କଟକରେ କେନାଲରେ ବୁଡ଼ି ଛାତ୍ର ନିଖୋଜ !
କଟକ ସଦର ଥାନା ଅନ୍ତର୍ଗତ ଉପର ଖଲର୍ଦା ଗାଁରେ କେନାଲରେ ଗାଧୋଇବା ବେଳେ +୨ ଛାତ୍ର ଆଦିତ୍ୟ ସ୍ୱାଇଁ ନିଖୋଜ ହୋଇଛନ୍ତି। ଅନ୍ୟ ଜଣେ ସାଙ୍ଗଙ୍କୁ ସ୍ଥାନୀୟ ଲୋକେ ଜୀବିତ ଉଦ୍ଧାର କରିଥିବା ବେଳେ ଆଦିତ୍ୟଙ୍କର ଏଯାଏଁ ପତ୍ତା ମିଳିନାହିଁ। ଖବର ପାଇ ବାରଙ୍ଗ ଓ ପାହାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଖୋଜାଖୋଜି ଜାରି ରଖିଛି। ସଦର ଥାନା ପୋଲିସ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ କରୁଛି।
N
By Namita PattanaikPublished: Sep 7, 2026, 03:31 PM •1 min read •0 Views

କଟକରେ ପୁଣି ଅଘଟଣ। କେନାଲରେ ଗାଧୋଇବା ବେଳେ ବୁଡ଼ି ଜଣେ +୨ ଛାତ୍ର ନିଖୋଜ ହୋଇଥିବା ଜଣାପଡ଼ିଛି। କଟକ ସଦର ଥାନା ଅନ୍ତର୍ଗତ ଉପର ଖଲର୍ଦା ଗାଁର ଆଦିତ୍ୟ ସ୍ୱାଇଁ ଅନ୍ୟ ଜଣେ ସାଙ୍ଗଙ୍କ ସହ କେନାଲରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଘଟଣା ସମୟରେ ଦୁଇଜଣଙ୍କ ମଧ୍ୟରୁ ଜଣେ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଜୀବିତ ଉଦ୍ଧାର କରିଥିବା ବେଳେ ଆଦିତ୍ୟଙ୍କର ଏଯାଏଁ କୌଣସି ପତ୍ତା ମିଳିନାହିଁ। ଖବର ପାଇ ବାରଙ୍ଗ ଓ ପାହାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। ସଦର ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
