Police Action Daman Abhiyan: ଅପରାଧୀଙ୍କ ଉପରେ ଲଗାମ କସିବାକୁ ସ୍ୱତନ୍ତ୍ର ଅଭିଯାନ ‘ଦମନ’।
ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ଲଗାମ କସିବାକୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ ‘ଦମନ’। ସେପ୍ଟେମ୍ବର ୨୧ରୁ ୩୦ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଚାଲିବ ଏହି ଅଭିଯାନ। ଅଭ୍ୟାସଗତ ଅପରାଧୀଙ୍କ ଉପରେ ନଜର, ବକେୟା ଗିରଫ ପରୱାନା କାର୍ଯ୍ୟକାରୀ ସହ ବେଆଇନ ମଦ, ନିଶାଦ୍ରବ୍ୟ, ଅସ୍ତ୍ରଶସ୍ତ୍ର ଓ ବେଆଇନ ଚାନ୍ଦା ଆଦାୟ ବିରୋଧରେ ଚାଲିବ ଜୋରଦାର ଅଭିଯାନ।

ପାର୍ବଣ ପୂର୍ବରୁ ଆକ୍ସନ୍ ମୋଡ୍ରେ ଓଡ଼ିଶା ପୋଲିସ। ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ଲଗାମ କସିବାକୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ ‘ଦମନ’। ସେପ୍ଟେମ୍ବର ୨୧ରୁ ୩୦ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଚାଲିବ ଏହି ଅଭିଯାନ। ଅଭ୍ୟାସଗତ ଅପରାଧୀଙ୍କ ଉପରେ ନଜର, ବକେୟା ଗିରଫ ପରୱାନା କାର୍ଯ୍ୟକାରୀ ସହ ବେଆଇନ ମଦ, ନିଶାଦ୍ରବ୍ୟ, ଅସ୍ତ୍ରଶସ୍ତ୍ର ଓ ବେଆଇନ ଚାନ୍ଦା ଆଦାୟ ବିରୋଧରେ ଚାଲିବ ଜୋରଦାର ଅଭିଯାନ। ଦୀର୍ଘଦିନ ଧରି ପଡ଼ିରହିଥିବା ଜାମିନବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରାଯିବ। ଏହାସହ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ ଚଢ଼ାଉ ଓ ଗିରଫଦାରୀକୁ ଜୋରଦାର କରାଯିବ। ପାର୍ବଣ ସମୟରେ ଅପରାଧମୁକ୍ତ ପରିବେଶ ସୃଷ୍ଟି ପାଇଁ ବେଆଇନ ମଦ କାରବାର, ନିଶାଦ୍ରବ୍ୟ ଚୋରାଚାଲାଣ, ବେଆଇନ ବନ୍ଧୁକ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ କାରବାର ଉପରେ ରହିବ ସ୍ୱତନ୍ତ୍ର ନଜର। ବିଶେଷକରି ପୂଜା ବଜାରରେ ଜୋରଜବରଦସ୍ତ ଚାନ୍ଦା ଆଦାୟ ଓ ସଂଗଠିତ ଅପରାଧ ରୋକିବାକୁ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବ। ଅପରାଧୀ ମାନେ ଯେପରି ଅନ୍ୟ ରାଜ୍ୟ କିମ୍ବା ପଡ଼ୋଶୀ ଜିଲ୍ଲାକୁ ଖସି ନପାରନ୍ତି, ସେଥିପାଇଁ ସୀମାନ୍ତ ଅଞ୍ଚଳରେ ନାକାବନ୍ଦୀ, ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯାଉଛି। ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲା ପୋଲିସ, ରେଳବାଇ ପୋଲିସ, କମିଶନରେଟ୍ ପୋଲିସ ସହ ସମସ୍ତ ସମ୍ପୃକ୍ତ ପୋଲିସ ୟୁନିଟ୍ ମଧ୍ୟରେ ସମନ୍ୱୟ ରଖାଯାଇଛି। ପାର୍ବଣ ସମୟରେ ଲୋକେ ଯେପରି ନିର୍ଭୟରେ ପର୍ବ ପାଳନ କରିପାରିବେ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ା କରାଯାଇଛି। ଏବେ ଅପରାଧୀଙ୍କ ଉପରେ ପୋଲିସର ନଜର... ଆଉ ପାର୍ବଣରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଚାଲିଛି ଅପରେସନ ‘ଦମନ’। ପାର୍ବଣ ପୂର୍ବରୁ ଅପରାଧୀଙ୍କ ଉପରେ କଡ଼ା ନଜର। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ ଅପରେସନ ‘ଦମନ’।
