Minister Resign Demand:ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସୋରରେ ୧୨ ଘଣ୍ଟିଆ ବନ୍ଦ
ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସୋରରେ ୧୨ ଘଣ୍ଟିଆ ବନ୍ଦ। ତଳନଗର ଠାରେ ୧୬ ନମ୍ବର ଜାତୀୟ ରାଜପଥରେ ଅଖଚକ ବନ୍ଦ, ଗାଡ଼ିମୋଟର ଓ ଦୋକାନ ବଜାର ପ୍ରଭାବିତ।
S
By Swarna Prava GiriPublished: Sep 30, 2026, 03:39 PM •1 min read •6 Views
ପାଠ୍ୟପୁସ୍ତକରେ ତ୍ରୁଟିକୁ କେନ୍ଦ୍ର କରି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ସୋର ଅଞ୍ଚଳରେ ମଧ୍ୟ ପରିଲକ୍ଷିତ ହୋଇଛି।ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ତଳନଗର ଠାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଅଖଚକ ବନ୍ଦ କରାଯାଇଛି। ଫଳରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସହ ଅଞ୍ଚଳରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖାଯାଇଛି । ବନ୍ଦକୁ ସଫଳ କରିବା ପାଇଁ ସୋର ଶାଖା ପକ୍ଷରୁ ସୋର ଥାନାଧିକାରୀଙ୍କୁ ସହଯୋଗ ପାଇଁ ପତ୍ର ଦିଆଯାଇଥିଲା । ଏହି ଅବସରରେ ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଭାପତି ରଞ୍ଜିତ ପଟ୍ଟନାୟକ, ନବନିର୍ମାଣ ଯୁବ ଛାତ୍ର ସଂଗଠନର ଜିଲ୍ଲା ସଭାପତି ରାଜେଶ ନାୟକ, ଯୁବ ନେତା ସାଇରଞ୍ଜନ ପଟ୍ଟନାୟକଙ୍କ ସମେତ ସଂଗଠନର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।
Comments0
Leave a Reply
Loading comments...
