କଟକରେ ଡବଲ ଏନକାଉଣ୍ଟର

କଟକରେ ଡବଲ ଏନକାଉଣ୍ଟର । କମିଶନରେଟ ପୋଲିସ କୁ ମିଳିଛି ବଡ ସଫଳତା । ଦୁଇ ଦୁର୍ଦାନ୍ତ ଅପରାଧୀଙ୍କୁ ପୋଲିସ ର ଏନକାଉଣ୍ଟର । ଚୌଦ୍ୱାର ପୋଲିସ ଏବଂ ସ୍ପେଶାଲ ସ୍କ୍ୱାଡର ମିଳିତ ଏନକାଉଣ୍ଟର ।ଚୌଦ୍ଵାର ଥାନା ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ଗ୍ରାମ ପାର୍ଶ୍ଵରେ ହୋଇଛି ଏନକାଉଣ୍ଟର ।ସାଇନ୍ ଟିଫିକ ଟିମ୍ କରୁଛି ତଦନ୍ତ । ଦୁଇ ଅପରାଧୀ ସଂଗ୍ରାମ ରାଉତ ଓରଫ କଟାଶ, ଶୁଭ୍ରଜିତ ପରିଡା ଓରଫ ଜୁବୁଲା । କଟାଶ ଙ୍କ ନାଁ 15 ଏବଂ ଜୁବୁଲା ନାଁ ରେ 50ରୁ ଉର୍ଦ୍ଧ ମାମଲା ରହିଛି । ଉଭୟଙ୍କ ଗୋଡ଼ରେ ବାଜିଛି ଗୁଳି । ସେମାନଙ୍କ ଠାରୁ ବନ୍ଧୁକ,ଗୁଳି ଏବଂ ଏକ ବାଇକ୍ ଜବତ କରିଛି ପୋଲିସ । ଦୁହିଁଙ୍କୁ ଏସସିବି ମେଡ଼ିକାଲ ରେ ଭର୍ତ୍ତି ।ଭୁବନେଶ୍ୱର, କଟକ ଆଦି ସ୍ଥାନରେ ଏମାନଙ୍କ ଅପରାଧିକ କାର୍ଯ୍ୟକଳାପ ରହିଛି  ଅଧିକ ତଦନ୍ତ ଚାଲିଥିବା କହିଛନ୍ତି କଟକ ଡିସିପି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *