ବେଆଇନ ଘର ଭାଙ୍ଗିବାକୁ ଯାଇ ପୋଲିସ ଆକ୍ରମଣର ଶିକାର

Spread the love

ପାଟଣା: ବେଆଇନ ଘର ଭାଙ୍ଗିବାକୁ ଯାଇଥିବା ପୋଲିସ ଉପରେ ଆକ୍ରମଣ । ବିହାରର  ପାଟଣାରେ ବେଆଇନ ଘର ଭାଙ୍ଗିବାକୁ ଯାଇଥିବା ପୋଲିସ ଉପରେ ଆକ୍ରମଣ ହୋଇଛି। ଏଥିରେ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଖାଲି ପୋଲିସ କର୍ମଚାରୀ ନୁହଁନ୍ତି ସିଟି ଏସ୍‌ପି ଅମରୀଶ ଲାଲ୍ ମଧ୍ୟ ଆକ୍ରମଣରେ  ଆହତ ହୋଇଛନ୍ତି । ପୋଲିସ ରାଜୀବ ନଗରେ ବେଆଇନ କବଜା କରାଯାଇଥିବାରୁ ଏହାକୁ ହଟାଇବା ପାଇଁ ଯାଇଥିଲା । ଏହି କାର୍ଯ୍ୟରେ ୧୭ଟି ଜେସିବି ଓ  ୨୦୦୦ ରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ବେ ପୋଲିସ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଥିଲା । ରାଜୀବନ ନଗର ଥାନା ଅଞ୍ଚଳରେ ନେପାଳୀ ନଗରରେ ୭୦ଟି ଘର ଧ୍ବସଂ କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟ୍ୟରେ ଉତ୍ତେଜନା ଦେଖାଦେଲା। ପୋଲିସ ମୁତାବକ ଘର ଭାଙ୍ଗିବା ସମୟରେ ଲୋକ ମାନେ ନିଜ ନିଜ ଘର ଛାତ ଉପରେ ଥାଇ ଟେକା ପଥର ମାଡ କରିଦେଲେ । ଏଥିରେ ଅନେକ ପୋଲିସ କର୍ମଚୀର ଆହତ ହୋଇଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା । ଏହାକୁ ନେଇ ନେପାଳୀ ନଗରରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଛି ।

ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ପାଟନା ଜିଲ୍ଲାପାଳ ଚନ୍ଦ୍ରଶେଖର କହିଛନ୍ତି ଘରଭଙ୍ଗା କାର୍ଯ୍ୟ ଜାରି ରହିବ । କୌଣସି ପରିସ୍ଥିତିରେ ଲୋକମାନଙ୍କୁ ସରକାରୀ ଜମି କବଜା କରିବାକୁ ଦିଆଯିବ ନାହିଁ । ଜିଲ୍ଲପାଳଙ୍କ ସୂଚନା ଅନୁସାରେ ଲୋକ ମାନଙ୍କ ଆକ୍ରମଣରେ ଦୁଇ ଜଣ ଯବାନ ଓ ସିଟି ଏସ୍‌ପି ଆହତ ହୋଇଛନ୍ତି । ୧୨ ଜଣ ଆକ୍ରମଣକାରୀଙ୍କୁ ପୋଲିସ୍ ଗିରଫ  କରିଛି ।  ସିସିଟିବି ଫୁଟେଜରୁ ଅନ୍ୟ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ସ୍ଥିତି ପୋଲିସର ନିୟନ୍ତ୍ରଣାଧୀନ ରହିବା କଥା ଜିଲ୍ଲାପାଳ କହିଛନ୍ତି । ସରକାରୀ ଜମିରେ ବେଆଇନ ନିର୍ମାଣ ଭାଙ୍ଗିବା ସମ୍ପର୍କିତ ନୋଟିସ୍ ଲୋକ ମାନଙ୍କୁ ପୂର୍ବରୁ ଦିଆଯାଇଥିବା କଥା କହିଛନ୍ତି । ଅନ୍ୟ ପକ୍ଷରେ ଲୋକ ମାନେ କହିଛନ୍ତି ପ୍ରତି ମାସରେ ନଗର ନିଗମକୁ ଟିକସ ଦେଉଛୁ । ତେବେ ଆମ ଘର ବେଆଇନ ହେଲା କିପରି ।

 ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Leave a Reply

Your email address will not be published. Required fields are marked *