ମଦ୍ରାସା ରେ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହାଫିଜ୍ ରିଜୁୱାନ କୋର୍ଟ ଚାଲାଣ

Spread the love

ଭୁବନେଶ୍ୱର : ମଦ୍ରାସା ଚଳାଉଥିବା ହାଫିଜ୍ ରିଜୁୱାନ ମଦ୍ରାସା ରେ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇ ଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁସାରେ ନିଆଳି ନୂଆଗାଁ ପଞ୍ଚାୟତ ମଝିଖଣ୍ଡ ଗ୍ରାମର ନଳିତାପାରି ବସ୍ତିରେ ଥିବା ମିସ୍ ବାହା ଉଲ୍ଲମ୍ ନାମକ ମଦ୍ରାସା ରେ ନାବାଳକ ଙ୍କୁ ଶାରୀରିକ ମାନସିକ , ଜୋର୍ ଜବରଦସ୍ତ ଅପ୍ରାକୃତିକ ଯୌନ ନିର୍ଯାତନା ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଗତ ମଙ୍ଗଳବାର ୨ନାବାଳକ ମଦ୍ରାସାରୁ ଲୁଚି ଖସି ପଳେଇଥିଲେ । ବାଲିପାଟଣା ଥାନା ଅନ୍ତର୍ଗତ ଅପୂଜାରେ ବୁଲୁଥିବା ୨ନାବାଳକ ଙ୍କୁ ସ୍ଥାନୀୟ ଲୋକ ଧରି ବାଲିପାଟଣା ଥାନାକୁ ଖବର ଦେଇଥିଲେ । ଭୁବନେଶ୍ୱର ଚାଇଲ୍ଡ ଲାଇନ୍ ତାଙ୍କୁ ଉଦ୍ଧାର କରି ହେପାଜତକୁ ନେଇଥିଲେ । ୨ ନାବାଳକ ଝାଡ଼ଖଣ୍ଡ ରାଜ୍ୟର । ଗତକାଲି ଚାଇଲ୍ଡ ଲାଇନ୍ ନିଆଳି ଥାନାରେ ଅଭିଯୋଗ କରିବା ପରେ ସେହି ଅଭିଯୋଗ ଆଧାରରେ ନିଆଳି ପୋଲିସ କେସ ନମ୍ବର ୨୧୯/୨୩ରେ ମାମଲା ରୁଜୁ କରି ରିଜୁୱାନ ଙ୍କୁ ଆଜି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *