BharatPe Support UPI:ୟୁପିଆଇ ଚାର୍ଜକୁ କମ୍ପାନୀର ସମର୍ଥନ- ପ୍ରତିଷ୍ଠାତାଙ୍କ ବିରୋଧ
କମ୍ପାନୀର କହିବା କଥା, ଏହି ପଦକ୍ଷେପ ଏକ ମଝଭୁତ ଓ ସଷ୍ଟେନେବୁଲ ପେମେଣ୍ଟ ଇକୋସିଷ୍ଟମ ହେବ। କମ୍ପାନୀର କୋ-ଫାଉଣ୍ଡର ଓ ପୂର୍ବତନ ସିଇଓ ଅଶ୍ରୀର ଗ୍ରୋବର ଏହାର କଡ଼ା ସମାଲୋଚନା କରିଛନ୍ତି। ଏହାର ବୋଝ ଶେଷରେ ଗ୍ରାହକଙ୍କ ଉପରେ ପଡ଼ିବ।

ୟୁପିଆଇ ଉପରେ ଚାର୍ଜ ଲାଗୁ ପକ୍ଷରେ ଆସିଲା ଭାରତ-ପେ। କିନ୍ତୁ କମ୍ପାନୀର କୋ- ଫାଉଣ୍ଡର ଅଶ୍ରୀର ଗ୍ରୋବର ଏହାକୁ ବିରୋଧ କରୁଛନ୍ତି। କମ୍ପାନୀର କହିବା କଥା, ଲାଗୁ ହେଲେ ୟୁପିଆଇକୁ ସହଜ କରିବାରେ ଏହା ସାହାଯ୍ୟ କରିବ। ଏମିତିରେ ୟୁପିଆଇ ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମଡିଆର) ଲାଗୁ ନିଷ୍ପତ୍ତିକୁ ନେଇ ଘମାସାନ ଜାରି ରହିଛି। ବିରୋଧୀ ଦଳ,ବେପାରୀ ସଂଘ ଓ ରିଟେଲର୍ସ ଏହାକୁ ବିରୋଧ କରୁଛନ୍ତି। ସରକାର ବି ସ୍ପଷ୍ଟ କରିଦେଇଛନ୍ତି, କୌଣସି ପରିସ୍ଥିତିରେ ଏହି ନିଷ୍ପତ୍ତି ପ୍ରତ୍ୟାହାରର ପ୍ରଶ୍ନ ଉଠୁନି। ସରକାରଙ୍କ ତର୍କ ଅଛି ଯେ, ଏହା କୌଣସି ଟିକସ ନୁହେଁ। ବରଂ ୟୁପିଆଇ ଇକୋସିଷ୍ଟମକୁ ସହଜ ଓ ସରଳ କରିବାର ମାଧ୍ୟମ ଅଟେ। ଏହି ଚାର୍ଜ କେବଳ ମର୍ଚ୍ଚାଣ୍ଟ ଉପରେ। ଗ୍ରାହକଙ୍କଠୁ କୌଣସି ପ୍ରକାର ଚାର୍ଜ ନିଆଯିବନି। ଏହା ଭିତରେ ସବୁଠୁ ବଡ଼ ଫିନଟେକ କମ୍ପାନୀ ଭାରତପେ ବି ନାସନାଲ କର୍ପୋରେସନ ଅଫ ଇଣ୍ଡିଆ ନା ଏନସିପିଆଇର ଏମଡିଆର ଫ୍ରେମଓ୍ୱର୍କକୁ ସମର୍ଥନ କରିଛି। କମ୍ପାନୀର କହିବା କଥା, ଏହି ପଦକ୍ଷେପ ଏକ ମଝଭୁତ ଓ ସଷ୍ଟେନେବୁଲ ପେମେଣ୍ଟ ଇକୋସିଷ୍ଟମ ହେବ। କମ୍ପାନୀର କୋ-ଫାଉଣ୍ଡର ଓ ପୂର୍ବତନ ସିଇଓ ଅଶ୍ରୀର ଗ୍ରୋବର ଏହାର କଡ଼ା ସମାଲୋଚନା କରିଛନ୍ତି। ଏହାର ବୋଝ ଶେଷରେ ଗ୍ରାହକଙ୍କ ଉପରେ ପଡ଼ିବ। ଭାରତ-ପେ ସିଇଓ ନଳିନ ନେଗି କହିଛନ୍ତି, ନୂଆ ଏମଡିଆର ଫ୍ରେମଓ୍ୱାର୍କ ପ୍ରମାଣିତ କରୁଛି ଯେ, ୟୁପିଆଇ ଗ୍ରାହକଙ୍କ ଲାଗି ଫ୍ରି ସାଜିବ। ନେଗିଙ୍କ ଅନୁସାରେ ଏନସିପିଆଇର ପରିସଂଖ୍ୟାନ ଦେଖିଲେ ପ୍ରାୟ ୯୬ ପ୍ରତିଶତ ଲୋକେ ପର୍ସନ-ଟୁ- ମର୍ଚ୍ଚାଣ୍ଟ ଟ୍ରାନ୍ସଆକ୍ସନ ଉପରେ ଏହାର ପ୍ରଭାବ ପଡ଼ିବନି। ଭାରତ ପେ ସବୁବେଳେ ଛୋଟ ବେପାରୀଙ୍କ ସମର୍ଥନରେ ରହିଆସିଛି। ଏହି ବ୍ୟବସ୍ଥା ସୁରକ୍ଷିତ ଓ ଇକୋସିଷ୍ଟମକୁ ଅଧିକ ମଝଭୁତ କରିବ।
