Youth Enter CM Res Arrest: ନିଶାସକ୍ତ ଅବସ୍ଥାରେ ସିଏମ ଆବାସରେ କେମିତି ପଶିଲା ଯୁବକ?
ଜାମିନଦାରଙ୍କୁ ଯୋଗାଡ଼ିବାକୁ ଥାନା ବାହାରକୁ ଚାଲିଯାଇଥିଲେ ତିଲକଙ୍କ ବାପା। କିନ୍ତୁ ତିଲକ ରାଜଙ୍କୁ ଭୟ ଥିଲା,ତାଙ୍କ ବାପା ତାଙ୍କ ଉପରେ ରାଗିଛନ୍ତି। ସେଥିଲାଗି ସେ ଥାନାରୁ ପଳାଇବାକୁ ପ୍ରୟାସ କରିଥିଲା। ଗୁଜ୍ଜର ନଗର ଥାନା ଠିକ୍ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଆବାସ ପାଖକୁ ଲାଗିକି ଅଛି।

ନିଶାସକ୍ତ ଅବସ୍ଥାରେ ପଶିଗଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ। ବାପାଙ୍କ ଡରରେ ଥାନାରୁ ଦୌଡ଼ି ପଳାଇ ସିଏମ ରେସରେ ପଶିଯାଇଥିବା ୨୧ ବର୍ଷର ଯୁବକ ତିଲକ ରାଜକୁ ପୁଲିସ ଗିରଫ କରିଛି। ରିୟାସି ଜିଲ୍ଲାର କାକରୟାଲ ଗାଁର ତିଲକ। ସେପ୍ଟେମ୍ୱର ୩ରେ ନିଶା ଅବସ୍ଥାରେ ଧରାପଡ଼ିଥିଲା। ତାକୁ ଗୁଜ୍ଜର ନଗର ପୁଲିସ ଥାନାକୁ ନେଇଥିଲା। ସେ ୪ ତାରିଖରେ ଜମ୍ମୁରେ ମୁଖ୍ୟମନ୍ତ୍ରୀ ଉମର ଅବଦ୍ଦୁଲ୍ଲାଙ୍କ ସରକାରୀ ବାସଭବନରେ ସେ ପଶିଯାଇଥିଲା। ଏସଏସଜି ଜବାନ ତାକୁ ଧରିଥିଲେ। ତେବେ ପୁଲିସ ପରେ ତାକୁ ଜାମିନରେ ଛାଡ଼ିଦେଇଛି। ପୁରା ମାମଲା ଏମିତି। ସେପ୍ଟେମ୍ୱର ୩ରେ ତିଲକ ରାଜ ନିଜ ସାଙ୍ଗ ସହ ଜମ୍ମୁ ପହଞ୍ଚିଥିଲା। ସେଠାରେ ପୁଲିସ ତାକୁ ନିଶାଗ୍ରସ୍ତ ଅବସ୍ଥାରେ ଧରିଥିଲା। ଆଉ ଏନଡିପିଏସ ଆକ୍ଚ ଧାରାରେ ମାମଲା ରୁଜୁ କରି ଗୁଜ୍ଜର ନଗର ପୁଲିସ ଥାନାକୁ ନେଇଥିଲା। ପୁଲିସ ଏ ବାବଦରେ ତାଙ୍କ ପରିବାରକୁ ସୂଚନା ଦେଇଥିଲା। ଏହା ପର ଦିନ ଅର୍ଥାତ ସେପ୍ଟେମ୍ୱର ୪ରେ ତାଙ୍କ ବାପା ଗୁଜ୍ଜର ନଗର ପୁଲିସ ଥାନା ପହଞ୍ଚିଥିଲେ। ଯେହେତୁ ଏ ମାମଲା ଜାମିନଯୋଗ୍ୟ ଥିଲା। ସେଥିଲାଗି ପୁଲିସ ବାପାଙ୍କୁ କହିଥିଲା, କୌଣସି ସ୍ଥାନୀୟ ବ୍ୟକ୍ତିଙ୍କୁ ଜାମିନଦାର ଭାବେ ଆଣ। ଏହା ପରେ ଜାମିନଦାରଙ୍କୁ ଯୋଗାଡ଼ିବାକୁ ଥାନା ବାହାରକୁ ଚାଲିଯାଇଥିଲେ ତିଲକଙ୍କ ବାପା। କିନ୍ତୁ ତିଲକ ରାଜଙ୍କୁ ଭୟ ଥିଲା,ତାଙ୍କ ବାପା ତାଙ୍କ ଉପରେ ରାଗିଛନ୍ତି। ସେଥିଲାଗି ସେ ଥାନାରୁ ପଳାଇବାକୁ ପ୍ରୟାସ କରିଥିଲା। ଗୁଜ୍ଜର ନଗର ଥାନା ଠିକ୍ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଆବାସ ପାଖକୁ ଲାଗିକି ଅଛି। ତିଲକ ଥାନାରୁ ପଳାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଘରର ପଛ କାନ୍ଥ ଡେଇଁବାକୁ ଚେଷ୍ଟା କରିଥିଲା। ହେଲେ ସେଠାରେ ମୁତୟନ ଏସଏସଜି ଜବାନ ତାକୁ ଦେଖିଦେଇଥିଲେ ଓ ଘଟଣାସ୍ଥଳରୁ ଧରିଦେଲେ। ଥାନାକୁ ଜିମା ଦେଇଥିଲେ। ପୁଲିସ ତିଲକ ଉପରେ ଅନୁପ୍ରବେଶ ନେଇ ଆଉ ଏକ ମାମଲା ରୁଜୁ କରିଥିଲା। ତେବେ ପଚରାଉଚୁରା ପରେ ଜଣାପଡ଼ିଥିଲା, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାହାର କୌଣସି କ୍ଷତି କରିବାକୁ ତାହାର କୌଣସି ଉଦ୍ଦେଶ୍ୟ ନଥିଲା। ସେ କେବଳ ନିଜ ବାପାଙ୍କ ଡରରେ ଥାନାରୁ ପଳାଇବାକୁ ଚାହୁଁଥିଲା।
