ଖଲ୍ଲିକୋଟ ଥାନା ପୋଲିସ କୁ ମିଳିଛି ବଡ ସଫଳତା,ଗଞ୍ଜାମ ଖଲ୍ଲିକୋଟରେ ଚୋରା ଚାଲାଣବେଳେ ବିପୁଳ ପରିମାଣର ରୁପା ଜବତ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥ ଗୁରୁପଲ୍ଲି ଟୋଲ ଗେଟ୍ ନିକଟରେ ଯାଞ୍ଚବେଳେ ଏକ କାରରୁ ୮୮ କେଜିର ରୁପା ଓ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି । ରୁପାର ମୂଲ୍ୟ ୩୨ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଖଲ୍ଲିକୋଟ ପୋଲିସ ଚଢ଼ାଉ କରି କାର, ରୁପା ଟଙ୍କା ଜବତ ସହ ୨ଜଣଙ୍କୁ ଅଟକ ରଖିଛି । ତେବେ ଏହା କେଉଁଠୁ ଆସିଲା ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now