କଳା ଓ ସଂସ୍କୃତି

ରଜ ଉତ୍ସବ ଉଦଘାଟିତ,ଶହେରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କ ଅଂଶଗ୍ରହଣ

ଖୋର୍ଦ୍ଧା : କଳା ଓ ସଂସ୍କୃତି ବିକାଶ ପରିଷଦ, ଖୋର୍ଦ୍ଧା ଆନୁକୂଲ୍ଯରେ ଦ୍ବିବସୀୟ ରଜ ଉତ୍ସବ ସ୍ଥାନୀୟ ଗୀତାଭବନ ପରିସରରେ ବୁଧବାର ଉଦଘାଟିତ ହୋଇଯାଇଛି। ପ୍ରଥମ ଦିବସରେ ପିଲାମାନଙ୍କ ମଧ୍ଯରେ ବକ୍ତୃତା, ଶଙ୍ଖ ବାଦନ, ଝୋଟି, ଏକକ ନୃତ୍ଯ(ଓଡିଶୀ,ସମ୍ବଲପୁରୀ ଓ ଭଜନ ନୃତ୍ଯ), କଣ୍ଠ ସଙ୍ଗୀତରେ ଓଡିଶୀ ଛାନ୍ଦ, ଚମ୍ପୁ, ପାରମ୍ପରିକ ଭଜନ ଓ ଜଣାଣ ପ୍ରଭୃତି ପ୍ରତିଯୋଗିତାରେ ଶହେ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତି ବିଭାଗରେ ୧ମ, ୨ୟ ଓ ୩ୟ ସ୍ଥାନ ହାସଲ କରିଥିବା କୃତୀ ପ୍ରତିଯୋଗୀଙ୍କୁ ଆସନ୍ତାକାଲି ଉଦଯାପନୀ ଉତ୍ସବରେ ପୁରସ୍କୃତ କରାଯିବ। ବକ୍ତୃତାରେ ବିଚାରକ ଭାବେ ଗୀତିକବି ଡ.ସୁରେଶ ଛୋଟରାୟ, ସମରଜିତ ପଟ୍ଟନାୟକ, ସାମ୍ବାଦିକ ପ୍ରଭାତ ପାଣିଗ୍ରାହୀ, କଣ୍ଠରେ ମନ୍ଦାକିନି ତ୍ରିପାଠୀ, ବିଷ୍ଣୁପ୍ରିୟା ଚହଟୀରାୟ, ନୃତ୍ଯରେ ସାଗରିକା ମଙ୍ଗରାଜ ଓ କଳ୍ପନା ପ୍ରଧାନ ଏବଂ ଶଙ୍ଖ ନାଦ, ପୁଚି ଓ ହୁଳହୁଳିରେ ପୁଷ୍ପାଞ୍ଜଳି ମହାପାତ୍ର, ଝୋଟିରେ ଅନୁପମ ମହାନ୍ତି, ବିରଞ୍ଚି ଚହଟିରାୟ ପ୍ରମୁଖ ଯୋଗଦେଇ ମୂଲ୍ୟାଙ୍କନ କରିଥିଲେ ।

Related Articles

Leave a Reply

Your email address will not be published.

Back to top button