Wholesale Inflation rises to 9.92% :ଖାଦ୍ୟ,ଇନ୍ଧନ ଓ ବିନିର୍ମିତ ସାମଗ୍ରୀର ଦରବୃଦ୍ଧି : ଅଗଷ୍ଟରେ WPI ମୁଦ୍ରାସ୍ପିତି 9.92% କୁ ବୃଦ୍ଧି
ଖାଦ୍ୟ ପଦାର୍ଥ, ଇନ୍ଧନ ଏବଂ ବିନିର୍ମିତ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ଅଗଷ୍ଟ ମାସରେ ପାଇକାରୀ ମୂଲ୍ୟଭିତ୍ତିକ ମୁଦ୍ରାସ୍ଫୀତି (WPI) 9.92 ପ୍ରତିଶତକୁ ବୃଦ୍ଧି ପାଇଛି
ସୋମବାର ଦିନ ସରକାରୀ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ, ଖାଦ୍ୟ ପଦାର୍ଥ, ଇନ୍ଧନ ଏବଂ ବିନିର୍ମିତ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ଅଗଷ୍ଟ ମାସରେ ପାଇକାରୀ ମୂଲ୍ୟଭିତ୍ତିକ ମୁଦ୍ରାସ୍ଫୀତି (WPI) 9.92 ପ୍ରତିଶତକୁ ବୃଦ୍ଧି ପାଇଛି,ଯାହା ଜୁଲାଇ ମାସରେ 9.78 ଥିଲା | ଖାଦ୍ୟ ସୁଚକାଙ୍କ ରେ ମୁଦ୍ରାସ୍ଫୀତି ଜୁଲାଇର 6.65 ପ୍ରତିଶତ ରୁ ଅଗଷ୍ଟରେ 7.05 ପ୍ରତିଶତ କୁ ବୃଦ୍ଧି ପାଇଥିବାବେଳେ ନିର୍ମିତ ସାମଗ୍ରୀ କ୍ଷେତ୍ରରେ ଯାହା ଜୁଲାଇରେ 8.29 ପ୍ରତିଶତ ଥିଲା ଏବେ ଏହା 8.37 ପ୍ରତିଶତର ସର୍ବୋଚ୍ଚସ୍ତରରେ ପହଂଚିଛି | ସେହିପରି ଇନ୍ଧନ ଓ ବିଦ୍ୟୁତ ବର୍ଗରେ ପାଇକାରୀ ମୁଦ୍ରାସ୍ଫିତି 22.93 ପ୍ରତିଶତ ରେକର୍ଡ କରାଯାଇଛି | ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ଏହି WPI ଏହି ତଥ୍ୟ ପ୍ରକାଶ କରି ସୂଚନା ଦେଇଛନ୍ତିଯେ, ପେଟ୍ରୋଲିୟମ ଉତ୍ପାଦ ସହିତ ଜଡିତ ଖଣିଜ ତେଲ, ଖାଦ୍ୟ ସାମଗ୍ରୀ, ଖାଦ୍ୟ ଉତ୍ପାଦନ, ମୌଳିକ ଧାତୁ, ଅଣ ଖାଦ୍ୟ ସାମଗ୍ରୀ ଏବଂ ରାସାୟନିକ ଉତ୍ପାଦନ କ୍ଷେତ୍ର ଅଗଷ୍ଟ 2026 ରେ ମୁଦ୍ରାସ୍ଫିତି ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି | ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ପଶ୍ଚିମ ଏସିଆ ଯୁଦ୍ଧ ଓ ତାହାର ପରିଣାମ ସ୍ୱରୂପ ହୋର ମୁଜ ପ୍ରଣାଳୀ ଅବରୋଧ ଯୋଗୁଁ ଭାରତକୁ ଆସୁଥିବା ଅଶୋଧିତ ତୈଳ ଏବଂ ସାରର ବିଶ୍ୱସ୍ତରୀୟ ମୂଲ୍ୟ ବୃଦ୍ଧି ପାଇଛି, ଯାହାର ସିଧା ସଳଖ ପ୍ରଭାବ ଖାଦ୍ୟ ଦର ଉପରେ ପଡିଛି | ଅନ୍ୟପଟେ, ଏଲ ନିନୋ ପ୍ରଭାବ ଏବଂ ନିଅଣ୍ଟିଆ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି କମିଟି ଗତମାସରେ ବେଞ୍ଚମାର୍କ ପଲିସୀ ହାରକୁ 5.25 ପ୍ରତିଶତରେ ଅପରିବର୍ତ୍ତିତ ରଖିବା ସହ ଆର୍ଥିକ ବର୍ଷ 2027 ପାଇଁ ଖୁଚୁରା ମୁଦ୍ରାସ୍ଫିତି 5 ପ୍ରତିଶତ ରହିବ ବୋଲି ଆକଳନ କରିଥିଲା
