LUMEX FRAUD: RAJEEV DASH AND SONIA TRIPATHY (ଅସଲିକୁ ନେଇ ନକଲିର ଖେଳ)

Spread the love

24/04/2023

() ସବୁ ତ ଜାଲି। ସଂସ୍ଥା ବି ଜାଲି। ସଂସ୍ଥା ଖୋଲିଥିବା ବ୍ୟକ୍ତିବିଶେଷଙ୍କ କାରନାମା ବି ଜାଲିଆତି ଉପରେ ଗଢ଼ା ଥିଲା। ତା ହେଲେ ସଂସ୍ଥାର ଆୟବ୍ୟୟର ହିସାବ ଆସିବ କେଉଁଠୁ। ଏ କଥା ଆମେ କହୁନୁ। ଖୋଦ୍ ରାଜୀବ ଦାସ ନିୟୋଜିତ କରିଥିବା ଅଡିଟର ଏହାକୁ ସ୍ୱୀକାର କରିଛନ୍ତି। ଯେତେବେଳେ କୋର୍ଟ ଅଫିସର ଲୁମେକ୍ସ କମ୍ପାନୀର ବାଲାନ୍ସ ସିଟ୍ ଓ ବୁକ୍ସ ଅଫ ଆକାଉଣ୍ଟସ ଅଡିଟ ରିପୋର୍ଟ ମାଗିଲେ, ନିଜର କେମିତି ଅସହାୟତା ଦେଖାଇଥିଲେ ଅଡିଟର ।

