୪୮ ଘଣ୍ଟାର ବର୍ଷାରେ ଥାଇଲାଣ୍ଡ ବେହାଲ, ବନ୍ୟାରେ ୨୩ ମୃତ
ଥାଇଲାଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆସିଥିବା ବନ୍ୟା ବ୍ୟାପକ ଧ୍ୱଂସଲୀଳା ରଚିଛି |ବନ୍ୟାରେ ଏପର୍ଯ୍ୟନ୍ତ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ବ୍ୟାଙ୍କକ୍ରେ ୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି |

ଥାଇଲାଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆସିଥିବା ବନ୍ୟା ବ୍ୟାପକ ଧ୍ୱଂସଲୀଳା ରଚିଛି | ସରକାରଙ୍କ ସୂଚନା ଅନୁସାରେ, ବନ୍ୟାଯୋଗୁଁ ବ୍ୟାଙ୍କକ୍ ରେ ଆହୁରି ଚାରିଜଣ ଲୋକଙ୍କ ମୃତ୍ୟୁ ଘଟିଛି | DDPM ଅନୁସାରେ, ଏହି ଚାରି ଲୋକଙ୍କ ମୃତ୍ୟୁ ପରେ ଥାଇଲାଣ୍ଡରେ ମୃତ୍ୟୁ ସଂଖ୍ୟା ୨୩ ରେ ପହଞ୍ଚି ଗଲେଣି | ବ୍ୟାଙ୍କକ୍ ରେ ଆସିଥିବା ବନ୍ୟା ରେ ପାଖାପାଖି ୭ଲକ୍ଷ ଲୋକଙ୍କୁ ପ୍ରଭାବିତ ହୋଇଛନ୍ତି | ବ୍ୟାଙ୍କକ୍ରେ ୪୮ ଘଣ୍ଟା ଧରି ଲଗାତାର ପ୍ରବଳ ବର୍ଷା ହେବା ଯୋଗୁଁ ତିନି ଦିନ ପରେ ମଧ୍ୟ ସହରର କିଛି ଅଞ୍ଚଳରେ ପାଣି ଜମି ରହିଥିଲା | ଅଧିକାରୀଙ୍କ ସୂଚନା ଅନୁସାରେ, ସହରରେ ବିପର୍ଯ୍ୟୟ ଘୋଷଣା କରାଯିବା ସହ ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା | ସେହିପରି, ରାଜଧାନୀର ୨୩୦ରୁ ଅଧିକ ଶେଲ୍ଟର ହୋମ୍ରେ ପ୍ରାୟ ୭,୦୦୦ ଲୋକ ଆଶ୍ରୟ ନେଇଥିଲେ | DDPM ଏକ ବୟାନ ଅନୁସାରେ, ବନ୍ୟାରେ ଥାଇଲାଣ୍ଡରେ ୭୭ ପ୍ରତିଶତର ୨୯ ପ୍ରତିଶତକୁ ପ୍ରଭାବିତ କରିଛି | ବିଭାଗ ଅନୁସାରେ, ବ୍ୟାଙ୍କକ୍ରେ ଚାରୀଜଣଙ୍କ ମୃତ୍ୟୁ ଘଟିଛି | ବ୍ୟାଙ୍କକ୍ରେ ଓ ସମୁଦ୍ର ମଧ୍ୟରେ ଅବସ୍ଥିତ ସମୁତ ପ୍ରାକାନ୍ରେ ୮ଜଣଙ୍କ ମୃତ୍ୟୁ ହୋଇଛି | ବ୍ୟାଙ୍କକ୍ର ଦକ୍ଷିଣ-ପୂର୍ବରେ ଅବସ୍ଥିତ ଚନ୍ଥାବୁରୀ ଏବଂ ରାଜଧାନୀର ଉତ୍ତରରେ ଥିବା ଦୁଇଟି ପ୍ରଦେଶ ଅୟୁଥାୟା ଓ ସାରାବୁରୀରେ ମଧ୍ୟ କିଛି ଲୋକଙ୍କ ମୃତ୍ୟୁ ରେକର୍ଡ କରାଯାଇଛି | ଥାଇଲାଣ୍ଡରେ ସେପ୍ଟେମ୍ବର ମାସରେ ସର୍ବାଧିକ ବର୍ଷା ହୋଇଥାଏ , କିନ୍ତୁ ବ୍ୟାଙ୍କକ୍ରେ ରହୁଥିବା ଲୋକଙ୍କ କହିବା ଅନୁସାରେ ଏହି ବର୍ଷର ବନ୍ୟା ଗତ ବର୍ଷର ବନ୍ୟା ଠାରୁ ଅତ୍ୟନ୍ତ ଗମ୍ଭୀର ଅଟେ | ଏହି ସହରଟି ପୂର୍ବରୁ ଦଳଦଳିଆ ଜମି ଉପରେ ଗଢ଼ିଉଠିଥିଲା ଏବଂ ଏଠାରେ କେନାଲ୍ର ଏକ ବିସ୍ତୃତ ଜାଲ ବିଛାଯାଇଛି | ପ୍ରବଳ ବର୍ଷା ଯୋଗୁଁ ଏଥିମଧ୍ୟରୁ ଅନେକ କେନାଲ୍ରେ ବନ୍ୟାଜଳ ଭୟଙ୍କର ଭାବେ ବଢ଼ିଛି | ପମ୍ପିଂ ଷ୍ଟେସନ୍ଗୁଡ଼ିକ ଅନେକ ଦିନ ଧରି ସେମାନଙ୍କ ସର୍ବାଧିକ କ୍ଷମତାରେ କାମ କରୁଛନ୍ତି। ତେବେ ରବିବାର ଗଭର୍ଣ୍ଣର ଚାଡଚାର୍ଟ ସିଟ୍ଟିପୁଣ୍ଟ କହିଛନ୍ତି ଯେ, ସମ୍ପୂର୍ଣ୍ଣ ପାଣି ନିଷ୍କାସନ ହେବାକୁ ଏକ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିପାରେ | ବୈଜ୍ଞାନିକମାନେ ସତର୍କ କରିଛନ୍ତି ଯେ, ଜୀବାଶ୍ମ ଇନ୍ଧନରୁ ନିର୍ଗତ ଗ୍ୟାସ ଯୋଗୁଁ ବିଶ୍ୱ ତାପମାତ୍ରା ବଢ଼ିବା ସହିତ ବର୍ଷା ଋତୁରେ ଏଭଳି ଚରମ ପାଣିପାଗ ଘଟଣାର ତୀବ୍ରତା ଓ ଆବୃତ୍ତି ମଧ୍ୟ ବଢ଼ିବ |
