ଓଡ଼ିଶା

ଗ୍ରୀଷ୍ମ ପ୍ରବାହ ନେଇ ବିଭାଗ ସମ୍ପୂର୍ଣ ରୂପେ ପ୍ରସ୍ତୁତ – ପ୍ରମିଳା ମଲ୍ଲିକ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢିବ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିବା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହାର ମୁକାବିଲା କରିବାକୁ ସମ୍ପୂର୍ଣ ରୂପେ ପ୍ରସ୍ତୁତ ରହିଛି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ପ୍ରକାଶ କରିଛନ୍ତି ।

ସାମ୍ବାଦିକ ମାନଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ଶ୍ରୀମତୀ ମଲିକ କହିଛନ୍ତି ଯେ ୨୪ ଘଂଟିଆ କଂଟ୍ରୋଲ ରୁମ କାମ କରୁଛି । ସବୁ ଜିଲ୍ଲାରୁ ପ୍ରତ୍ୟେକ ଦିନ ଏ ସମ୍ପର୍କିତ ରିପୋର୍ଟ ମଗା ଯାଉଛି । ବର୍ତମାନ ସୁଦ୍ଧା କୌଣସି ପ୍ରକାର ଅଂଶୁଘାତ ସମ୍ପର୍କିତ ଖବର ଆସି ନାହିଁ ।

ସେ କହିଛନ୍ତି ଯେ ଶକ୍ତି ବିଭାଗ ଠାରୁ ଆରମ୍ଭ କରି ପାନୀୟ ଜଳ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗକୁ ପ୍ରସ୍ତୁତ ରହିବାକୁ ପୂର୍ବରୁ ଆଲର୍ଟ କରାଯାଇଛି । ଖରା ଦିନରେ ପାନୀୟ ଜଳର ଅଭାବ ନ ହେବା ତଥା ବିଭିନ୍ନ ଚିକିତ୍ସାଳୟରେ ଆବଶ୍ୟକୀୟ ଔଷଧ ଓ ଚିକିତ୍ସାର ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି ।

Leave a Reply

Your email address will not be published.

Back to top button