ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଗିରଫ

Spread the love

ଯାଜପୁର ଧର୍ମଶାଳା ଥାନା କୋତପୁର ପଞ୍ଚାୟତ ସାନରାଏପଡା ଗ୍ରାମରେ ବିବାହର ଦେଢ଼ ମାସ ପରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା। ହତ୍ୟା ଅଭିଯୋଗ ପରେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ସ୍ୱାମୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, କୋତପୁର ପଞ୍ଚାୟତ ସାନରାଏପଡା ଗ୍ରାମର ବେହେରା ସାହିର ନଟ ବେହେରାଙ୍କ ପୁଅ ବାବନ ବେହେରା ଗତ ମେ ମାସରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ପଂଚାୟତ ଗୋଡା ଗ୍ରାମର ମମତା ବେହେରାକୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ଗତକାଲି ଘରେ ଶୋଇଥିବା ଅବସ୍ଥାରେ ମମତାର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ମମତା ଆତ୍ମହତ୍ୟା କରିଛି ବୋଲି ଶାଶୁ ଘର ଲୋକେ କହିଥିବା ବେଳେ ମୃତ ମମତାର ପରିବାର ଲୋକେ ଯୌତୁକ ପାଇଁ ଶାଶୁ ଘର ଲୋକେ ହତ୍ୟା କରିଥିବା ଗତକାଲି ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ସ୍ୱାମୀ ବାବନ ବେହେରାଙ୍କୁ ଗତକାଲି ଥାନାରେ ଅଟକ ରଖି ପଚରା ଉଚରା କରିଥିବା ବେଳେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *