୪୦ରୁ ଅଧିକ ସ୍କୁଲକୁ ବୋମା ବିସ୍ଫୋରଣ ଧମକ !

ଦିଲ୍ଲୀ ୪୦ରୁ ଅଧିକ ସ୍କୁଲକୁ ବୋମା ବିସ୍ଫୋରଣ ଧମକର ଇମେଲ। ଏଥିମଧ୍ୟରୁ ଡିପିଏସ ଆରକେ ପୁରମ ଏବଂ ଜିଡି ଗୋଏଙ୍କା ସ୍କୁଲ ପଶ୍ଚିମ ବିହାର ଏହି ଧମକଭରା ମେଲ ନେଇ ପ୍ରଥମେ ସୂଚନା ଦେଇଥିଲେ। ଖବର ପାଇଁ ପୁଲିସ, ଅଗ୍ନିଶମ ଅଧିକାରୀ, ଡଗ ସ୍କ୍ୱାର୍ଡ ଏବଂ ବୋମା ଚିହ୍ନଟକାରୀ ଦଳ ଘଟଣାସ୍ଥଳରେ ପହଁଚି ସର୍ଚ୍ଚ ଅପରେସନ କରିଥିଲେ। କିନ୍ତୁ କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନଥିବା ସୂଚନା ଦେଇଥିଲା ପୁଲିସ। ପୁଲିସର ସୂଚନା ଅନୁସାରେ ସୋମବାର ଦିନ ସକାଳେ ଦିଲ୍ଲୀର ପ୍ରାୟ ୪୦ରୁ ଅଧିକ ସ୍କୁଲକୁ ବୋମା ବିସ୍ଫୋରଣ ନେଇ ଧମକଭରା ମେଲ ଆସିଛି। ଯେଉଁଥିରେ ୩୦ହଜାର ଡଲାର ମାଗିଥିଲେ, ଯଦି ଦେୟ ପ୍ରଦାନ କରାନଯାଏ ତେବେ ବିସ୍ଫୋରଣ ହେବ ବୋଲି ଧମକ ଦିଆଯାଇଥିବା ପୁଲିସ କହିଛି। ତେବେ ସତର୍କତାମୂଳକ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ସ୍କୁଲ ମିଳିଥିବା ମେଲରେ ଲେଖାଥିଲା କି, ବମ୍ ବହୁତ ଛୋଟ ଅଟେ, ତାକୁ ବହୁତ ଭଲ ଭାବରେ ଲୁଚାଇ ଖଞ୍ଜାହୋଇଛି। ଏହାସହ କୁହାଯାଇଛି ଯେ, ଏଥିରେ ଏହି ବିଲ୍ଡିଂର ବେଶି କିଛି କ୍ଷତି ହେବନି।  ସ୍କୁଲ ଭିତରର ଅନେକ ସ୍ଥାନରେ ବୋମା ଖଞ୍ଜା ଯାଇଛି, ବିଲ୍ଡିଂର କିଛି କ୍ଷତି ନେହେଲେ ବି ଏହି ବିସ୍ଫୋରଣରେ ଅନେକ ଜଣ ଆହତ ହେବେ ବୋଲି ଧମକ ଦିଆଯାଇଛି। ଯଦି ତୁରନ୍ତ ୩୦ହଜାର ଡଲାର ନମିଳେ ତେବେ ବ୍ଲାଷ୍ଟ କରାହେବ ବୋଲି ମେଲରେ ଚେତାବନୀ କୁହାଯାଇଛି। ତେବେ ଏହି ଇମେଲଟି ଡିପିଏସ କୁ ସକାଳ ୭ଟା ୬ରେ ଆସିଥିଲା। ପୁଲିସର ସୂଚନା ଅନୁସାରେ ଦିଲ୍ଲୀ ପବ୍ଲିକ ସ୍କୁଲ ଆରକେ ପୁରମ ଏବଂ ଜିଡି ଗୋଏଙ୍କା ସ୍କୁଲ ପଶ୍ଚିମ ବିହାର ବ୍ୟତୀତ ମଦର ମେରୀ ସ୍କୁଲ, ବ୍ରିଟିଶ ସ୍କୁଲ, ସଲୱାନ ପବ୍ଲିକ ସ୍କୁଲ ଏବଂ କେମ୍ୱ୍ରିଜ ସ୍କୁଲକୁ ମଧ୍ୟ ବୋମା ବିସ୍ଫୋରଣ ନେଇ ଧମକଭରା ଇମେଲ ଆସିଛି। ମଦର ମେରୀ ସ୍କୁଲ ତରଫରୁ ଅଭିଭାବକ ମାନଙ୍କୁ ଆସିଥିବା ସୂଚନା ଅନୁସାରେ, ଆଜି ସକାଳେ ଇମେଲ ଯୋଗେ ସ୍କୁଲକୁ ବୋମା ବିସ୍ପୋରଣ ନେଇ ଏକ ଧମକ ଆସିଛି। ସେଥିପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସତର୍କତାମୂଳକ ଭାବେ ତୁରନ୍ତ ବାହାର କରାଯାଉଛି। ତେଣୁ ସମସ୍ତଙ୍କୁ ଅନୁରୋଧ ତୁରନ୍ତ ଆସି ନିଜ ପିଲାଙ୍କୁ ନିଜ ବସଷ୍ଟପରୁ ନେଇଯାଅନ୍ତୁ। ଏହାସହ ବସ ରୁଟ ଇନଚାର୍ଜ ଆପଣଙ୍କୁ  ସମୟ ସମୟରେ ବସ ଚଳାଚଳ ବିଷୟରେ ଅବଗତ କରାଇବେ ବୋଲି ମେସେଜରେ କୁହାଯାଇଥିଲା।

