କେନ୍ଦ୍ରାପଡା

୫-ଟି ଦ୍ୱାରା କଲେଜକୁ ମିଳିଥିବା ଅନୁଦାନ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବୈଠକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାକୁ ଗତ କିଛିଦିନ ତଳେ ୫ଟି ସଚିବ ଭିକେ ପାଣ୍ଡିଆନ ଜିଲ୍ଲାର ୯ଟି ବ୍ଲକରେ ଥିବା ମହା ବିଦ୍ୟାଳୟ, ଡିଗ୍ରୀ ବିଦ୍ୟାଳୟ, ସଂସ୍କୃତ ବିଦ୍ୟାଳୟ ଗୁଡିକୁ ଦେଇଥିବା ଅନୁଦାନଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରି ବିଦ୍ୟାଳୟର ନବୀକରଣ ଓ ଉନ୍ନତିକରଣ କାର୍ଯ୍ୟ ଗୁଡିକୁ ତୁରନ୍ତ ସାରିବା ପାଇଁ ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ସମେତ କେନ୍ଦ୍ରାପଡା, ଡେରାବିଶ, ମହାକାଳପଡା, ମାର୍ଶାଘାଇ ଓ ଗରଦପୁର ବ୍ଲକର ବିଡିଓ, ସମସ୍ତ କଲେଜର ଅଧ୍ୟକ୍ଷ, ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି କଲେଜର ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ତୁରନ୍ତ ଆରମ୍ଭ କରି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଶେଷ କରିବାକୁ ଆଲୋଚନା କରାଯାଇ ଥିଲା । ଅନୁଦାନ ମିଳିଥିବା କଲେଜ ଗୁଡିକର ଉନ୍ନୟନ ମୂଳକ କାର୍ଯ୍ୟ ସମାପ୍ତ ହେବା ପରେ ଆସନ୍ତା ନଭେମ୍ବର ୧୪ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଏହାକୁ ଲୋକାପର୍ଣ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । 

Related Articles

Leave a Reply

Your email address will not be published.

Back to top button