MMDR ନେଇ ବିଭୂତି ଜେନାଙ୍କ ବଡ଼ ବୟାନ
MMDR ଆଇନକୁ ନେଇ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ବଡ଼ ବୟାନ, କହିଲେ- ରାଜ୍ୟର ଅଧିକାର କ୍ଷୁର୍ଣ୍ଣ ହୋଇନି।
ଭୁବନେଶ୍ୱର: MMDR ଆଇନକୁ ନେଇ ପୁଣି ନିଜର ମତ ରଖିଛନ୍ତି ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଜେନା। ଖଣି କ୍ଷେତ୍ରରେ ରାଜ୍ୟଗୁଡ଼ିକର ଅଧିକାର କ୍ଷୁର୍ଣ୍ଣ ହୋଇନଥିବା ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ପରିପ୍ରେକ୍ଷୀରେ ୨୦୧୫ରେ MMDR ଆଇନରେ ସଂଶୋଧନ କରି ନୂଆ ବ୍ୟବସ୍ଥା ଅଣାଯାଇଥିଲା। ଏହା ଦ୍ୱାରା ପ୍ରାୟ ୯୦ ପ୍ରତିଶତ ଖଣି ନିଲାମ ହୋଇଛି। ଆଗରୁ ରାଜ୍ୟ କେତେ ଟଙ୍କା ପାଉଥିଲା ଏବଂ ବର୍ତ୍ତମାନ କେତେ ଅଧିକ ରାଜସ୍ୱ ପାଉଛି, ସେନେଇ ଆଲୋଚନା ହେଉନଥିବା ମନ୍ତ୍ରୀ କହିଛନ୍ତି। ନୂଆ ନିୟମ ଭଲ ଏବଂ ଏହାଦ୍ୱାରା ରାଜ୍ୟର ରାଜସ୍ୱ ହାନି ହେଉନାହିଁ ବୋଲି ବିଭୂତି ଜେନା ଦାବି କରିଛନ୍ତି। ତାଙ୍କ କହିବା କଥା, ଆଗରୁ ଓଡ଼ିଶାରେ କେଉଁଠି ଲାଭ ହେଉଥିଲା ଏବଂ ଏବେ ନୂଆ ବ୍ୟବସ୍ଥା ଯୋଗୁଁ କେଉଁଠି କ୍ଷତି ହୋଇଛି, ତାହା ପ୍ରଥମେ ସ୍ପଷ୍ଟ କରାଯାଉ। ଏହି ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ମଧ୍ୟ ନିଶାନା କରିଛନ୍ତି ମନ୍ତ୍ରୀ। ସେମାନେ ଲୋକଙ୍କୁ ଭ୍ରମିତ କରୁଥିବା ଏବଂ ଏହା ପଛରେ ରାଜନୀତି ରହିଥିବା ସେ ଅଭିଯୋଗ କରିଛନ୍ତି। ୨୦୦୪ରେ ଅଣାଯାଇଥିବା ଓରିସେକ୍ ଆଇନ ଏବେ ବି ବଳବତ୍ତର ରହିଛି ଏବଂ ଏହା ସମ୍ପର୍କିତ ମାମଲା କୋର୍ଟରେ ବିଚାରାଧୀନ ଥିବା କହିଛନ୍ତି ବିଭୂତି ଜେନା ।
