ଲାଞ୍ଚ ନେବା ବେଳେ ଫସିଲେ ଇଞ୍ଜିନିୟର ମାଡାମ୍
ବାରମ୍ବାର ଲାଞ୍ଚ ଅର୍ଥ ନେବା, କାମ ପାଇଁ ଟଙ୍କା ଦାବି କରିବା ଆଦି ଅଭିଯୋଗ ଆସୁଥିଲେ ସୁଦ୍ଧା ଖସି ଯାଉଥିଲେ ଏହି ଇଂଜିନିୟର ମାଡମ୍ । କିନ୍ତୁ ଗତ ଶନିବାର ଦିନ ଡିଉଟି ସାରି ସରକାରୀ ଗାଡ଼ିରେ ଫେରୁଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଛକ ଠାରେ ଡ୍ରେନେଜ ଡିଭିଜନର ଆସିଷ୍ଟାଣ୍ଟ ଏକଜୁକ୍ୟୁଟିଭ୍ ଇଂଜିନିୟର ଅନୁପମା ସାହୁଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ।

ଲାଞ୍ଚ ନେବା ପଡ଼ିଲା ମହଙ୍ଗା । ବାରମ୍ବାର ଲାଞ୍ଚ ଅର୍ଥ ନେବା, କାମ ପାଇଁ ଟଙ୍କା ଦାବି କରିବା ଆଦି ଅଭିଯୋଗ ଆସୁଥିଲେ ସୁଦ୍ଧା ଖସି ଯାଉଥିଲେ ଏହି ଇଂଜିନିୟର ମ୍ୟାଡାମ । କିନ୍ତୁ ଗତ ଶନିବାର ଦିନ ଡିଉଟି ସାରି ସରକାରୀ ଗାଡ଼ିରେ ଫେରୁଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଛକ ଠାରେ ଡ୍ରେନେଜ ଡିଭିଜନର ଆସିଷ୍ଟାଣ୍ଟ ଏକଜୁକ୍ୟୁଟିଭ୍ ଇଂଜିନିୟର ଅନୁପମା ସାହୁଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ସାହୁଙ୍କ ସହ ସମ୍ପୃକ୍ତ ସ୍ଥାନରେ ପୋଲିସ ତଲାସୀ ଚାଲିଥିଲା ବୋଲି ରିପୋର୍ଟ ପ୍ରସ୍ତୁତ ହେବ ସମୟରେ ଜଣାପଡ଼ିଥିଲା | ତଦନ୍ତର ଅଂଶ ଭାବେ ପୋଲିସ ତାଙ୍କ ଆଧିକାରିକ ଅର୍ଥ ଓ ସମ୍ପତ୍ତିକୁ ତଦନ୍ତ କରୁଛି | ଯାଞ୍ଚ ବେଳେ ପ୍ରଥମେ ତାଙ୍କ ଗାଡ଼ିରୁ ଗାଡିରୁ ନଗଦ ୩-ଲକ୍ଷ ୧୫-ହଜାର ଟଙ୍କା ଓ ପରେ ପରେ ତାଙ୍କ କେନ୍ଦ୍ରାପଡ଼ା ବାସଭବନ ରୁ ଆଉ ୪-ଲକ୍ଷ ନଗଦ ଟଙ୍କା ଜବତ କରିବା ପରେ ଅଧିକ ଖୋଳତାଡ କରିଛି ଭିଜିଲାନ୍ସ ଟିମ୍ । ତେବେ ସର୍ବଶେଷ ସୂଚନା ମୁତାବକ ଏଯାଏ ମୋଟ ନଗଦ ୭-ଲକ୍ଷରୁ ଅଧିକ ଟଙ୍କା ,ଭୁବନେଶ୍ୱର ରେ ଗୋଟେ ଫ୍ଲାଟ, ଅନୁଗୁଳ, ଢେଙ୍କାନାଳ ଓ ଭୁବନେଶ୍ବର ରେ ୫-ଟି ଦାମୀ ପ୍ଲଟ, ୬୩-ଲକ୍ଷ ଟଙ୍କାର ଡିପୋଜିଟ୍ ଓ କାମାକ୍ଷାନଗର ଠାରେ ଏକ ବିରାଟ ସିମେଣ୍ଟ ଗୋଦାମ ଠାବ କରିଛି ଭିଜିଲାନ୍ସ । ୨୦୦୩ ରେ ଚାକିରି ଆରମ୍ଭ ଓ ୨୦୧୬ ରୁ ହିଁ ବେଆଇନ ଅର୍ଥ କାରବାର କରିବା ଓ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁପମା ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି କଟକରେ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭିଜିଲାନ୍ସ sp।

