ଗୁଣିଗାରେଡି ସନ୍ଦେହରେ ଗଡ଼ିଲା ମୁଣ୍ଡ

ଗୁଣିଗାରେଡ଼ି ସନ୍ଦେହରେ ଗଡିଲା ତିନି ମୁଣ୍ଡ l ଅତ୍ୟାଧୁନିକ ମଣିଷ ଭିତରେ ଏବେବି ବଞ୍ଚି ରହିଛି ଗୁଣି ଗାରେଡ଼ି ପରି ଅନ୍ଧବିଶ୍ୱାସ l ଆଉ ଯେଉଁ ଅନ୍ଧବିଶ୍ୱାସ ପାଇଁ  ଗଞ୍ଜାମ ଧରାକୋଟ ବ୍ଲକ ଖାରିପଲ୍ଲୀ ଗାଁ ଆଶାନ୍ତ ହୋଇ ପଡିଥିବା ବେଳେ ଗଡିଛି ତିନି ମୁଣ୍ଡ l ତିନି ବର୍ଷ ପୂର୍ବେ ଗୁଣି ଗାରେଡ଼ି ସନ୍ଦେହରେ ଗ୍ରାମବାସୀ ମାନେ ଗାଁର ଚାରି ପରିବାରକୁ ବାସନ୍ଦ କରିଥିବା ବେଳେ ସେମାନଙ୍କୁ ମାଡ ମାରିଥିଲେ l ଘଟଣାକୁ ନେଇ ଥାନାରେ ଏତଲା ହୋଇଥିବା ବେଳେ ସେତେବେଳେ ଦୁଇ ପରିବାର ଗାଁ ଛାଡି ବାହାରକୁ ଚାଲିଯାଇଥିଲେ l ଘଟଣାର ୬ମାସ ପରେ ପୋଲିସ ପ୍ରଶାସନର ସହାୟତାରେ ଗ୍ରାମବାସୀକୁ ବୁଝାସୁଝା ପରେ ଗାଁକୁ ଫେରିଥିଲେ ଦୁଇ ପରିବାର l ସେବେଠାରୁ ଗ୍ରାମବାସୀ ଓ ସେହି ପରିବାର ଭିତରେ ତିତକ୍ତା ଲାଗିରଥିଲା l ଯାହାର ପରିଣାମ ଗତକାଲି ସନ୍ଧ୍ୟାରେ ଗାଳି ଗୁଲଜ କରିବାକୁ ନେଇ ଖଦାଳ ଓ ଗ୍ରାମବାସୀ ମଧ୍ୟରେ ବଚସା ହୋଇଥିଲା l ବଚସା ସମୟରେ ପୁଅ ରତ୍ନାକର ବେହେରା ଗ୍ରାମବାସୀଙ୍କ ଉପରେ ଅଚାନକ ଖଣ୍ଡାରେ ଆକ୍ରମଣ କରିଥିଲା ଫଳରେ ଚାରି ଗ୍ରାମବାସୀ ଗୁରୁତର ହୋଇଥିଲେ l ଅପରପକ୍ଷରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଘଟଣାସ୍ଥଳରେ ଖଦାଳ ଏବଂ ରତ୍ନାକରଙ୍କର ମୃତ୍ୟୁ ହୋଇଥିଲା l ସେପଟେ ୪ ଗୁରୁତରଙ୍କୁ  ଧରାକୋଟ ମେଡିକାଲ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ରମେଶ ବେହେରାଙ୍କୁ ମୃତ ଘୋଷଣା କରିଥିଲା l

ତେବେ  ଗୁଣି ଗାରେଡ଼ିକୁ ନେଇ ଦୀର୍ଘ ତିନି ବର୍ଷ ହେଲା ଗ୍ରାମବାସୀ ଓ ବାସନ୍ଦ ପରିବାରଙ୍କ ମଧ୍ୟରେ ତିକ୍ତତା ଲାଗି ରହିବା ବେଳେ ଗତକାଲି ଉଗ୍ରରୂପ ନେଇଥିଲା l ଏହାକୁ ନେଇ ଗ୍ରାମରେ ଅଶାନ୍ତି ଦେଖା ଯାଇଥିବା ବେଳେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ଆସିକା ଏସଡିପିଓ, ବଡଗଡ, ଧରାକୋଟ, କୋଟିନଡ଼ା, ପାଟପୁରୁ, ଶେରଗଡ଼ ଥାନା ଅଧିକାରୀଙ୍କ ସମେତ ଭଞ୍ଜନଗର ଓ ଛତ୍ରପୁର ଦୁଇ ଆଡ଼ିସନାଲ୍ ଏସ୍ପି ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଗ୍ରାମରେ  ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।   ଘଟଣାରେ ଏବେ ସୁଦ୍ଧା ୧୩ ଜଣ ଗ୍ରାମବାସୀକୁ ପୋଲିସ ଅଟକ ରଖି ତଦନ୍ତ କରୁଥିବା କହିଛନ୍ତି ଗଂଜାମ ଏସ୍ପି।

ଗୁଣି ଗାରେଡ଼ି ଭଳି ଅନ୍ଧବିଶ୍ୱାସରେ ଏମିତି ଅନେକ ଜୀବନ ବଳି ପଡ଼ୁଥିବା ବେଳେ କେଉଁଠି ନା କେଉଁଠି ପ୍ରଶାସନ ମଧ୍ୟ ଲୋକ ମାନଙ୍କୁ ସଚେତନ କରିବାରେ ବିଫଳ ହୋଇଛି l ଆଗାମୀ ଦିନରେ ପ୍ରଶାସନ ତରଫରୁ ଲୋକମାନଙ୍କୁ ଅନ୍ଧବିଶ୍ୱାସ ବିରୋଧରେ ସଚେତନ କରିବା ସହ ଭ୍ରାନ୍ତ ଧାରଣା ଦୂର କରିବା ନିତାନ୍ତ ଆବଶ୍ୟକ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *