Ziraffe Adopted: ଜିରାଫ ସୁଜାତାକୁ ପୋଷ୍ୟଗ୍ରହଣ
ସ୍ୱାମୀ ପ୍ରତୀକ ପଶୁପ୍ରେମୀ ଥିଲେ। ସେ ନିରନ୍ତର ବନ୍ୟଜନ୍ତୁ ସଂରକ୍ଷଣ ଉପରେ କାମ କରୁଥିଲେ। ଆଉ ସେଥିଲାଗି ସାନ ଝିଅର ଜନ୍ମଦିନ ଅବସରରରେ ସ୍ୱାମୀଙ୍କ ସ୍ମୃତିରେ ଲକ୍ଷ୍ନୌରେ ପାଳିଥିଲେ।

ଝିଅର ଜନ୍ମଦିନରେ ଜିରାଫକୁ ପୋଷ୍ୟ ଗ୍ରହଣ କଲେ ବିଜେପି ନେତ୍ରୀ। ଝିଅ ପ୍ରଜ୍ଞାର ଜନ୍ମଦିନକୁ ଅଲଗା ଅନ୍ଦାଜରେ ପାଳିଛନ୍ତି ବିଜେପି ନେତ୍ରୀ ଅପର୍ଣ୍ଣା ଯାଦବ। ଲକ୍ଷ୍ନୌ ଚିଡ଼ିଆଖାନାରେ ପହଞ୍ଚି ଜିରାଫ ସୁଜାତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ୟୁପିର ରାଜ୍ୟ ମହିଳା ଆୟୋଗ ଉପାଧ୍ୟକ୍ଷା ଅଛନ୍ତି ଅପର୍ଣ୍ଣା ଯାଦବ। ସ୍ୱାମୀ ପ୍ରତୀକ ଯାଦବଙ୍କ ପରଲୋକ ପରେ ସାନ ଝିଅର ଏହା ଥିଲା ପ୍ରଥମ ଜନ୍ମଦିନ। ସ୍ୱାମୀ ପ୍ରତୀକ ପଶୁପ୍ରେମୀ ଥିଲେ। ସେ ନିରନ୍ତର ବନ୍ୟଜନ୍ତୁ ସଂରକ୍ଷଣ ଉପରେ କାମ କରୁଥିଲେ। ଆଉ ସେଥିଲାଗି ସାନ ଝିଅର ଜନ୍ମଦିନ ଅବସରରରେ ସ୍ୱାମୀଙ୍କ ସ୍ମୃତିରେ ଲକ୍ଷ୍ନୌରେ ପାଳିଥିଲେ। ଚିଡ଼ିଆଖାନାରେ କେକ୍ କାଟି ଝିଅର ଜନ୍ମଦିନ ପାଳିଛନ୍ତି। ଝିଅ ପ୍ରଜ୍ଞାର ଅଷ୍ଟମ ଜନ୍ମଦିନରେ ଅପର୍ଣ୍ଣା ବେଶ୍ ଭାବୁକ ହୋଇପଡ଼ିଥିଲେ। ସୋମବାର ପ୍ରଜ୍ଞା ନବାବ ଓ୍ୱାଜିଦ୍ ଅଲି ଶାହ ପ୍ରାଣୀଉଦ୍ୟାନ ପହଞ୍ଚିଥିଲେ। ଚିଡିଆଖାନା ବୁଲିବା ବେଳେ ଜିରାଫ ସୁଜାତାକୁ ଦେଖି ସେ ବହୁତ ପସନ୍ଦ କରିଥିଲେ। ଏ କଥା ନିଜ ମାଆକୁ କହିଥିଲେ। ଆଉ ଝିଅର ମନ ରଖିବାକୁ ଯାଇ ସୁଜାତାକୁ ପୋଷ୍ୟଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଚିଡ଼ିଆଖାନା ପ୍ରଶାସନକୁ ୫ଲକ୍ଷ ୫୧ହଜାର ଟଙ୍କାର ଚେକ୍ ଦେଇଛନ୍ତି। ଏ ଟଙ୍କା ଜିରାଫର ଦେଖାଶୁଣାରେ ଲାଗିବ।

