Smuggling Illegal Liquor:ପୋଲିସର ନଜର ଆଢୁଆଳରେ ମଦ କାରବାର : ହସ୍ତକ୍ଷେପ କଲେ ବ୍ଲକ୍ ଅଧ୍ୟକ୍ଷା
ଅବକାରୀ ବିଭାଗ ଓ ପୋଲିସର ନଜର ଆଢୁଆଳରେ ଚାଲିଥିବା ମଦ କାରବାର ଉପରେ ତଦନ୍ତ ଓ ସେଠାକାର ମଦ ମାଫିଆଙ୍କୁ ଧରିବା ନିମନ୍ତେ ନିଜେ ହସ୍ତକ୍ଷେପ କରିଛନ୍ତି କୁନ୍ଦୁରା ବ୍ଲକ୍ ଅଧ୍ୟକ୍ଷା । ମଦ ମାଫିଆଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି |

ଜୟପୁରରେ ମଦ କାରବାରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅବକାରୀ ବିଭାଗ ଓ ପୋଲିସର ନଜର ଆଢୁଆଳରେ ଚାଲିଥିବା ମଦ କାରବାର ଉପରେ ତଦନ୍ତ ଓ ସେଠାକାର ମଦ ମାଫିଆଙ୍କୁ ଧରିବା ନିମନ୍ତେ ନିଜେ ହସ୍ତକ୍ଷେପ କରିଛନ୍ତି କୁନ୍ଦୁରା ବ୍ଲକ୍ ଅଧ୍ୟକ୍ଷା । ମଦ ମାଫିଆଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ଅଭିଯୋଗ ଅନୁସାରେ, କୁନ୍ଦୁରା ବ୍ଲକ୍ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବଢିଚାଲିଥିବାବେଳେ,ଗାଁ ଗାଁରେ ଚୋରା ମଦ ବିକ୍ରି ଚାଲିଛି । ଏହାକୁ ନେଇ ଅଞ୍ଚଳବାସୀ ପୋଲିସ ଓ ଅବକାରୀ ବିଭାଗର ଦାୟିତ୍ୱହୀନତା କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି | ଏଭଳି ସମୟରେ ମଦ ମାଫିଆଙ୍କ ବିରୋଧରେ ନିଜେ ଆଗକୁ ଆସିଛନ୍ତି କୁନ୍ଦୁରା ବ୍ଲକ୍ ଅଧ୍ୟକ୍ଷା । ମଦ କାରବାର ଚାଲିଥିବା ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି, ମଦ ମାଫିଆଙ୍କୁ ଧରିବା ପାଇଁ ଆରମ୍ଭ ହୋଇଥିଲା କାର୍ଯ୍ୟାନୁଷ୍ଠାନ | ତେବେ ଏନେଇ , ପୋଲିସ ଓ ଅବକାରୀ ବିଭାଗ ଥିବା ସତ୍ୱେ ଅଧ୍ୟକ୍ଷା ଙ୍କର ହସ୍ତକ୍ଷେପ ଓ ଅଞ୍ଚଳରେ ଏତେ ପରିମାଣରେ ବେଆଇନ ମଦ କାରବାର ଚାଲିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନଜର କାହିଁକି ପଡ଼ୁନଥିଲା ? ଭଳି ପ୍ରଶ୍ନ ସାମ୍ନାକୁ ଆସୁଛି | ମଦ ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଘଟଣାଟି କେବଳ ଧରାପଡ଼ିବାରେ ସୀମିତ ରହିଯିବ ନା ଆଗକୁ କାର୍ଯ୍ୟାନୁଷ୍ଠାନ ଜାରି ରହିବ ତାହା ଉପରେ ଏବେ ସମସ୍ତଙ୍କ ନଜର ଥିବାବେଳେ ଅନ୍ୟପଟେ, ଘଟଣାକୁ ନେଇ ପୋଲିସ ଓ ଅବକାରୀ ବିଭାଗର ଆଗାମୀ ପଦକ୍ଷେପ କଣ ରହୁଛି, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
