Morphed Video Modi: ମୋଦିଙ୍କ ସହ ମହିଳାଙ୍କ ମର୍ଫ୍ ଫଟୋ ଭାଇରାଲ୍
ମହିଳାଙ୍କ ଅଭିଯୋଗ ଯେ, AI ଏବଂ ଫେସ୍-ସ୍ଵାପ୍ ଟେକ୍ନୋଲେଜିର ବ୍ୟବହାର କରି ତାଙ୍କ ଫଟୋକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସହ ଭୁଲ ଭାବେ ଯୋଡାଯାଇଥିଲା | ଏହି ଆପତ୍ତିଜନକ ଫଟୋ ହଟାଇବାକୁ ମେଟାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ |

ଦିଲ୍ଲୀ ହାଇକୋର୍ଟ କକ୍ରୋଚ ଜନତା ପାର୍ଟି (CJP)ର ନେତା - ସୌରଭ ଦାସ, ଅଭିଜିତ ଦିପକେ ,ଆଶୁତୋଷ ରଙ୍କା ଓ ରତ୍ନା ସିଂହଙ୍କୁ ନୋଟିସ ଜାରି କରିଛନ୍ତି | ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ଅଜ୍ଞାତ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବାର ଗୋଟିଏ ଦିନ ପରେ ଏହି କାର୍ଯ୍ୟନୁଷ୍ଠାନ ହୋଇଛି | ମହିଳାଙ୍କ ଅଭିଯୋଗ ଯେ , ଏହି ବର୍ଷ ଜନ୍ତରମନ୍ତର ହୋଇଥିବା ବିରୋଧ ପ୍ରର୍ଦଶନ ସମୟରେ ତାଙ୍କର ଫଟୋ ମର୍ଫ୍ କରି ବିନା ଅନୁମତିରେ ଭାଇରାଲ୍ କରାଗଲା | ହାଇକୋର୍ଟ ସୋସିଆଲ ମିଡିଆ କମ୍ପାନୀ ମେଟାକୁ ନିର୍ଦ୍ଦେଶ ଦେଇଛନ୍ତି "ମହିଳାଙ୍କ ସହ ଜଡିତ ସମସ୍ତ ଆପତ୍ତିଜନକ ଫଟୋ ଏବଂ ଲିଙ୍କ୍ ନିଜ ପ୍ଲାଟଫର୍ମରେ ୨୪ ଘଣ୍ଟାରେ ଭିତରେ ହଟାନ୍ତୁ | ଏହା ବ୍ୟତିତ, ମହିଳାଙ୍କୁ ପୋଲିସ ସୁରକ୍ଷା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।ଏବଂ ତାଙ୍କ ପିଟିସନରେ ଦିଲ୍ଲୀ ପୋଲିସ ନୋଟିସ ଜାରି କରିଥିଲା" | ଦିଲ୍ଲୀ ପୋଲିସକୁ ଦୁଇ ସପ୍ତାହ ମଧ୍ୟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ଗିରୀଶ କାଠପାଳିଆ କହିଛନ୍ତି , ଏହା ଏକ ଅସାଧାରଣ ସ୍ଥିତି ଅଟେ ଯେଉଁଥିରେ ମାମଲା କେବଳ ଜଣେ ମହିଳାଙ୍କ ନୁହଁ ବରଂ ଦେଶର ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ମାମଲା ଅଟେ | ଯଦି ସେମାନେ ସମ୍ବେଦନଶୀଳ ନୁହନ୍ତି ,ତେବେ ମୁଁ ସେମାନଙ୍କୁ ସମ୍ବେଦନଶୀଳ କରିବା ନିଶ୍ଚିତ କରିବି | ମହିଳାଙ୍କ ଅଭିଯୋଗ ଥିଲା ଯେ, AI ଏବଂ ଫେସ୍-ସ୍ଵାପ୍ ଟେକ୍ନୋଲେଜିର ବ୍ୟବହାର କରି ତାଙ୍କ ଫଟୋକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସହ ଭୁଲ ଭାବେ ଯୋଡାଯାଇଥିଲା | ବିରୋଧୀ ପ୍ରଦର୍ଶନ ବଡ ବ୍ୟାନର ଓ ପୋଷ୍ଟରଗୁଡିକରେ ଫଟୋ ବ୍ୟବହାର କରାଯାଇଥିଲା , ଏହା ସହିତ ଅଶ୍ଳୀଳ ନାରା ଲଗାଇ ଓ ସେହି ଏହି ଫଟୋକୁ ସୋସିଆଲ ମିଡ଼ିଆ ବିଶେଷକରି ଇନଷ୍ଟାଗ୍ରାମରେ ବ୍ୟାପକ ଭାବେ ପ୍ରଚାର କରାଯାଇଥିଲା | CJP ନେତା ଅଭିଜିତ ଦିପକେ ଓ ସୌରଭ ଦାସଙ୍କ ସହିତ ଅନ୍ୟ ଲୋକଙ୍କ ବିରୁଦ୍ଧରେ ଅଭିଯୋଗ ଜାରି କରିଛନ୍ତି | ବର୍ତ୍ତମାନ ,FIRରେ ଦୀପକ, ଦାସ କିମ୍ବା ରଙ୍କାଙ୍କ ନାମ ଅଭିଯୁକ୍ତ ଭାବେ ସାମିଲ ହୋଇନଥିଲା |