ଲୁମେକ୍ସ ସଂସ୍ଥାର ଜାଲିଆତିର ଗୋଟିଏ ପରେ ଗୋଟିଏ ପ୍ରମାଣ ଏବେ ସାମ୍ନାକୁ ଆସିବାରେ ଲାଗିଛି। ରାଜୀବ ଦାସ, ସୋନିଆ ତ୍ରିପାଠୀ ସେମାନଙ୍କ ସହଯୋଗୀଙ୍କ ଜାଲିଆତିର କାରନାମାର ଆଉ ଏକ ଲେଖାଯୋଖା ଦସ୍ତାବିଜ୍ ଏବେ ହାତରେ ଲାଗିଛି ଏମିତିରେ ତ ପୂର୍ବରୁ ଜିଓକେମ୍, ଜିନ୍ଦଲ, ଆଦିତ୍ୟ ବିର୍ଲା ଭଳି ଅନେକ ସଂସ୍ଥା ସହ ମିଛ ବ୍ୟବସାୟିକ କାରବାରର ଗୁମର ଖୋଲିସାରିଛି। ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ଦସ୍ତଖତକୁ ଜାଲି କରି କମ୍ପାନୀକୁ ଆରଓସିରେ ପଞ୍ଜୀକରଣ ହେଉ ଅବା ଲୁମେକ୍ସ କମ୍ପାନୀର ଗତିବିଧି ପରଖି ଗଲା ବେଳକୁ କମ୍ପାନୀର ଚେୟାର ଟେବୁଲ୍ ବି ନଥିଲା ବୋଲି କୋର୍ଟ ଅଫିସରଙ୍କ ବୟାନ ଏ ସବୁ ଦିଗ ରାଜୀବଙ୍କ ଠକାମୀର ଗୋଟିଏ ଗୋଟିଏ ଜ୍ୱଳନ୍ତ ନଜିର। ଆଉ ଆଜି ଏଥିରେ ଯୋଡ଼ି ହୋଇଛି ଆଉ ଏକ ପ୍ରମାଣ। ଲୁମେକ୍ସ ସଂସ୍ଥା ପୁରା ଜାଲି ଥିଲା ବୋଲି ଏହାକୁ ପରୋକ୍ଷରେ ମାନିଛନ୍ତି ରାଜୀବ ଯାହାଙ୍କୁ ସଂସ୍ଥାର ଅଡିଟ୍ ଦାୟିତ୍ୱ ନ୍ୟସ୍ତ କରିଥିଲେ, ସେ ଅଧିକାରୀ କୋର୍ଟ ଅଫିସର ସୁରେଶ ପଟ୍ଟନାୟକଙ୍କୁ ଲେଖିଥିବା ଏହି ଚିଠି ହିଁ ଏହାର ପ୍ରମାଣ ଦେଉଛି। ଅକ୍ଟୋବର ୧୩, ୨୦୨୧ ଲୁମେକ୍ସ ସଂସ୍ଥା ନିୟୋଜିତ କରିଥିବା ଅଡିଟର ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ରଶ୍ମୀରଞ୍ଜନ ମିଶ୍ରଙ୍କୁ କୋର୍ଟ ଅଫିସର ଏହି ତାରିଖରେ ମାଗିଥିଲେ ସଂସ୍ଥାର ଅଡିଟ୍ ହୋଇଥିବା ବାଲାନ୍ସ ସିଟ୍ ବୁକ୍ସ ଅଫ ଆକାଉଣ୍ଟସର ବିସ୍ତୃତ ବିବରଣୀ କାରଣ ସେତେବେଳକୁ କୋର୍ଟ ଅଫିସର ନିଜର ଫରେନସିକ ଅଡିଟରେ ପାଇସାରିଥିଲେ ଯେ, ଲୁମେକ୍ସ ସଂସ୍ଥାରେ ସେତେବେଳକୁ ତାଲା ଠୁଙ୍କି ରାଜୀବ ସହଯୋଗୀ ପାର୍ ହୋଇସାରିଲେଣି। ଏପରିକି ଡିଏଲଏଫ ସାଇବର ସିଟିରେ ଖୋଲିଥିବା ଲୁମେକ୍ସ ସଂସ୍ଥାରେ ଚେୟାର ଟେବୁଲ୍ ବି ପାଇନଥିଲେ ସୁରେଶ ପଟ୍ଟନାୟକ। ଆଉ କମ୍ପାନୀର ଏଭଳି ଗତିବିଧି ଦେଖି କୋର୍ଟ ଅଫିସର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ ଜାଣିଥିଲେ ଯେ, ଅନେକ କମ୍ପାନୀ ସହ ନେଣଦେଣ କେବଳ କାଗଜପତ୍ରରେ ହୋଇଛି କିନ୍ତୁ ଅସଲରେ ନିବେଶକଙ୍କ ଟଙ୍କାକୁ ନିଜ ନିଜ ଭିତରେ ଭାଗ ବଣ୍ଟୁଆରା କରି ଖାଇଯାଇଛନ୍ତି ନିର୍ଦେଶକମଣ୍ଡଳୀ ସବୁ ଫ୍ରଡ୍ ବୋଲି କେବଳ ଆଶଙ୍କା କରିନଥିଲେ। ରିପୋର୍ଟ ବି ଦେଇଥିଲେ ଯେ, କମ୍ପାନୀ ଆଉ ନାହିଁ। ସବୁ ଜାଲି। ସେଥିଲାଗି କମ୍ପାନୀର ଅଡିଟରଙ୍କୁ ଆୟବ୍ୟୟ ହିସାବ ମାଗିଥିଲେ। ଯାହା ଆଇନଗତ କିନ୍ତୁ ମାଗିବାର ୫ଟା ଦିନ ପରେ ଯେଉଁ ଉତ୍ତର ଆସିଲା, ତାହା ସମସ୍ତଙ୍କୁ ତାଜୁବ୍ କରିଦେଇଥିଲାଅକ୍ଟୋବର ୧୮, ୨୦୨୧  ଲୁମେକ୍ସ ସଂସ୍ଥା ନିୟୋଜିତ କରିଥିବା ଚାଟାର୍ଡ ଆକାଉଣ୍ଟାଣ୍ଟ ରଶ୍ମୀରଞ୍ଜନ ମିଶ୍ର ଯେଉଁ ଉତ୍ତର ଫେରାଇଥିଲେ। ଆଉ ନିଜର ଅସହାୟତା ଦେଖାଇଥିଲେ, ତାହା ରାଜୀବଙ୍କ ଠକାମୀର ବଡ଼ ପ୍ରମାଣ ଦେଇଥିଲା। ରଶ୍ମୀ କହିଥିଲେ ଯେ, ଲୁମେକ୍ସ ସଂସ୍ଥାର ବୋର୍ଡ ଅଫ ଡାଇରେକ୍ଟର୍ସ ମିଟିଂର ରିଜୋଲୁସନ ଅନୁସାରେ ତାଙ୍କ ଫାର୍ମକୁ ଅଗଷ୍ଟ ୨୦,୨୦୧୯ରେ ପ୍ରଥମ ସାମ୍ୱିଧାନିକ ଅଡିଟର ଭାବେ ନିୟୋଜିତ କରାଯାଇଥିଲା ବାର୍ଷିକ ସାଧାରଣ ପରିଷଦ ବୈଠକରେ ସେୟାର ହୋଲଡରଙ୍କ ସହ ପ୍ରଥମ ବୈଠକ ନ ସରିବା ଯାଏ ଜୁଲାଇ ୨୨, ୨୦୧୯ରୁ ମାର୍ଚ୍ଚ ୩୧, ୨୦୨୦ ଯାଏ ଏହି ଫାର୍ମ କାମ କରିବ କିନ୍ତୁ ରଶ୍ମୀରଞ୍ଜନ ମିଶ୍ରଙ୍କ ଚାଟାର୍ଡ ଆକାଉଣ୍ଟ ଫାର୍ମକୁ ସିନା ନିୟୋଜିତ କରିଦେଲା ଲୁମେକ୍ସ। ହେଲେ ଏହା ପରଠୁ ସଂପୃକ୍ତ ଚାଟାର୍ଡ ଆକାଉଣ୍ଟ ଫାର୍ମକୁ କୌଣସି ଆକାଉଣ୍ଟ ସମ୍ୱନ୍ଧୀୟ କାଗଜପତ୍ର ଦେଲେନି ରାଜୀବ ସହଯୋଗୀ କେବଳ କାଗଜପତ୍ରରେ ନିୟୋଜିତ କରିଦିଆଗଲା। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ନିଯୁକ୍ତ କରାଗଲା, ସେ ଅବଧି ଭିତରେ କାମ ଦିଆଗଲାନି ଦେଇଥାଆନ୍ତା ବି କେମିତି କମ୍ପାନୀ ସବୁ ଜାଲି ନେଣଦେଣ ସବୁ ନିଜ ନିଜ ଭିତରେ। ଯେଉଁ କମ୍ପାନୀ ନାଁରେ ନେଣଦେଣ ଦେଖାଇଥିଲେ, ସେ ସବୁ କମ୍ପାନୀ ସହ ଲୁମେକ୍ସ ସଂସ୍ଥାର କେବେ ବି ବ୍ୟବସାୟିକ କାରବାର ହୋଇନଥିଲା ତା ହେଲେ ନେଣଦେଣର ହିସାବ ଦେଖାଇବେ କେଉଁଠି ସେଥିଲାଗି କୋର୍ଟ ଅଫିସରଙ୍କୁ ଲେଖିଥିବା ଚିଠିରେ ଚାଟାର୍ଡ ଆକାଉଣ୍ଟାଣ୍ଟ ରଶ୍ମୀରଞ୍ଜନ ମିଶ୍ର ନିଜର ଅସହାୟତାକୁ ଦର୍ଶାଇଛନ୍ତି। ସେଥିଲାଗି କମ୍ପାନୀର ଅଡିଟ୍ ହୋଇଥିବା ବାଲାନ୍ସ ସିଟ୍ ଆକାଉଣ୍ଟସ ବାବଦରେ କୌଣସି ତଥ୍ୟ ଦେବା ସମ୍ଭବ ନୁହେଁ ବୋଲି ହାତ ଟେକିଦେଇଥିଲେ ରଶ୍ମୀରଞ୍ଜନ ସେଥିଲାଗି ତ କୋର୍ଟ ଅଫିସର ପ୍ରମୋଟରଙ୍କ ବିରୁଦ୍ଧରେ ଆକ୍ସନ ନେବାକୁ ରିପୋର୍ଟରେ ଉଲ୍ଲେଖ କରିଥିଲେ। କୋର୍ଟଙ୍କ ନିର୍ଦେଶ ସତ୍ତ୍ୱେ ରାଜୀବ କୌଣସି ନଥିପତ୍ର ଦାଖଲ କରିନଥିଲେ କି କୋର୍ଟ ଅଫିସରଙ୍କୁ ସହଯୋଗ କରିନଥିଲେ ଫରେନସିକ୍ ଅଡିଟରୁ ବି ସବୁ ଜାଲି ବୋଲି ପରେ ଜଣାପଡ଼ିଥିଲା।

