Bulandshahr Divorce and Split :ମାଆ ବାପାଙ୍କୁ ବାଣ୍ଟିଦେଲେ ୪ ପୁଅ- ବିବାହର ୫୦ ବର୍ଷ ପରେ ଛାଡ଼ପତ୍ର
ଅମିତାଭ ଓ ହେମାମାଳିନୀ ଅଭିନୀତ ଫିଲ୍ମରେ ଯେଉଁଠି ବାପା ମାଆଙ୍କୁ ଅଲଗା କରି ନିଜ ଫାଏଦା ଲାଗି ଜୁଟିଥିଲେ ୪ ପୁଅ। ସେ ତ ଥିଲା ରିଲ୍ସରେ। ହେଲେ ଏବେ ରିଅଲ ଘଟଣା ବୁଲନ୍ଦସର ଜିଲ୍ଲାର ସିକନ୍ଦରାବାଦ କ୍ଷେତ୍ରରେ ଦେଖିବାକୁ ମିଳିଛି। ଯେଉଁ ବୟସରେ ଜୀବନସାଥୀଙ୍କ ସାହାରା ଓ ପୁଅମାନଙ୍କ ସେବା ସବୁଠୁ ଅଧିକ ଆବଶ୍ୟକତା ଥାଏ।

ବିବାହକୁ ୫୦ ବର୍ଷରୁ ଅଧିକ ସମୟ ହେଲାଣି। ହେଲେ ଏବେ ଆସିଛି ଦାମ୍ପତ୍ୟ ଜୀବନରେ ବଡ଼ ବିବାଦ। ୭୦ ବର୍ଷର ବୃଦ୍ଧା ୭୫ ବର୍ଷର ସ୍ୱାମୀଙ୍କଠୁ ଚାହିଁଛନ୍ତି ଛାଡ଼ପତ୍ର। ଆଉ ଏହି ଛାଡ଼ପତ୍ର ପଛରେ ଅଛନ୍ତି ୪ ପୁଅ। ୪ ପୁଅ ହିଁ ବାପା ମାଆଙ୍କୁ ଭାଗ କରିଦେଲେ। ଦୁଇ ପୁଅ ମାଆକୁ ନିଜ ସାଙ୍ଗରେ ନେଇଯାଇଥିଲା ବେଳେ ବାକି ୨ ପୁଅ ବାପାଙ୍କୁ ନିଜ ପାଖରେ ରଖିଲେ। ୟୁପିର ବୁଲନ୍ଦସରରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୨୦୦୩ର ଫିଲ୍ମ ବାଗବାନ ଆଜି ବି ଲୋକଙ୍କ ଭିତରେ ତାଜା ଅଛି। ଅମିତାଭ ଓ ହେମାମାଳିନୀ ଅଭିନୀତ ଫିଲ୍ମରେ ଯେଉଁଠି ବାପା ମାଆଙ୍କୁ ଅଲଗା କରି ନିଜ ଫାଏଦା ଲାଗି ଜୁଟିଥିଲେ ୪ ପୁଅ। ସେ ତ ଥିଲା ରିଲ୍ସରେ। ହେଲେ ଏବେ ରିଅଲ ଘଟଣା ବୁଲନ୍ଦସର ଜିଲ୍ଲାର ସିକନ୍ଦରାବାଦ କ୍ଷେତ୍ରରେ ଦେଖିବାକୁ ମିଳିଛି। ଯେଉଁ ବୟସରେ ଜୀବନସାଥୀଙ୍କ ସାହାରା ଓ ପୁଅମାନଙ୍କ ସେବା ସବୁଠୁ ଅଧିକ ଆବଶ୍ୟକତା ଥାଏ। ସେହି ବୟସରେ ପୁଅଙ୍କ ଏ ନିଷ୍ଠୁର ଫୈସଲା ୫୦ ବର୍ଷରୁ ଅଧିକ ପୁରୁଣା ଦାମ୍ପତ୍ୟ ଜୀବନକୁ ଛାଡ଼ପତ୍ର ଦ୍ୱାରରେ ଛିଡ଼ା କରିଦେଲା। ପୀଡ଼ିତ ଦମ୍ପତ୍ତି ସିକନ୍ଦରାବାଦର ଏକ ଗାଁରେ ରୁହନ୍ତି। ସେମାନଙ୍କ ୪ ପୁଅ। ବୃଦ୍ଧାବସ୍ଥାରେ ସେବା ଭାବନା ରଖିବା ବଦଳରେ ବାପା ମାଆଙ୍କୁ ନିଜ ନିଜ ଭିତରେ ବାଣ୍ଟିଦେଲେ ୪ ପୁଅ। ଜୀବନରେ ପରିଣତି ବୟସରେ ପରସ୍ପରକୁ ଅଲଗା କରିବା ଓ ଅଲଗା ଅଲଗା ଛାତ ତଳେ ବାକି ଜୀବନ ବିତାଇବାକୁ ବାଧ୍ୟ କଲା ଭଳି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ସମୟକୁ ତାଳ ଦେଇ ସତ୍ୟବତୀ ଓ ଓମ୍ କୁମାରଙ୍କ ଭିତରେ ଦୂରତା ବଢ଼ିଯାଇଥିଲା। ଫୋନରେ କଥାବାର୍ତ୍ତା ଓ କେବେ କେବେ ଭେଟିବା ବେଳେ ଦୁହିଁଙ୍କ ଭିତରେ ବୁଝାମଣାର ଅଭାବ ଏତେ ବଢ଼ିଗଲା ଯେ, ବିବାଦ ଗମ୍ଭୀର ହେବାକୁ ଲାଗିଲା। ଏଥିରେ ଆଘାତ ପାଇ ନ୍ୟାୟ ଲାଗି ଥାନାରେ ପହଞ୍ଚିଥିଲେ ପତ୍ନୀ। ମାମଲା ମହିଳା ପରାମର୍ଶ କେନ୍ଦ୍ରରେ ପହଞ୍ଚିବା ପରେ ଉଭୟଙ୍କୁ ଡାକି କାଉନସେଲିଂ କରାଯାଇଥିଲା। କାଉନସିଲିଂ ବେଳେ ଯଥାସମ୍ଭବ ଉଦ୍ୟମ ହେଲା, ଉଭୟଙ୍କ ଭିତରେ ବୁଝାମଣା କରିଦେବା। ହେଲେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଏତେ ବଢ଼ିସାରିଥିଲା ଯେ, ଏକାଠି ରହିବାକୁ କେହି ବି ରାଜି ହେଲେନି। ପୁଲିସର ମଧ୍ୟସ୍ଥତାରେ ନିଜ ପତ୍ନୀଙ୍କୁ ମାସିକ ୫ହଜାର ଟଙ୍କାର ଭରଣପୋଷଣ ଦେବାକୁ ସହମତ ପ୍ରକାଶ କରିଥିଲେ ସ୍ୱାମୀ।
