FISHERMAN DEATH: ମାଛ ମାରିବା ବେଳେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ
ପାରାଦ୍ୱୀପ ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ। ଉଚ୍ଚ ଲହଡ଼ି ମାଡ଼ରେ ବୋଟ୍ରେ ପଡ଼ି ମତ୍ସ୍ୟଜୀବୀ ମୃତ। ଷଣ୍ଢକୁଦ ଅଞ୍ଚଳରେ ଶୋକର ଛାୟା।
S
By Subhadra DasPublished: Sep 8, 2026, 04:50 PM •1 min read •3 Views
ପାରାଦ୍ୱୀପ: ପାରାଦ୍ୱୀପ ସମୁଦ୍ରରେ ମାଛ ମାରିବାକୁ ଯାଇଥିବା ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ଉଚ୍ଚ ଲହଡ଼ି ମାଡ଼ରେ ବୋଟ୍ ଭିତରେ ପଡ଼ି ଗୁରୁତର ଆହତ ହୋଇଥିବା ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଷଣ୍ଢକୁଦ ଅଞ୍ଚଳର ଲେନକା ଆପନା। ସୂଚନା ଅନୁଯାୟୀ, ଲେନକା ଆପନା ଅନ୍ୟ ମତ୍ସ୍ୟଜୀବୀଙ୍କ ସହ ବୋଟ୍ରେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ତେବେ ସମୁଦ୍ରରେ ଉଚ୍ଚ ଲହଡ଼ି ଆସି ବୋଟ୍ରେ ଜୋରଦାର ଭାବେ ମାଡ଼ ହେବାରୁ ସେ ବୋଟ୍ ଭିତରେ ପଡ଼ିଯାଇଥିଲେ। ଫଳରେ ତାଙ୍କ ଶରୀରରେ ଗୁରୁତର ଆଘାତ ଲାଗିଥିଲା। ଘଟଣା ପରେ ସହଯୋଗୀ ମତ୍ସ୍ୟଜୀବୀମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ଲେନକା ଆପନାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାକୁ ନେଇ ଷଣ୍ଢକୁଦ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
S
Subhadra DasContent Writer
Comments0
Leave a Reply
Loading comments...
