Harassment Case: ଛାତ୍ରୀଙ୍କୁ କାରରେ ଟାଣିନେବା ଉଦ୍ୟମ, ୨ ଅଭିଯୁକ୍ତ ପୋଲିସ ହେପାଜତରେ
ଦିଲ୍ଲୀର ମୁର୍ଖାଜୀନଗରରେ ହିନ୍ଦୁ କଲେଜର ଦୁଇଜଣ ଛାତ୍ରୀଙ୍କୁ ଅସଦାଚରଣ କରିବା ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାରରେ ଟାଣିନେବା ଚେଷ୍ଟା କରିବାର ମାମଲାରେ ପୋଲିସ ଦୁଇ ଅଭିଯୁକ୍ତ ଅଭିମନ୍ୟୁ ଓ ଅଭିନବକୁ ହେପାଜତରେ ନେଇଛି |

ମୁର୍ଖାଜୀନଗରରେ ହିନ୍ଦୁ କଲେଜର ଦୁଇଜଣ ଛାତ୍ରୀଙ୍କ ସହ ଅସଦାଚରଣ, ଅଭଦ୍ର ବ୍ୟବହାର ଏବଂ ଜଣେ ଛାତ୍ରୀଙ୍କୁ କାରରେ ଟାଣି ନେବାକୁ ଚେଷ୍ଟା କରିବା ମାମଲାରେ ଗତ କାଲି ବିଳମ୍ୱିତ ସନ୍ଧ୍ୟାରେ ପୋଲିସ ଦୁଇ ଅଭିଯୁକ୍ତ ଅଭିମନ୍ୟୁ ଓ ଅଭିନବକୁ ହେପାଜତରେ ନେଇଛି | ଅଭିମନ୍ୟୁଙ୍କୁ ଗୁରୁଗ୍ରାମ ଓ ଅଭିନବଙ୍କୁ ଲକ୍ଷ୍ମୀନଗରରୁ ଧରାଯାଇଛି | ପୋଲିସ ଦୁଇ ଅଭିଯୁକ୍ତଙ୍କୁ ହେପାଜତ ରେ ନେଇ ମୁଖ୍ୟ ଅଭିଯୁକ୍ତ ନମନ ଚୌଧରୀ ଓ ଅନ୍ୟ ଅଭିଯୁକ୍ତଙ୍କ ଠିକଣା ବିଷୟରେ ପଚାରଉଚରା କରିଛି | ଯୁବତୀଙ୍କ ଅନୁସାରେ , SUB କାରରେ ବସିଥିବା ଜଣେ ଅଭିଯୁକ୍ତ ପ୍ରଥମେ ତାଙ୍କର ଟି-ସର୍ଟ କୁ ନେଇ ଟିପଣି କରିଥିଲେ | ଯୁବତୀଙ୍କ ମୁତାବକ ,ଅଭିଯୁକ୍ତ କହିଥିଲେ "ଟି-ସର୍ଟ ବହତ ଅଛି ଲଗ ରହି ହେ "| ସେ ନାଲି ରଙ୍ଗର ଟି-ସର୍ଟ ପିନ୍ଧିଥିଲେ ଓ ସେଥିରେ "ଅର୍ବାନ୍ ମାଇଣ୍ଡସେଟ୍" ଲେଖା ହୋଇଥିଲା | ଏହା ପୂର୍ବରୁ ପୋଲିସ ଅଭିଯୁକ୍ତମାନଙ୍କ ସଫାରୀ କାରକୁ ଭାଲସ୍ଵା ଡ଼େରିସ୍ଥିତ ଏକ ପାର୍କିଂରୁ ଉଦ୍ଧାର କରିଥିଲା | ସେମାନେ ସେଠାରେ କାରଟିକୁ ରଖି ଫେରାର ହୋଇ ଯାଇଥିଲେ | ଉତ୍ତର ପଶ୍ଚିମ ଜିଲ୍ଲା ପୋଲିସରେ ଥିବା ଆକଂକ୍ଷା ୟାଦବଙ୍କ ଅନୁସାରେ , ଛାତ୍ରୀ ଅଭିଯୋଗ କରିଥିଲେ କି ଜଣେ ଅଭିଯୁକ୍ତ ନମନ ଚୌଧୁରୀ , ଯିଏ କରାୱଲ ନଗରରେ ରହନ୍ତି ଏବଂ ଆଇନର ଛାତ୍ର | ଘଟଣା ପରେ ପୋଲିସ ଘଟଣାରେ ସାମିଲ ଥିବା ଅଭିଯୁକ୍ତ ପରିଚୟ ଓ ତାଙ୍କର ଗିରଫ ପାଇଁ ସମ୍ଭାବ୍ୟ ଠିକଣାରେ ଚଢ଼ାଉ କରିଥିଲେ ବୋଲି କହିଛନ୍ତି ପୋଲିସ ଅଧିକାରୀ | ପୋଲିସ ଘଟଣାସ୍ଥଳରେ ଲାଗିଥିବା କ୍ୟାମେରା ଓ ସ୍ଥାନୀୟ ସ୍ତରରେ ତଦନ୍ତ କରିବା ପରେ କାରରେ ବସିଥିବା ଅଭିଯୁକ୍ତଙ୍କ ପରିଚୟ ପାଇଁ ତାଙ୍କ ସନ୍ଧାନରେ ଦିଲ୍ଲୀ ବ୍ୟତିତ ପୋଲିସର ଟିମ ଗୁରୁଗ୍ରାମ, ଗଜିୟାଵାଦ ,ଓ ନୋଏଡା ରେ ଚଢ଼ାଉ କରିଥିଲେ | ଏହିମଧ୍ୟରେ ଗତ କଲି ପୋଲିସକୁ ଅଭିମନ୍ୟୁ ଗୁରୁଗ୍ରାମରେ ଥିବାର ସୂଚନା ମିଳିଥିଲା | ଯେତେବେଳେ ପୋଲିସ ସେଠାରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା | ଯେବେକି ଅଭିନବକୁ ଲକ୍ଷ୍ମୀ ନଗର ଅଞ୍ଚଳରୁ ଧରିଲା |
