UPI MDR VS Congress:ୟୁପିଆଇ ଏମଡିଆର ଯଦି ଜନବିରୋଧୀ- କଂଗ୍ରେସର ୬ ସାଂସଦ ସହମତ ହେଲେ କିଭଳି?
ଅଗଷ୍ଟ ୧୨ରେ ରିପୋର୍ଟକୁ ଅନୁମୋଦନ ବେଳେ ଏମାନେ ସମସ୍ତେ ଉପସ୍ଥିତ ଥିଲେ। କୌଣସି ପ୍ରକାର ଅସହମତି ପ୍ରକାଶ କରିନଥିଲେ। ରାହୁଲ ଗାନ୍ଧୀଙ୍କଠୁ ନେଇ ଅଖିଳେଶ ଯାଦବଙ୍କ ଭଳି ବହୁ ବିରୋଧୀ ଦଳର ସଦସ୍ୟ ଏମଡିଆର ବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ କୁ କଡ଼ା ବିରୋଧ କରୁଛନ୍ତି। ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଲାଗି ଦାବି କରୁଛନ୍ତି।

ୟୁପିଆଇ ଏମଡିଆର ମୁଦ୍ଦା ଉପରେ ସରକାରଙ୍କୁ କ୍ରମାଗତ ଟାର୍ଗେଟ କରିଚାଲିଛନ୍ତି ବିରୋଧୀ। ଏହା ପଛରେ ବିଦେଶୀ ଚାପ ଥିବାର ଆରୋପ ବି ଆଣିଛନ୍ତି। ଯଦିଓ କେନ୍ଦ୍ର ସରକାର ଏହାକୁ ସଫା ସଫା ଖଣ୍ଡନ କରିସାରିଛନ୍ତି। ଆଉ ଏହା ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନି ବୋଲି ସ୍ପଷ୍ଟ କରିସାରିଛନ୍ତି। ଅକ୍ଟୋବର ୧୫ରୁ ହିଁ ଲାଗୁ ହେବ। ସେପଟେ ୟୁପିଆଇ ଏମଡିଆର ମୁଦ୍ଦାକୁ ନେଇ ଏବେ କଂଗ୍ରେସର ନୈତିକତାକୁ ନେଇ ପ୍ରଶ୍ନ କଲାଣି ବିଜେପି। ବିଜେପି ପ୍ରଶ୍ନ କରିଛି ଯେ, ଯେତେବେଳେ ଏହି ନିଷ୍ପତ୍ତିକୁ ନେଇ ସଂସଦୀୟ ସମିତିରେ ୬ କଂଗ୍ରେସ ସାଂସଦ ସାମିଲ ଥିଲେ ଆଉ ସେମାନଙ୍କ ସହମତି ଥିଲା। ତାହେଲେ ଏବେ କାହିଁକି ପ୍ରଶ୍ନ କରୁଛନ୍ତି। ୟୁପିଆଇ ଏମଡିଆରକୁ ସମର୍ଥନ ଦେଇଥିବା ପାନେଲରେ ଥିଲେ କଂଗ୍ରେସର ୬ ସାଂସଦ। ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ, ଗୌରବ ଗୋଗୋଇ, ମନୀଷ ତିଓ୍ୱାରୀ, କିଶୋରୀ ଲାଲ, ପ୍ରମୋଦ ତିଓ୍ୱାରୀ ଓ କେ.ଗୋପିନାଥ ପ୍ରମୁଖ। ଅଗଷ୍ଟ ୧୨ରେ ରିପୋର୍ଟକୁ ଅନୁମୋଦନ ବେଳେ ଏମାନେ ସମସ୍ତେ ଉପସ୍ଥିତ ଥିଲେ। କୌଣସି ପ୍ରକାର ଅସହମତି ପ୍ରକାଶ କରିନଥିଲେ। ରାହୁଲ ଗାନ୍ଧୀଙ୍କଠୁ ନେଇ ଅଖିଳେଶ ଯାଦବଙ୍କ ଭଳି ବହୁ ବିରୋଧୀ ଦଳର ସଦସ୍ୟ ଏମଡିଆର ବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ କୁ କଡ଼ା ବିରୋଧ କରୁଛନ୍ତି। ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଲାଗି ଦାବି କରୁଛନ୍ତି। ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଗଠିତ ସମିତି ବଜେଟ ଆବଣ୍ଟନ ଓ ଏହାର ପରିଚାଳନା ଦର ବା ଅପରେସନାଲ କଷ୍ଟରେ ଥିବା ବଡ଼ ପାର୍ଥକ୍ୟକୁ ନେଇ ଚିନ୍ତାପ୍ରକଟ କରିଥିଲେ। ୟୁପିଆଇ ଇକୋସିଷ୍ଟମ ଲାଗି ୨ହଜାର କୋଟି ଟଙ୍କାର ବଜେଟ୍ ଆବଣ୍ଟିତ ହୋଇଥିଲା। ହେଲେ ଏହାର ପରିଚାଳନା କଷ୍ଟ୍ ୨୦,୭୦୦ କୋଟି ଟଙ୍କାକୁ ପହଞ୍ଚିଗଲାଣି। ସମିତି କହିଥିଲା, ଅଧିକ ଭାଲ୍ୟୁର ଟ୍ରାନ୍ସଆକ୍ସନ ଉପରେ କାଲିବ୍ରେଟେଡ୍ ଏମଡିଆରକୁ ଅନୁମିତି ଦେବାର ପ୍ରାବଧାନ ରହିଛି। କିନ୍ତୁ ଏହାର ଫ୍ରେମଓ୍ୱାର୍କକୁ ନୋଟିଫାଏ କରିବା ବା ଲାଗୁ କରିବାରେ କୌଣସି ପ୍ରକାର ବିଳମ୍ୱରୁ ପେମେଣ୍ଟ ସର୍ଭିସ ପ୍ରୋଭାଇଡର ସମ୍ପୂର୍ଣ୍ଣ ଭାବେ ସରକାରୀ ସବସିଡି ବା ରିହାତି ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିବ। ଏମିତି ହେଲେ ଏଥିରେ ସାଇବର ସୁରକ୍ଷା, ଫ୍ରଡ୍ ପ୍ରିଭେନସନ ଓ ନେଟଓ୍ୱର୍କ ଇନଫ୍ରାଷ୍ଟ୍ରକଚରରେ ହେବାକୁ ଥିବା ଜରୁରୀ ନିବେଶ ପ୍ରଭାବିତ ହୋଇପାରେ।