ସେପଟେ ଏତଲା ଦେବାର ୧୭ ମାସ ବିତିଗଲାଣି। କମିଶନରେଟ ପୁଲିସଠୁ ତଦନ୍ତ ଭାର ଇଓଡବ୍ଲୁକୁ ଯାଇ ବି ମାସେ ହୋଇଗଲାଣି ହେଲେ ଅଭିଯୁକ୍ତଙ୍କୁ ଠାବ କରିବା, ସେମାନଙ୍କ ବିରୁଦ୍ଧରେ ଆଇନଗତ ଆକ୍ସନ ନେବାରେ ଆଖିଦୃଶିଆ ପଦକ୍ଷେପ ନାହିଁ ଆକାଉଣ୍ଟ ଅଚଳ, ଅଭିଯୁକ୍ତଙ୍କ ଠିକଣାରେ ଛାପା ମାରିବା ଏସବୁ ଦିଗକୁ ତଦନ୍ତକାରୀ ସଂସ୍ଥା କେତେଦୂର ଆଗେଇନେଲାଣି, ତାକୁ ନେଇ ସବୁ ଅନ୍ଧାରରେ। ଅଭିଯୁକ୍ତଙ୍କ ଲାଗି ପୁଲିସ ଅଡ଼ୁଆ ନା ସହାୟକ ସାଜୁଛି, ଏ ଘଟଣାକୁ ନେଇ ସନ୍ଦେହ ବଢ଼ୁଛି।

