୍ଚର୍ଯ୍ୟ ଲାଗିବ। ତାଙ୍କର ଭିଡ଼ିଓ ଭାଇରାଲ ହୋଇଛି। ଯିଏ ଦେଖୁଛି ତାଜୁବ ହୋଇଯାଇଛି। ରାସ୍ତାରେ ଅଳିଆ ଆବର୍ଜନା ସଫା କରୁଛନ୍ତି। ମାଗି ଯାଚି ଜରି ପଲିଥିନରେ ଯାହା ପାଇଲେ ତାକୁ ଖାଇଲେ। ଦାଢ଼ି ଏତେ ବଢ଼ିଯାଇଛି ଯେ ମୁହଁ ଭଲରେ ଦିଶୁନି। ହେଲେ ଅସଲ କଥା ଯିଏ ଜାଣୁଛି, ଚକିତ ହୋଇଯାଉଛି। ନିଜ ଗୁରୁଙ୍କ ଶିକ୍ଷା ଅନୁସାରେ ଆତ୍ମିକ ଅନୁଭବ ପ୍ରାପ୍ତ ଲାଗି ଦିନକ ଲାଗି ଭିକାରୀ ସାଜି ଏଭଳି କରିଥିଲେ ପରାଗ ଶାହ। ସେ ଦିନେ ନିଃସ୍ୱ ହୋଇଗଲେ, ଏ ଦୁନିଆ ଓ ସଂସାରରେ ତାଙ୍କର ମୂଲ୍ୟ କଅଣ, ସେ ନିଜେ ହୃଦବୋଧ କରନ୍ତୁ ବୋଲି ଗୁରୁ ଶିକ୍ଷା ଦେଇଥିଲେ। ଯଦି ଜୀବଦଶାରେ ପୁଣ୍ୟ କାମ କରିଥିବେ, ତେବେ ଦୁଇ ହାତ ସଲାମତ ଥିଲେ, କେବେ ମଣିଷ ଭୋକିଲା ରହିବନି। ବରଂ ଲକ୍ଷ ଲକ୍ଷ ଲୋକଙ୍କ ପେଟକୁ ପୁରାଇପାରିବ। କିନ୍ତୁ ଯଦି ପୁଣ୍ୟ କରିନଥିବେ, ନିଜ ପେଟକୁ ଦାନା ଗଣ୍ଡାଏ ମିଳିବା କାଠିକର ହୋଇପଡ଼େ। ରାସ୍ତାରେ ଏମାନଙ୍କୁ ଦେଖିଲେ ଆମେ ଅଣଦେଖା କରିଦେଉ। କେହି ଏଡ଼ାଇ ଯାଆନ୍ତି। କେହି ସେମାନଙ୍କ କଥାକୁ ଅଶୁଣା କରିଦିଅନ୍ତି। କେବେ ଘୃଣାରେ ତ କେବେ ଘାବରେଇ। କିଏ ଦୟାରେ ମୁଠାଏ ଖାଇବାକୁ ଦିଏ ତ କିଏ କିଛି ଟଙ୍କା ଦେଇଦିଏ। ଦୈନିକ ଭିକାରୀଙ୍କୁ ଏଭଳି ସଭ୍ୟସମାଜର ଦୃଷ୍ଟିଭଙ୍ଗି ଥାଏ। ଗେଟଅପ ବଦଳାଇ ସଡକରେ ଭିକାରୀ ରୂପରେ ପରାଗ ଚାଲି ହୃଦବୋଧ କରିଥିଲେ ମଣିଷପଣିଆର ଅସଲ ସତ ଓ ଅର୍ଥ କଅଣ ବୋଲି। ସମ୍ମାନ, ଦାମି କାର୍, ଭିଆଇପି ଟ୍ରିଟମେଣ୍ଟ, ବଡ଼ିଗାର୍ଡ ଓ ଲୋକଙ୍କ ସ୍ନେହ ଓ ଆଦର ସେମିତି ଥିଲା। ହେଲେ ଏ ସବୁ ବିନା ତାଙ୍କର ଅସ୍ତିତ୍ୱ କଅଣ, ତାକୁ ପରଖିଥିଲେ ପରାଗ। ଚତୁର୍ମାସରେ ଗୁରୁ ନମ୍ରମୁନିଙ୍କ ପରାମର୍ଶରେ ଗରିବ,ବେସାହାରାଙ୍କ ପରିସ୍ଥିତିକୁ ନିଜେ ଅନୁଭବ କଲେ।
