Fake Narcotics Case:ଡ୍ରଗ୍ସ ମାମଲାରେ ଫସାଇବାକୁ ଧମକ ଦେଇ ୨ଲକ୍ଷ ଅସୁଲ- ୪ ପୁଲିସ କର୍ମୀ ସସପେଣ୍ଡ
ସମସ୍ତେ ସାଦା ପୋଷାକରେ ଥିଲେ। ଏହା ପରେ ସେମାନଙ୍କୁ ଶୂନଶାନ ଜାଗାକୁ ଡାକିନେଲେ। ପରେ ଥାନାକୁ ନେଇଗଲେ। ଯେଉଁଠି ଗାଡ଼ିରେ କଳା ଗଞ୍ଜେଇ ରଖି ସ୍ମୈକ ତସ୍କରୀର ମିଛ ମାମଲାରେ ଫସାଇବାକୁ ଧମକ ଦେଇଥିଲେ।

ବ୍ୟବସାୟୀକୁ ଅପହରଣ କରି ଥାନାରେ ରଖି ପିଟିଲେ। ଆଉ ନିଷିଦ୍ଧ ଡ୍ରଗ୍ସ ମାମଲାରେ ମିଛ କେସ ଲଗାଇବାର ଭୟ ଦେଖାଇ ତାଙ୍କଠୁ ୨ଲକ୍ଷ ଟଙ୍କା ଅସୁଲ କଲେ। ପୁଲିସ ନୁହେଁ ତ, କରୁଥିଲେ ଦାଦାବଟି ଅସୁଲି। ଶାହାଜାହାନପୁରରେ ଏମିତି କାଣ୍ଡ କାରଖାନା କରିଥିବା ୪ ପୁଲିସ କର୍ମୀଙ୍କ ବିରୁଦ୍ଧରେ ମିଳିଛି ପର୍ଯ୍ୟାପ୍ତ ପ୍ରମାଣ। ଏତଲା ରୁଜୁ ପରେ ୨ ପୁଲିସ କର୍ମୀଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ ମାତ୍ରେ ଛୁଟି ନେଇ ଫେରାର୍ ହୋଇଯାଇଛନ୍ତି। ଏ ଘଟଣା ସେପ୍ଟେମ୍ୱର ୪ର। ସଂଧ୍ୟା ତିଲହର ଥାନା ଅନ୍ତର୍ଗତ ବିରିୟାଗଞ୍ଜ ଥାନାର ପୁଲିସ କର୍ମୀ ଗହଣା ବ୍ୟବସାୟୀ ସୁନ୍ଦରମ କ୍ଷତ୍ରିୟଙ୍କୁ ଗ୍ରାହକ ସାଜି ବାହାରକୁ ଡାକିଥିଲେ ୪ ପୁଲିସ କର୍ମୀ। ସମସ୍ତେ ସାଦା ପୋଷାକରେ ଥିଲେ। ଏହା ପରେ ସେମାନଙ୍କୁ ଶୂନଶାନ ଜାଗାକୁ ଡାକିନେଲେ। ପରେ ଥାନାକୁ ନେଇଗଲେ। ଯେଉଁଠି ଗାଡ଼ିରେ କଳା ଗଞ୍ଜେଇ ରଖି ସ୍ମୈକ ତସ୍କରୀର ମିଛ ମାମଲାରେ ଫସାଇବାକୁ ଧମକ ଦେଇଥିଲେ। ତାଙ୍କ ସହ ମାଡ଼ପିଟ୍ କରି ପରିବାରଠୁ ୨ଲକ୍ଷ ଟଙ୍କା ଅସୁଲି କରିଥିଲେ। ପୀଡ଼ିତଙ୍କ ଅଭିଯୋଗକ୍ରମେ ୨ ପୁଲିସ କର୍ମୀଙ୍କୁ ଗିରଫ କରାଯାଇଛି ଓ ୪ଜଣଙ୍କୁ ସସପେଣ୍ଡ କରାଯାଇଛି। ଏ ଘଟଣାର ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି। ଏ ଘଟଣାରେ ସାମିଲ୍ ଦୁଇ କନଷ୍ଟେବଳ ଧୀରେନ୍ଦ୍ର ଓ ପଙ୍କଜଙ୍କୁ ଗିରଫ କରାଯାଇଛି। ଯେବେକୁ ଅରୁଣ ଓ ତୁଷାର ଫେରାର୍ ହୋଇଯାଇଛନ୍ତି।
