No UPI Only Cash: ପେଟ୍ରୋଲ ପମ୍ପରେ ଲାଗିଲା No UPI,Only Cash
ଏହି ଚାର୍ଜ ଗ୍ରାହକଙ୍କ ମୁସ୍କିଲକୁ ବଢ଼ାଇଦେବ। କାରଣ ପୂର୍ବରୁ ବହୁତ୍ କମ୍ ମାର୍ଜିନ ମିଳୁଥିଲା। ଆଉ ଏକ ବୋଝ ପେଟ୍ରୋଲ ପମ୍ପ ମାଲିକ ସମ୍ଭାଳିପାରିବେନି। ବାଧ୍ୟ ହୋଇ ୟୁପିଆଇ ଟ୍ରାନ୍ସଆକ୍ସନକୁ କମ୍ କରିବାକୁ ପଡ଼ିବ।

ୟୁପିଆଇ ପେମେଣ୍ଟ ଉପରେ ଅତିରିକ୍ତ ଚାର୍ଜକୁ ନେଇ ଦେଶତମାମ ବିରୋଧ ଆରମ୍ଭ ହେଲାଣି। ଅନେକ ଜାଗାରେ ପେଟ୍ରୋଲ ପମ୍ପ ମାଲିକ No UPI,Only Cash ବୋର୍ଡ ଲଗାଇ ବିରୋଧ ଜାରି ରଖିଛନ୍ତି। ଦିଲ୍ଲୀ-ଏନସିଆର ସମେତ ଅନେକ ଜାଗାରେ ଏଭଳି ପୋଷ୍ଟର ଲାଗିଛି। ଅନେକ ପେଟ୍ରୋଲ ପମ୍ପ ଓ ସିଏନଜି ଷ୍ଟେସନରେ ଏଭଳି ବ୍ୟାନର ଦିଶୁଛି। କ୍ୟାସ୍ ନଚେତ କାର୍ଡରେ ପେମେଣ୍ଟ କରିବାକୁ ଗ୍ରାହକଙ୍କୁ କୁହାଯାଉଛି। ପେଟ୍ରୋଲ ପମ୍ପ ଆସୋସିଏସନ ଟ୍ରେଡ ୟୁନିଅନ ସମେତ ଅନେକ ସଂଗଠନ ଏହି ଚାର୍ଜର ବିରୋଧ କରୁଛନ୍ତି। ଯଦି ସରକାର ଏହାକୁ ଲାଗୁ କରିବେ, ତାହେଲେ ସମସ୍ତ ଜାଗାରେ ଏଭଳି ବୋର୍ଡ ଲାଗିବ ବୋଲି ଚେତାବନୀ ଦେଇଛନ୍ତି। ଦିଲ୍ଲୀର କଶ୍ମୀରି ଗେଟ୍ ମାର୍କେଟ ବେପାରୀ ସଂଘ ୟୁପିଆଇ ଟ୍ରାନ୍ସଆକ୍ସନ ଉପରେ ଚାର୍ଜ ଲଗାଇବା ନିଷ୍ପତ୍ତିକୁ ବିରୋଧ କରି ନିଜ ନିଜ ଦୋକାନ ଆଗରେ ନୋ ୟୁପିଆଇ ପୋଷ୍ଟର ଲଗାଇଛନ୍ତି। ପେଟ୍ରୋଲ ପମ୍ପ ଆସୋସିଏସନ ସ୍ପଷ୍ଟ କରିଛି ଯେ, ଏହି ଚାର୍ଜ ଗ୍ରାହକଙ୍କ ମୁସ୍କିଲକୁ ବଢ଼ାଇଦେବ। କାରଣ ପୂର୍ବରୁ ବହୁତ୍ କମ୍ ମାର୍ଜିନ ମିଳୁଥିଲା। ଆଉ ଏକ ବୋଝ ପେଟ୍ରୋଲ ପମ୍ପ ମାଲିକ ସମ୍ଭାଳିପାରିବେନି। ବାଧ୍ୟ ହୋଇ ୟୁପିଆଇ ଟ୍ରାନ୍ସଆକ୍ସନକୁ କମ୍ କରିବାକୁ ପଡ଼ିବ। ଦିଲ୍ଲୀର ହୋଲସେଲ ମାର୍କେଟ ସଂଘ ବି ୟୁପିଆଇ ଚାର୍ଜକୁ ବିରୋଧ କରିଛି। ଉତ୍ତରାଖଣ୍ଡରେ ବି ବିରୋଧ ଦେଖିବାକୁ ମିଳିଛି। ବ୍ୟବସାୟୀ ସଂଗଠନର କହିବା କଥା, ପୂର୍ବରୁ ଇନକମ ଟାକ୍ସ ଓ ଜିଏସଟି ଦେଉଛନ୍ତି। ଏବେ ୟୁପିଆଇ ଟ୍ରାନ୍ସଆକ୍ସନ ଉପରେ ଅତିରିକ୍ତ ବୋଝ ଉଠାଇବା କାଠିକର ହୋଇପଡ଼ିବ।
