New UPI MDR Rules From October : UPI ନିୟମରେ ବଡ଼ ପରିବର୍ତ୍ତନ; ବ୍ୟବସାୟୀଙ୍କ ପାଇଁ ନୂଆ ସର୍ତ୍ତ,ସାଧାରଣ ଜନତାଙ୍କୁ ଆଶ୍ବସ୍ତି
NPCI ଅନୁଯାୟୀ, ୨,୦୦୦ ଟଙ୍କାରୁ ଅଧିକ ବ୍ୟବସାୟିକ (Person to Merchant) ପେମେଣ୍ଟ ଉପରେ ବ୍ୟବସାୟୀଙ୍କୁ ୦.୪% ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଦେବାକୁ ପଡ଼ିବ, ଯାହାର ସର୍ବାଧିକ ସୀମା ୩୦୦ ଟଙ୍କା ରହିବ।
ଭାରତରେ ଡିଜିଟାଲ ନେଣଦେଣ ହାର ବୃଦ୍ଧି କରୁଥିବା UPI (ୟୂନିଫାଏଡ଼ ପେମେଣ୍ଟସ୍ ଇଣ୍ଟରଫେସ) ସେବାଗୁଡିକୁ ନେଇ ସରକାର ଓ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ ଇଣ୍ଡିଆ (NPCI) ଏକ ମହତ୍ୱପୂର୍ଣ୍ଣ ଘୋଷଣା କରିଛି | ଅକ୍ଟୋବର ୧୫ରୁ UPI ନେଣଦେଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ୍ କୋର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଅନୁଯାୟୀ, ୨,୦୦୦ ଟଙ୍କାରୁ ଅଧିକ ବ୍ୟବସାୟିକ (Person to Merchant) ପେମେଣ୍ଟ ଉପରେ ବ୍ୟବସାୟୀଙ୍କୁ ୦.୪% ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଦେବାକୁ ପଡ଼ିବ, ଯାହାର ସର୍ବାଧିକ ସୀମା ୩୦୦ ଟଙ୍କା ରହିବ। ସରକାର ଓ ବିତ୍ତ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ ଗ୍ରାହକଙ୍କ ପାଇଁ UPI ସେବା ସମ୍ପୂର୍ଣ୍ଣ ମାଗଣା ରହିବ। ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ (P2P) ଟଙ୍କା ପଠାଇଲେ କୌଣସି ଶୁଳ୍କ ଲାଗିବ ନାହିଁ। ଏହା ବ୍ୟତୀତ, ଛୋଟ ବ୍ୟବସାୟ ଓ ସାଧାରଣ ଜନତାଙ୍କୁ ଆଶ୍ବସ୍ତି ଦେଇ ୨,୦୦୦ ଟଙ୍କାରୁ କମ୍ ସମସ୍ତ ନେଣଦେଣ କୁ ନିଃଶୁଳ୍କ ରଖାଯାଇଛି | ଆଙ୍କଡା ଅନୁସାରେ UPIର ପ୍ରାୟତଃ 95% ନେଣଦେଣ 2000 ଟଙ୍କାରୁ କମ୍ ହୋଇଥାଏ,ଏଥିପାଇଁ ସାଧାରଣ ଉପଯୋଗକର୍ତ୍ତା ମାନଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ | ତେବେ ନୂଆ ଢାଞ୍ଚା ଅନୁଯାୟୀ ରେଳ, ଟେଲିକମ୍, ବୀମା ଓ ଇନ୍ଧନ ଭଳି ବ୍ୟବସାୟିକ କ୍ଷେତ୍ର ପାଇଁ NPCI,୨,୦୦୦ ଟଙ୍କାରୁ ଅଧିକ ନେଣଦେଣ ଉପରେ ୫ ଟଙ୍କାର ଫ୍ଲାଟ୍ ରେଟ୍ ଧାର୍ଯ୍ୟ କରିଛି। ବିତ୍ତ ମନ୍ତ୍ରାଳୟ ବ୍ୟାଙ୍କ ଗୁଡିକୁ କଡା ନିର୍ଦେଶ ଦେଇଛି ଯେ, ବ୍ୟବସାୟୀମାନେ ଏହି ଶୁଳ୍କ ଗ୍ରାହକଙ୍କ ଉପରେ ଲଦିପାରିବେ ନାହିଁ । NPCI ଓ ବିତ୍ତ ମନ୍ତ୍ରାଳୟ ଅନୁସାରେ, MDR କୌଣସି ସରକାରୀ କର ନୁହଁ,ଏହାର ଉଦ୍ଦେଶ୍ୟ ବ୍ୟାଙ୍କ, ନେଣଦେଣ ଏପ୍ ପ୍ରଦାତା ଓ ଡିଜିଟାଲ ଇନ୍ଫ୍ରାଷ୍ଟ୍ରକ୍ଚର କୁ ମଜଭୁତ୍ କରିବା, ସାଇବର ସୁରକ୍ଷା ବଢାଇବା ଓ ନୂଆ ଟେକ୍ନୋଲୋଜି ରେ ନିବେଶ ସୁନିଶ୍ଚିତ କରିବା | ଟିୟର - ୩ ଓ ଛୋଟ ସହରରେ ଡିଜିଟାଲ ନେଟୱାର୍କ ର ବିସ୍ତାର କରିବାପାଇଁ ଏକ ସମର୍ପିତ ସେଲ ମଧ୍ୟ ବନେଇବାକୁ ବିଚାର କରାଯାଉଛି |
