ଅପରାଧ

ଝିମିଟି ଖେଳରୁ ମହାଭାରତ, ଘର ସାମ୍ନାରେ ସାଇକଲ ରଖିବା ଘଟଣାକୁ ନେଇ ହତ୍ୟାକାଣ୍ଡ, ବାପା-ପୁଅ ଅଟକ, ଅନ୍ୟଜଣେ ଫେରାର

ବୌଦ୍ଧ : ଝିମିଟି ଖେଳରୁ ହୋଇଛି ମହାଭାରତ l ସାମାନ୍ୟ ଘର ସାମ୍ନାରେ ସାଇକଲ ରଖିବା ଘଟଣାକୁ ନେଇ ହୋଈଗଲା ହତ୍ୟାକାଣ୍ଡ l ଘଟଣାରେ ପୋଲିସ ଆକ୍ରମଣକାରୀ ବାପା-ପୁଅ ଅଟକ ରଖିଥିବା ବେଳେ ଅନ୍ୟଜଣେ ଫେରାର ହୋଇଯାଇଛନ୍ତି l ଘର ସାମନାରେ ସାଇକଲ ରଖିବା ଘଟଣା କୁ କେନ୍ଦ୍ର କରି ଆଜି ଏକ ହତ୍ୟାକାଣ୍ଡ ଘଟି ଯାଇଛି। ଘଟଣା ଘଟିଛି ମନମୁଣ୍ଡା ଥାନା ପଲସାଗୋରା ଗ୍ରାମରେ l ମୃତକ ଜଣକ ବଘିଆବାହାଲ ଗ୍ରାମର ବାବୁଲା ପାଢ଼ୀ । ମୃତକଙ୍କ ମା ବାସନ୍ତୀ ପାଢ଼ୀଙ୍କ ଦ୍ଵାରା ଦାଏର ଏତଲା ପ୍ରକାରେ ଗତକାଲି ସକାଳ ପ୍ରାୟ 7 ଟା ସମୟରେ ବାବୁଲା ଘରୁ କୁଆଡେ ଯିବାକୁ ବାହାରିଥିଲା। ସେତେବେଳେ ତାଙ୍କ ଘର ସାମନାରେ ଏକ ସାଇକଲ ରଖାଯାଇଥିବା ଦେଖି ତାହା କାହାର ବୋଲି ପଚାରିଥିଲା । ସେଇ ସମୟରେ ତାଙ୍କ ପଡୋଶୀ ଲାଲମନ କର୍ଣ୍ଣ ହଠାତ ଆସି ବାବୁଲାକୁ ମାରିବାକୁ ଉଦ୍ୟମ କରିଥିଲା। ମାଡରୁ ରକ୍ଷା ପାଇବା ପାଇଁ ବାବୁଲା ଏକ ପଥର ଲାଲମାନ ଉପରକୁ ମାରିଥିଲା ଏବଂ ତାପରେ ଯିଏ ଯୁଆଡେ ଚାଲିଯାଇଥିଲେ । ଅଳ୍ପ ସମୟ ପରେ ବାବୁଲା ପଲସାଗୋରା ଗ୍ରାମର ଏକ ଜଳଖିଆ ଦୋକାନକୁ ଯାଇଥିଲା।ସେତିକିବେଳେ ଲାଲମନର ଦୁଇ ପୁଅ ସନ୍ତୋଷ ଏବଂ ସତ୍ୟବାନ ସେଠାକୁ ଆସି ଉକ୍ତ ଘଟଣାକୁ ନେଇ ବାବୁଲାକୁ ନିସ୍ତୁକ ମାଡ଼ ମାରିଥିଲେ । ବାବୁଲା ସେଇ ନିକଟରେ ଥିବା ଏକ ନଳକୂଅ ଚାନ୍ଦିନୀ ରେ ପଡି ଯାଇଥିଲା ଏବଂ କିଛି ସମୟ ପରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା । ମାଡ଼ ବେଳେ ଘଟଣାର ଅନେକ ପ୍ରତ୍ୟକ୍ଷଦର୍ଶୀ ସନ୍ତୋଷ ଏବଂ ସତ୍ୟବାନକୁ ମନା କରିଥିବାବେଳେ ସେମାନେ କାହାକୁ ମାନିନ ଥିଲେ । ମନମୁଣ୍ଡା ପୋଲିସ ଘଟଣା ସ୍ଥଳରୁ ଶବକୁ ଜବତ କରିବା ପରେ ମନମୁଣ୍ଡା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଥିଲା । ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି l ପୁଲିସ ସତ୍ୟବାନ ଏବଂ ଲାଲମନ କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଲାଇଥିବା ଜାଣିବାକୁ ମିଳିଛି ।

Related Articles

Leave a Reply

Your email address will not be published.

Back to top button