Noise Pollution: ଶବ୍ଦ ପ୍ରଦୂଷଣ ନେଇ ସୁମୈରାଙ୍କ ଚିନ୍ତା
କିଛି ସେକେଣ୍ଡ ପାଇଁ ମଧ୍ୟ ଅତ୍ୟଧିକ ତୀବ୍ର ଶବ୍ଦ ଶୁଣିବା ମଣିଷର ଶ୍ରବଣଶକ୍ତି ଓ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ। ତେଣୁ ଧ୍ୱନି ପ୍ରଦୂଷଣକୁ କୌଣସି ଧର୍ମ କିମ୍ବା ସମୁଦାୟ ବିରୋଧୀ ପ୍ରସଙ୍ଗ ଭାବେ ନୁହେଁ, ବରଂ ସ୍ୱାସ୍ଥ୍ୟ, ପରିବେଶ, ଆଇନ ଓ ସାଧାରଣ ଲୋକଙ୍କ ଶାନ୍ତିର ଅଧିକାର ସହ ଜଡ଼ିତ ଏକ ଗୁରୁତର ବିଷୟ ଭାବେ ଦେଖିବା ଆବଶ୍ୟକ ।

କିଛି ସେକେଣ୍ଡ ପାଇଁ ମଧ୍ୟ ଅତ୍ୟଧିକ ତୀବ୍ର ଶବ୍ଦ ଶୁଣିବା ମଣିଷର ଶ୍ରବଣଶକ୍ତି ଓ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ। ତେଣୁ ଧ୍ୱନି ପ୍ରଦୂଷଣକୁ କୌଣସି ଧର୍ମ କିମ୍ବା ସମୁଦାୟ ବିରୋଧୀ ପ୍ରସଙ୍ଗ ଭାବେ ନୁହେଁ, ବରଂ ସ୍ୱାସ୍ଥ୍ୟ, ପରିବେଶ, ଆଇନ ଓ ସାଧାରଣ ଲୋକଙ୍କ ଶାନ୍ତିର ଅଧିକାର ସହ ଜଡ଼ିତ ଏକ ଗୁରୁତର ବିଷୟ ଭାବେ ଦେଖିବା ଆବଶ୍ୟକ । ମୁମ୍ବାଇର ‘ଆୱାଜ ଫାଉଣ୍ଡେସନ’ର ପ୍ରତିଷ୍ଠାତା ସୁମୈରା ଅବଦୁଲା ପ୍ରାୟ ୨୫ ବର୍ଷ ଧରି ଧ୍ୱନି ପ୍ରଦୂଷଣ ବିରୋଧରେ ଅଭିଯାନ ଚଳାଇଆସୁଛନ୍ତି । ପର୍ବପର୍ବାଣୀ, ସଭା ଓ ଶୋଭାଯାତ୍ରା ସମୟରେ ସେ ଓ ତାଙ୍କ ସହଯୋଗୀମାନେ ଅଡିଓମିଟର ମାଧ୍ୟମରେ ଶବ୍ଦର ତୀବ୍ରତା ମାପି ରେକର୍ଡ ରଖନ୍ତି। ଏହି କାରଣରୁ ସେ ବହୁ ସମୟରେ ବିରୋଧ ଓ ମୌଖିକ ଆକ୍ରମଣର ମଧ୍ୟ ସମ୍ମୁଖୀନ ହୋଇଛନ୍ତି ।୧୯୯୦ ଦଶକରେ ଭାରତରେ ଧ୍ୱନି ପ୍ରଦୂଷଣ ସମ୍ପର୍କରେ ସଚେତନତା ବଢ଼ିବାକୁ ଲାଗିଥିଲା ସୁମୈରାଙ୍କ କହିବା ଅନୁସାରେ, ଧ୍ୱନି ପ୍ରଦୂଷଣ ବିରୋଧରେ ତାଙ୍କ ଲଢ଼େଇ ଏକ ସଂଯୋଗବଶତଃ ଆରମ୍ଭ ହୋଇଥିଲା । ତାଙ୍କ ସମ୍ପର୍କୀୟ ସାଦ ଅଲୀ ‘ବମ୍ବେ ଏନଭାଇରନମେଣ୍ଟାଲ ଆକ୍ସନ୍ ଗ୍ରୁପ୍’ (BEAG)ର ଅଧ୍ୟକ୍ଷ ଥିଲେ । ପ୍ରସିଦ୍ଧ ପକ୍ଷୀବିଜ୍ଞାନୀ ଡ. ସଲିମ ଅଲୀ ମଧ୍ୟ ଏହି ପରିବେଶ ସଂଗଠନ ସହ ଜଡ଼ିତ ଥିଲେ। । ସାଦ ଅଲୀ ଓ ଅନ୍ୟ ସମ୍ପର୍କୀୟ , ପ୍ରସିଦ୍ଧ ପକ୍ଷୀ ବିଜ୍ଞାନୀ ଡା. ସଲିମ ଅଲୀ ,ଅନ୍ୟ କିଛି ପରିବେଶବିତଙ୍କ ସହ ଏହି ସଙ୍ଗଠନରେ ମିଶି ଥିଲେ | ତାଙ୍କ ଠାରୁ ପ୍ରେରିତ ହୋଇ ସୁମେର ଏହି କାମ ଆରମ୍ଭ କରିଥିଲେ କିନ୍ତୁ ପ୍ରାରମ୍ଭିକ ଦିନରେ ଶବ୍ଦ ପ୍ରଦୂଷଣ ମୁଦ୍ଦାରେ ଅଧିକ ଚର୍ଚ୍ଚା ହେଉନଥିଲା | ୧୯୯୯ରେ WHO ଧ୍ୱନି ପ୍ରଦୂଷଣ ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରିଥିଲା । ପରେ ୨୦୦୦ ମସିହାରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଧ୍ୱନି ପ୍ରଦୂଷଣ ସମ୍ପର୍କିତ ନିୟମ ଜାରି କରିଥିଲା । ଏହି ନିୟମ ପ୍ରସ୍ତୁତି ପାଇଁ ଗଠିତ କମିଟିରେ ସାଦ ଅଲୀ ମଧ୍ୟ ସାମିଲ ଥିଲେ । ଭାରତରେ ୧୯୯୦ ଦଶକରୁ ଧ୍ୱନି ପ୍ରଦୂଷଣ ନେଇ ସଚେତନତା ବଢ଼ିଥିଲା । ୨୦୦୦ରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଧ୍ୱନି ପ୍ରଦୂଷଣ ସମ୍ପର୍କିତ ନିୟମ ଜାରି କରିଥିଲା । ୨୦୦୨ରେ BEAG ନିୟମର କାର୍ଯ୍ୟକାରୀତା ପାଇଁ ବମ୍ବେ ହାଇକୋର୍ଟରେ ଯାଚିକା ଦାଖଲ କରିଥିଲା । ୨୦୦୫ରେ ସୁପ୍ରିମକୋର୍ଟ ମଧ୍ୟ ଧ୍ୱନି ପ୍ରଦୂଷଣରୁ ମୁକ୍ତି ଓ ଶାନ୍ତିପୂର୍ଣ୍ଣ ପରିବେଶର ଗୁରୁତ୍ୱକୁ ସ୍ୱୀକାର କରିଥିଲେ। ଧର୍ମର ନାମରେ ଧ୍ୱନି ପ୍ରଦୂଷଣ ସମ୍ପର୍କିତ ନିୟମ ଉଲ୍ଲଂଘନ କରାଯାଇପାରିବ ନାହିଁ । ସୁମୈରାଙ୍କ ମତରେ, କେବଳ ଡେସିବେଲ ସ୍ତର ମାପିବା ଯଥେଷ୍ଟ ନୁହେଁ। ଘନ ଜନବସତି, ବନ୍ଦ ସ୍ଥାନ ଓ କଂକ୍ରିଟ୍ ଯୋଗୁଁ ଶବ୍ଦର ତୀବ୍ରତା ବଢ଼ିଯାଏ। ତେଣୁ ସହର ନିର୍ମାଣ ସମୟରେ ମଧ୍ୟ ଧ୍ୱନି ପ୍ରଦୂଷଣକୁ ଧ୍ୟାନ ଦେବା ଆବଶ୍ୟକ । ସୁମୈରା କହିଛନ୍ତି, ରାଜନୈତିକ ଇଚ୍ଛାଶକ୍ତି ଓ ପୋଲିସର ସହଯୋଗ ରହିଲେ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ କରିବା କଷ୍ଟକର ନୁହେଁ । ଏହି ପ୍ରସଙ୍ଗରେ ଲୋକଙ୍କ ସଚେତନତା ଓ ଏକତା ଆବଶ୍ୟକ ।
