Tourist Drowns : ସୁବର୍ଣ୍ଣରେଖାରେ ବୁଡ଼ିଗଲେ ପର୍ଯ୍ୟଟକ
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟ ନଦୀରେ ଗାଧୋଇବା ବେଳେ ନିଖୋଜ ହୋଇଛନ୍ତି UP ପର୍ଯ୍ୟଟକ |
ରାଜଘାଟ ନିକଟରେ ନଦୀରେ ବୁଡ଼ିଲେ ପର୍ଯ୍ୟଟକ | ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ଜଣେ ପର୍ଯ୍ୟଟକ ବୁଡ଼ି ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ପର୍ଯ୍ୟଟକ ଉତ୍ତରପ୍ରଦେଶର ଅଶୋକ ପାଠକ ବୋଲି ଜଣାପଡ଼ିଛି । ଏହି ଘଟଣାକୁ ନେଇ ତାଙ୍କ ପରିବାର ମଧ୍ୟରେ ଚିନ୍ତାର ବାତାବରଣ ଦେଖାଦେଇଛି। ସୂଚନା ଅନୁଯାୟୀ, ଅଶୋକ ପାଠକ ନିଜ ପରିବାର ସଦସ୍ୟଙ୍କ ସହ ବୁଲିବା ପାଇଁ ବାଲେଶ୍ୱର ଆସିଥିଲେ । ଆଜି ସକାଳେ ସେ ପରିବାର ସହ ରାଜଘାଟ ନିକଟରେ ପହଞ୍ଚିଥିଲେ। ସେଠାରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପ୍ରଖର ଜଳସ୍ରୋତରେ ତାଙ୍କ ଗୋଡ଼ ଖସିଯାଇଥିଲା । ଦେଖୁଦେଖୁ ସେ ନଦୀର ଗଭୀର ଜଳରେ ବୁଡ଼ି ଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଖୋଜ ଅଶୋକ ପାଠକଙ୍କୁ ଠାବ କରିବା ପାଇଁ ନଦୀରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ମଧ୍ୟ ଜମିଥିବା ଜଣାପଡ଼ିଛି। ଅଶୋକଙ୍କ ନିଖୋଜ ଖବର ପରେ ପରିବାର ଲୋକେ ଚିନ୍ତାରେ ରହିଛନ୍ତି । ବସ୍ତା ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ଏବଂ ବ୍ୟବଚ୍ଛେଦ ପାଇଁ ପଠାଇଛି।