ସେପଟେ ଘଟଣା ନେଇ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ସେ କହିଛନ୍ତି ଯେ, ହୋଇଛି। ଦିଲ୍ଲୀରେ ପ୍ରତିଦିନ ଘଟୁଥିବା ମୁଣ୍ଡଜାମିନ, ହତ୍ୟା, ଗୁଳିକାଣ୍ଡ ପରେ  ଏବେ ସ୍କୁଲ ଉପରେ ବୋମା ବିସ୍ପୋରଣ ହେବାର ଧମକ ମିଳୁଛି। ଦିଲ୍ଲୀରେ ଆଇନଶୃଙ୍ଖଳା ପରିସ୍ଥିତି ଏତେ ଖରାପ ନଥିଲା। ବିଜେପି ଶାସିତ କେନ୍ଦ୍ର ସରକାର ଏହାର ଏକମାତ୍ର କାର୍ଯ୍ୟ ସୁରକ୍ଷା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଛି। ଦିଲ୍ଲୀବାସୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଆତିଶୀ କହିଛନ୍ତି। ସେହିଭଳି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ୍ସରେ ପୋଷ୍ଟ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିନ୍ଦା କରିବା ସହ କହିଛନ୍ତି ଯେ, ଦିଲ୍ଲୀରେ ଲୋକେ କେବେ ଏଭଳି ଆଇନ ଶୃଙ୍ଖଳା ପରସ୍ଥିତି ଦେଖିନାହାନ୍ତି। ଏଥିପାଇଁ ଅମିତ ଶାହ ଆସି ଦିଲ୍ଲୀବାସୀଙ୍କୁ ଉତ୍ତର ଦେବା ଉଚିତ। ଅନ୍ୟପଟେ ପ ନେତା ମନୀଷ ସିସୋଦିଆ କହିଛନ୍ତି, ଆଶ୍ଟର୍ଯ୍ୟଜନକ ଯେ, ସହରରେ ପିଲା ମାନେ ମଧ୍ୟ ସୁରକ୍ଷିତ ନୁହନ୍ତି। ଦିଲ୍ଲୀରେ ବିଜେପି ଭୟର ପରିବେଶ ସୃଷ୍ଟି କରିଛି।

ସୂଚନାଯୋଗ୍ୟ ଯେ, ଦୁଇ ମାସ ପୂର୍ବେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ସିଆରପିଏଫ ବିଦ୍ୟାଳୟକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିଲା। ଏଥିପାଇଁ ବୋମା ଧମକ ଏବଂ ଅନ୍ୟାନ୍ୟ ଆପାଦକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏକ SOP  ସହ ଏକ  ବ୍ୟାପକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଗତ ନଭେମ୍ୱର ୧୯ରେ ଦିଲ୍ଲୀ ହାଇକୋର୍ଟ ଆପ ନେତୃତ୍ୱାଧିନ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ପୁଲିସକୁ  ନିର୍ଦ୍ଦେଶ ଦେଇଥିଲେ।

ରିପୋର୍ଟ-ନମିତା ପଟ୍ଟନାୟକ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *