ଅପରାଧ

ଗିରଫ ସନ୍ଦିଗ୍ଧ ଆତଙ୍କୀ ଭର୍ଚୁଆଲ ଆଇ ପ୍ରସ୍ତୁତ କରିବାରେ ଥିଲା ମାଷ୍ଟର

ଲକ୍ଷ୍ନୌ: ୟୁପି ଏଟିଏସ ସାହରନପୁରରୁ ଜଣେ ଆତଙ୍କବାଦୀକୁ ଗିରଫ କରିଛି । ସନ୍ଦିଗ୍ଧ ଆତଙ୍କୀ ନଦିମକୁ ପଚରା ଉପରା ପରେ କାନପୁରର ହବିବୁଲା ଓରଫ ସୈଫୁଲ୍ଲାହକୁ ଗିରଫ କରାଯାଇଛି । ସୈଫୁଲ୍ଲାହ ସ୍ୱୀକାର କରିଛି କି, ସେ ଜୈଶ ମହମ୍ମଦ ସମ୍ପର୍କରେ ଥିଲା । ସେ ଭର୍ଚୁଆଲ ଆଇଡି ତିଆରି କରିବାରେ ସିଦ୍ଧହସ୍ତ ଓ ନଦିମ ସହ ମିଶି ସେ ପ୍ରାୟ ୩୦ ଜଣଙ୍କୁ ଭର୍ଚୁଆଲ ଆଇଡି ଦେଇଛି ।
ଏଟିଏସ ମୁତାବକ, ପାକିସ୍ତାନ ଓ ଆଫଗାନିସ୍ତାନର ଆତଙ୍କବାଦୀଙ୍କୁ ସୈପୁଲ୍ଲାହ ଭର୍ଚୁଆଲ ଆଇଡି ପ୍ରସ୍ତୁତ କରି ଦେଉଥିଲା । ସୈଫୁଲ୍ଲାହ, ଫତେପୁରର ୧୯ ବର୍ଷର ଜଣେ ଯୁକ । କାନପୁରରୁ ଗିରଫ ସୈଫୁଲ୍ଲାହ ନଦିମକୁ ଛୁରାରେ ଆକ୍ରମଣ କରିବାର ତାଲିମ ଦେଇଥିଲା । ସେ ଭର୍ଚୁଆଲ ନମ୍ବରରୁ ଫିଦାୟୀ ଫୋର୍ସର ପିଡିଏଫ ଫର୍ମାଟର ଟ୍ରେନିଂ ମଡ୍ୟୁଲ ନଦିମକୁ ପଠାଇଥିଲା । ସେ ଫତେହପୁରରେ ବସି ଭାରତରୁ ପାକିସ୍ତାନ ଓ ଆଫଗାନିସ୍ତାନ ପର୍ଯ୍ୟନ୍ତ ବହୁ ଯୁବକଙ୍କ ବ୍ରେନ ୱାସ କରି ସେମାନଙ୍କୁ ଜିହାଦୀ ହେବାକୁ ଉସକାଇଆସୁଥିଲା ।
ପଚରାଉଚରାରେ ସୈଫୁଲ୍ଲହା ମାନିଛି କି, ସେ ଓ ନଦିମ ଜୈଶ ଏ ମହମ୍ମଦ ସଂଗଠନ ସହ ସଂଶ୍ଳିଷ୍ଟ ଥିଲା । ସେ ହ୍ୱାଟ୍ସଆପ, ଟେଲିଗ୍ରାମ, ଫେସବୁକ ମେସେଞ୍ଜର ପରି ସୋସିଆଲ ମିଡିଆ ମାଧ୍ୟମରେ ଆଫଗାନିସ୍ତାନର ବହୁ ହ୍ୟାଣ୍ଡଲର୍ସଙ୍କ ସହ ସମ୍ପର୍କରେ ଥିଲା । ସୈଫୁଲ୍ଲାହ ବହୁ ଗ୍ରୁପ ରେ ଭର୍ଚୁଆଲ ଆଇ ମାଧ୍ୟମରେ ସମ୍ପୃକ୍ତ ଥିଲା ଓ ଅନ୍ୟ ସଦସ୍ୟଙ୍କୁ ଏହା ତିଆରି କରି ପ୍ରଦାନ କରୁଥିଲା । ଏହି ଗ୍ରୁପରେ ଜିହାଦୀ ଭିଡିଓ ମଧ୍ୟ ପଠାଯାଇଥାଏ ।

Related Articles

Leave a Reply

Your email address will not be published.

Back to top button