ଯବାନଙ୍କୁ ଟାର୍ଗେଟ କରି ଖଞ୍ଜିଥିଲେ ବୋମା ,୧୬ ମାଓବାଦୀ ଗିରଫ

ମାଲକାନଗିରି  ସୀମାନ୍ତ ଛତିଶଗଡ଼ ବିଜାପୁର ଗାଙ୍ଗାଲୁର ଅଞ୍ଚଳରେ ପୁଲିସ ଓ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ବୋତଲ ବୋମା । ପ୍ରତି ବୋତଲରେ ଦୁଇ କିଲୋ ଲେଖାଏଁ ଆଇଡି ବିସ୍ଫୋରକ ରଖାଯାଇଥିଲା । ସୁରକ୍ଷା ବାହିନୀକୁ ଟାର୍ଗେଟ କରି ମାଓବାଦୀ ଏଥିରେ ପ୍ରେସର ସୁଇଚ ସିଷ୍ଟମ ଖଞ୍ଜିଥିଲେ । ତେବେ ମାଓବାଦୀଙ୍କ ଏହି ଯୋଜନାକୁ ବୋମା ବିରୋଧୀ ଦଳ ଓ ସୁରକ୍ଷା କର୍ମୀ ପଣ୍ଡ କରିଛନ୍ତି । ଛତିଶଗଡ ପୁଲିସ ଓ ଯବାନମାନେ ୧୬ ମାଓବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ତେବେ ବିଜାପୁର ଜିଲ୍ଲାର ୩ଥାନା ଅଞ୍ଚଳରୁ ୧୩ ଜଣଓ ସୁକୁମା ଜିଲ୍ଲାରୁ ୩ ମାଓବାଦୀଙ୍କୁ ସୁରକ୍ଷା ବାହିନୀ ଗିରଫ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *