AMAZON OTT RELEASE: ଆମାଜନ ପ୍ରାଇମ ottରେ ରିଲିଜ ହେଲା 'ଦ ରିଭଲ୍ୟୁସନାରିଜ୍'
'The Revolutionaries' ରିଭ୍ୟୁ : ସିରିଜରେ ଚମକୁଛନ୍ତି ରୋହିତ ସରାଫ, ଭୁବନ ବାମ, ପ୍ରତିଭା ରାନ୍ଟା ଆଉ ଗୁରଫତେହ ପିରଜ୍ୟାଦା

ସ୍ୱାଧୀନତା ସଂଗ୍ରାମର କାହାଣୀ ସବୁବେଳେ ଫିଲ୍ମ ମେକର୍ସଙ୍କର ପସନ୍ଦିଦା କାହାଣୀ ରହି ଆସିଛି | ବିଶେଷ କରି ନିର୍ଦେଶକ ନିଖିଳ ଆଡ଼ଭାନୀ ବେଶ କିଛି ଦିନ ହେବ ଏହି ବିଷୟରେ ଧ୍ୟାନ ଆକର୍ଷଣ କରିବା ନଜରକୁ ଆସୁଛି | ' ଫ୍ରିଡମ ଆଟ୍ ମିଡ଼ ନାଇଟ ' ପରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଉପରେ ଏବେ ତାଙ୍କର ଦ୍ଵିତୀୟ ୱେବ ସିରିଜ ' ଦ ରିଭଲ୍ୟୁସନାରିଜ୍ ' ସେପ୍ଟେମ୍ବର 11 ଅର୍ଥାତ ଆଜି ଆମାଜନ ପ୍ରାଇମ ott ରେ ରିଲିଜ ହେଇଛି | ଏଥିରେ ଏମିତି କିଛି କ୍ରାନ୍ତିକାରୀଙ୍କ କାହାଣୀ ଚିତ୍ରଣ କରାଯାଇଛି ଯେଉଁ ମାନେ କେବଳ କ୍ରାନ୍ତି ର ଜ୍ୱାଳା ହିଁ ଜଳାଇନଥିଲେ, ଦେଶ ପାଇଁ ନିଜ ଜୀବନ ଆହୁତି ମଧ୍ୟ ଦେଇଥିଲେ | ସଂଜୀବ ସାନ୍ୟାଲ ଙ୍କ ବେଷ୍ଟ ସେଲର ବହି 'ରିଭଲ୍ୟୁସନାରିଜ୍ : ଦ ଅଦର ଷ୍ଟୋରି ଅଫ ହାଓ ଇଣ୍ଡିଆ ୱନ ଇଟ୍ସ ଫ୍ରିଡମ ' ଉପରେ ଆଧାରିତ | ଏହି ସିରିଜ ଅଜାଦି ର ସେହି କାହାଣୀ କୁ ପରଦା କୁ ଆଣିଛି ଯାହାର ଉଲ୍ଲେଖ ଇତିହାସ ବହି ପୃଷ୍ଠା ମଧ୍ୟ ନାହିଁ | କାହାଣୀ ର ପ୍ରସଙ୍ଗ ଏମିତି କିଛି ଭାରତୀୟ କ୍ରାନ୍ତିକାରୀ ଙ୍କ ଉପରେ ଯେଉଁମାନେ ବ୍ରିଟିଶ ରାଜ ଆଗରେ ମୁଣ୍ଡ ନ ନୁଆଇଁ ସଂଗ୍ରାମ କରିବାକୁ ବାଛିଥିଲେ | କାହାଣୀର କେନ୍ଦ୍ରରେ ଅଛନ୍ତି ଯୁବ କ୍ରାନ୍ତିକାରୀ ସଚିନ୍ଦ୍ରନାଥ ସାନ୍ୟାଲ (ରୋହିତ ସରାଫ ) ରାସ ବିହାରୀ ବୋଷ (ଭୁବନ ବାମ ) ,ବାଘା ଯତୀନ (ଗୁରଫତେହ ପିରଜ୍ୟାଦା) ଓ ପ୍ରତିଭା ଲାହିରୀ (ପ୍ରତିଭା ରାନ୍ଟା ) ଯେଉଁ ମାନେ ଅଲଗା ଅଲଗା ଜାଗାରେ କ୍ରାନ୍ତିର ବିଗୁଲ ବଜାଇଥିଲେ | କାହାଣୀ ରେ କ୍ରାନ୍ତିକାରୀଙ୍କର ଜୀବନକୁ ନିଖୁଣ ଭାବରେ ଦେଖାଇବାସହ ମହିଳା କ୍ରାନ୍ତିକାରୀଙ୍କର ଯୋଗଦାନ କୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି | 1911 ମସିହାରେ ଦିଲ୍ଲୀର ରାଜଧାନୀ ବନିବା ସେଲିବ୍ରେସନ ବେଳେ ବୋମା ବିସ୍ଫୋରଣ ଠୁ ନେଇ ରାସ ବିହାରୀ ବୋଷଙ୍କର ଦେଶରୁ ବାହାରକୁ ଯିବାଯାଏ ର ଘଟଣା ସିରିଜ ରେ ଦେଖା ଯାଇଛି | ସଚିନ୍ଦ୍ରନାଥ ସାନ୍ୟାଲ ଓ ବାଘା ଜତୀନଙ୍କର କାହାଣୀ ମଧ୍ୟ ସିରିଜ ରେ ବିସ୍ତୃତ ଭାଵେ ଚିତ୍ରଣ ହୋଇଛି | ତେବେ ସଚିନ୍ଦ୍ର ନାଥ ସାନ୍ୟାଲ ଚରିତ୍ର ରେ ନଜର ଆସୁଥିବା ରୋହିତ ସରାଫ ତାଙ୍କର ଏହି ଚରିତ୍ର ପାଇଁ କରିଥିବା ଟ୍ରାନ୍ସଫରମେସନ କିଛି ଦିନ ହେବ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିଲା,ଯେଉଁଥିରେ ଦର୍ଶକ ତାଙ୍କୁ ସିରିଜ ରେ ଦେଖିବା ପାଇଁ ଉତ୍ସୁକତା ପ୍ରକାଶ କରିଥିଲେ | 8 ଏପିସୋଡ଼ ର ଏହି ସିରିଜ ଟି ର କାହାଣୀ ଦର୍ଶକଙ୍କୁ ବାନ୍ଧି ରଖିବାର ଯୋଗ୍ୟତା ରଖୁଛି |