ଲୁମେକ୍ସ ଜୁଲାଇ ୧୯ରେ ଗଠନ ହୋଇଥିଲା। ଡିସେମ୍ୱର ୧୯ରେ ବନ୍ଦ ହୋଇଗଲା। ମାତ୍ର ୬ ମାସ ଭିତରେ କମ୍ପାନୀ ଛିଡ଼ା କରି ଅନେକଙ୍କୁ ଚୂନ ଲଗାଇଥିବା ରାଜୀବ ତାଙ୍କର ସହଯୋଗୀଙ୍କ କାରନାମା ବାବଦରେ ତଦନ୍ତ କରିବାକୁ କମିଶନରେଟ ପୁଲିସ କେମିତି ଟାଳଟୁଳ ନୀତି ଆପଣାଇଥିଲା, ତାହା ଅତୀତ। ଆଉ ଇଓଡବ୍ଲୁ ଭଳି ଦକ୍ଷ ତଦନ୍ତକାରୀ ସଂସ୍ଥା ସେମିତି କିଛି ଫଣ୍ଡା ଆପଣାଉନି ତ। ସାଧାରଣରେ ଏମିତି ସନ୍ଦେହରୁ ଉର୍ଦ୍ଧ୍ୱରେ ରହି ଇଓଡବ୍ଲୁ ତଦନ୍ତରେ ନିଜର ସ୍ୱଛତା ବିଶ୍ୱସନୀୟତା ଅବିଳମ୍ୱେ ଦେଖାଇବ ବୋଲି ନିବେଶକାରୀ ଆଶାବାଦୀ।

ବ୍ୟୁରୋ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍..

Leave a Reply

Your email address will not be published. Required fields are marked *