କେନ୍ଦ୍ରାପଡା

୨ ବର୍ଷ ପାଇଁ ପିଡିଏସ୍ ଚାଉଳ ପରିବହନ ଓ ଯୋଗାଣ ପାଇଁ ଟେଣ୍ଡର

କେନ୍ଦ୍ରାପଡ଼ା : ଜିଲ୍ଲାର ପିଡିଏସ୍ ଚାଉଳ ପରିବହନ ଓ ଯୋଗାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଆଜି ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ଟେଣ୍ଡର ଖୋଲା ଯାଇଥିଲା । ଜିଲ୍ଲାର ଡେରାବିଶ ବ୍ଲକ ଅଧିନ ଲକ୍ଷ୍ମୀନାରାୟଣ ପୁର, ଆଳି, କେନ୍ଦ୍ରାପଡା ବ୍ଲକ ଅଧିନ ଛଘରିଆ, ମାର୍ଶାଘାଇ ବ୍ଲକ ଅଧିନ ମଶାକଣୀ ଠାରେ ଥିବା ସରକାରୀ ଗୋଦାମରୁ ଏହି ଟେଣ୍ଡର ଧାରୀ ମାନେ ଚାଉଳ ଆଣି ୨୦୨୩ -୨୪ ଓ ୨୦୨୪-୨୫ ଦୁଇ ବର୍ଷ ପାଇଁ  ପରିବହନ ଓ ଯୋଗାଣ କରିବେ ବୋଲି ଚୁକ୍ତିନାମା ହୋଇଛି । ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୈାରାଂଚଳରେ ଥିବା ଡିଲର ମାନଙ୍କୁ ସରକାରୀ ଗୋଦାମ ରୁ ଚାଉଳ ଆଣି ଯୋଗାଇବା ପାଇଁ ୧୧ ଜଣ ଟେଣ୍ଡର ଧାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଖୋଲାଯିବା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲଙ୍କ ସମେତ ବେସାମରିକ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ, ଜିଲ୍ଲା ସଡକ ପରିବହନ ଅଧିକାରୀ ଧିରେନ ନାୟକଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button