ବରଗଡ଼ ପୋଲିସକୁ ବଡ ସଫଳତା ,ଦେଶୀ ବନ୍ଧୁକ ସହ ୪ ଡ଼କାୟତ ଗିରଫ

ବରଗଡ଼ ଅତାବିରା ପୋଲିସ କୁ ମିଳିଛି ବଡ଼ ସଫଳତା । ଗତ ଜୁନ ମାସ 20 ତାରିଖ ସନ୍ଧ୍ୟା 4,30 ସମୟରେ ଅତାବିରାର ଏକ ନିଛାଟିଆ ସ୍ଥାନରେ ବାବେବିରା ଗାଁର ଜଣେ ଚାଷୀ  ଛାୟାକାନ୍ତ ପ୍ରଧାନ ଙ୍କୁ ବନ୍ଧୁକ ମୁନରେ ଭୟବିତ କରି 4 ଲକ୍ଷ 38 ହଜାର 352 ଟଙ୍କା ଲୁଟିନେଇଥିଲେ 5 ଜଣ ଦୃର୍ବୁତ୍ତ । ତେବେ ଧାନର ପ୍ରାପ୍ୟ ଟଙ୍କା ବ୍ୟାଙ୍କରୁ ଉଠାଇ ଘରକୁ ଫେରୁଥିବା ବେଳେ ଏପରି ଘଟଣା ଘଟିଥିବା ନେଇ ଅତାବିରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଛାୟାକାନ୍ତ ।

ଅଭିଯୋଗ କୁ ଭିତ୍ତିକରି  ବରଗଡ଼ ଏସପିଙ୍କ ନିର୍ଦେଶ କ୍ରମେ ଅତାବିରା ପୋଲିସର ଦୁଇଟି ଟିମ ଗଠନ କରି ଯାଞ୍ଚ ତ୍ବରାନିତ କରାଯାଇଥିଲା ।ତେବେ ଉକ୍ତ ଘଟଣାର ଦୁଇ ସପ୍ତାହ ଭିତରେ ମୁଖ୍ୟ ଅଭିଯୁକ୍ତ ସମେତ 4 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ମାରିବାରେ ସକ୍ଷମ ହୋଇଛି ।

ତେବେ ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ  ଏକ ଦେଶୀ ବନ୍ଧୁକ 5 ଟି ଜୀବନ୍ତ ଗୁଳି ସମେତ 3 ଲକ୍ଷ 80 ହଜାର ଟଙ୍କା ନଗଦ,ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ,8 ଟି ମୋବାଇଲ ଉଦ୍ଧାର କରିବାରେ ସଫଳ ହୋଇଛି ।ସେହିଭଳି ଡ଼କାୟତିରେ ବ୍ୟବହୃତ ହୋଇଥିବା 3 ଟି ଆପାଚି ବାଇକ ,ଗୋଟିଏ ସୁଜୁକି ସ୍କୁଟି,ଗୋଟିଏ  ହିରୋ ମୋଟର ସାଇକେଲ ସହ ଅନେକ ମାରଣାସ୍ତ୍ର ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଅଭିଯୁକ୍ତ ବଲାଙ୍ଗୀର ଜିଲା ସାଇଁତଲା ଥାନା ଡ଼ଙ୍ଗରା ମୁଣ୍ଡା ଓ ବନାରସ ଗାଁର ଇନ୍ଦ୍ର ଭୋଇ ,ଚିତନ୍ୟ ପୁଟା ଲଳିତ ସାହୁ ଓ ଡୋଲେଶ୍ୱର ସାହୁ ବୋଲି ବରଗଡ଼ ଏସପି ପ୍ରହ୍ଲାଦ ସାଇ ମୀନା ସୂଚନା ଦେଇଛନ୍ତି । ସୁଚନାଅନୁଯାୟୀ ସେମାନଙ୍କ ନାଁରେ ଭିନ୍ନ ଭିନ୍ନ 5 ଟି ଥାନାରେ ଡକାୟତି ମାମଲା ମଧ୍ୟ ରହିଛି ବୋଲି କହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *