Tata Sons Controvercy: ଚେୟାରମ୍ୟାନ୍ ପୁନଃନିଯୁକ୍ତିକୁ ନେଇ ବିବାଦ
N. Chandrasekaranଙ୍କୁ Tata Sons ଚେୟାରମ୍ୟାନ୍ ଭାବେ ଆଉ ୫ ବର୍ଷ ପାଇଁ ପୁନଃନିଯୁକ୍ତିକୁ Noel Tata ବିରୋଧ କରିଛନ୍ତି। Tata Trusts ପକ୍ଷରୁ ଏହି ନିଷ୍ପତ୍ତିର ବୈଧତା ଓ ବୋର୍ଡ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଯାଇଛି।

ନୂଆଦିଲ୍ଲୀ: Tata Sonsର ଚେୟାରମ୍ୟାନ୍ ଭାବେ N. Chandrasekaranଙ୍କୁ ଆଉ ୫ ବର୍ଷ ପାଇଁ ପୁନଃନିଯୁକ୍ତ କରାଯିବାକୁ ନେଇ ବିବାଦ ତୀବ୍ର ହୋଇଛି। ସେପ୍ଟେମ୍ବର ୧୭ରେ Tata Sons ବୋର୍ଡ ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତିକୁ ଅନୁମୋଦନ କରିଥିଲା। ତେବେ Tata Trustsର ଅଧ୍ୟକ୍ଷ Noel Tata ଏହି ପ୍ରକ୍ରିୟା ଓ ନିଷ୍ପତ୍ତିର ବୈଧତା ଉପରେ ଆପତ୍ତି ଉଠାଇଛନ୍ତି। Noel Tataଙ୍କ ଦାବି ଅନୁସାରେ, Tata Sonsର Articles of Associationରେ ଚେୟାରମ୍ୟାନ୍ ନିଯୁକ୍ତି ଓ ପୁନଃନିଯୁକ୍ତି ପାଇଁ Tata Trustsର ନୋମିନି ଡାଇରେକ୍ଟରଙ୍କ ସମର୍ଥନ ଆବଶ୍ୟକ। ବୋର୍ଡରେ Noel Tata ପ୍ରସ୍ତାବକୁ ବିରୋଧ କରିଥିବାରୁ ଏହି ଆବଶ୍ୟକତା ପୂରଣ ହୋଇନଥିବା ବୋଲି Tata Trusts କହିଛି।
ଅନ୍ୟପକ୍ଷରେ, ବୋର୍ଡରେ ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତି ସପକ୍ଷରେ ଭୋଟ ପଡ଼ିଥିଲା। ଟାଇ ପରିସ୍ଥିତି ପରେ ମିଟିଂର ଚେୟାରମ୍ୟାନ୍ Harish Manwaniଙ୍କ casting vote ଚନ୍ଦ୍ରଶେଖରନଙ୍କ ସପକ୍ଷରେ ଯାଇଥିଲା ବୋଲି ରିପୋର୍ଟ ହୋଇଛି। Noel Tata ଏହା ମଧ୍ୟ ଦାବି କରିଛନ୍ତି ଯେ ୨୦୨୨ରେ ଚେୟାରମ୍ୟାନ୍ ପୁନଃନିଯୁକ୍ତି ପାଇଁ ଯେଉଁ ପ୍ରକ୍ରିୟା ଅନୁସରଣ କରାଯାଇଥିଲା, ୨୦୨୬ରେ ସେହି ପ୍ରକ୍ରିୟା ଅନୁସରଣ କରାଯାଇନାହିଁ। ଏହାକୁ ନେଇ ସେ Tata Sonsର କମ୍ପାନୀ ସେକ୍ରେଟାରୀଙ୍କୁ ଆପତ୍ତି ଜଣାଇଥିବା ରିପୋର୍ଟରେ କୁହାଯାଇଛି। Tata Trusts ପକ୍ଷରୁ ଏହି ପ୍ରସଙ୍ଗରେ ପୂର୍ବତନ Chief Justice of India D.Y. Chandrachudଙ୍କ ଆଇନଗତ ମତ ମଧ୍ୟ ବୋର୍ଡ ସମ୍ମୁଖରେ ରଖାଯାଇଥିବା କୁହାଯାଇଛି। ତେବେ Tata Sons ବୋର୍ଡ ଏହି ମତକୁ ଗ୍ରହଣ କରିନଥିବା ନେଇ Tata Trusts ଆପତ୍ତି ଉଠାଇଛି। ଏହି ବିବାଦର ମୁଖ୍ୟ କେନ୍ଦ୍ରବିନ୍ଦୁ Tata Sonsର Articles of Associationର ବିଭିନ୍ନ ଧାରା, Tata Trusts ନୋମିନି ଡାଇରେକ୍ଟରଙ୍କ ଭୋଟ ଅଧିକାର ଏବଂ casting voteର ବୈଧତାକୁ ନେଇ ରହିଛି। ଆଗକୁ ଏହି ମାମଲା କର୍ପୋରେଟ୍ ଗଭର୍ନାନ୍ସ ଓ Tata Sonsର ନେତୃତ୍ୱକୁ ନେଇ ଆଇନଗତ ଚର୍ଚ୍ଚାକୁ ଆହୁରି ବଢ଼ାଇପାରେ।
