ଡଷ୍ଟବିନକୁ ନବଜାତକ ଆସିଲା କେମିତି?

Spread the love

କଟକ:  କଟକ ଏସସିବି ପ୍ରସୂତି ବିଭାଗ ଅଳିଆ ଗଦାରୁ ଉଦ୍ଧାର ହେଲା, ନବଜାତ ଶିଶୁ ପୁତ୍ର। ଆହତ ଅବସ୍ଥାରେ ଶିଶୁଟିକୁ ଉଦ୍ଧାର ପରେ ଚାଲିଛି ଚିକିତ୍ସା । ତେବେ ଏହି ଶିଶୁ ଏଠାକୁ କିପରି ଆସିଲା,କିଏ ତାକୁ ଏଠାରେ ପକାଇଲା। ତେବେ ଘଟଣାର ବିଧିବଦ୍ଧ ତଦନ୍ତ କରୁଛି ମଙ୍ଗଳାବାଗ ପୋଲିସ। 

ଏସସିବି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପୁଣି ଅଘଟଣ। ବୁଧବାର ବିଳମ୍ବିତ ରାତିରେ ଅଳିଆ ଗଦା ରୁ ଆହତ ଅବସ୍ଥାରେ ଉଦ୍ଧାର ହୋଇଛି ନବଜାତ ଶିଶୁ ପୁତ୍ର। ଶିଶୁଟିର ହାତ ଭାଙ୍ଗି ଯାଇଥିବା ବେଳେ ଆଖି ଓ ଗୋଡରେ ଲାଗିଛି ଆଘାତ। ଶିଶୁଟି ଅଳିଆ ଗଦା ପାଖରେ କାନ୍ଦୁଥିବାର ଶୁଣି ସୁରକ୍ଷା କର୍ମୀ ତାକୁ ଉଦ୍ଧାର କରିଛନ୍ତି। ନବଜାତର ଚିକିତ୍ସା ଏସ.ଏନ.ସି.ୟୁରେ କରାଯାଉଛି। ତେବେ ଏ ନବଜାତ ଶିଶୁ କାହାର? କିଏ ତାକୁ ଏଠାରେ ଏପରି ଅବସ୍ଥାରେ ପକାଇଲା? ଏ ପୁରା ଘଟଣାର ବିଧିବଦ୍ଧ ତଦନ୍ତ ପାଇ ଏସସିବି ପକ୍ଷରୁ ମଙ୍ଗଳାବାଗ ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି। ଏହାସହ ଏସସିବି ର ଏକ ଟିମ୍ ମଧ୍ୟ ଘଟଣାର ତଦନ୍ତ କରୁଛି । 

ସୂଚନା ଅନୁଯାୟୀ ମୟୁରଭଞ୍ଜ ଠାକୁରମୁଣ୍ଡା ଅଞ୍ଚଳର ମାନସ ଜେନା ତାଙ୍କ ଦ୍ୱିତୀୟ ପତ୍ନୀ ଚାନ୍ଦୁ ତୁବିଡକୁ ୧୯ତାରିଖ ରେ ପ୍ରସୂତି ପାଇଁ ଏସସିବି ରେ ଭର୍ତ୍ତି କରିଥିଲେ। ତେବେ ୨୧ତାରିଖରେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ନେଇଥିଲା। ଆଉ ସେହି ଦିନ ବିଳମ୍ବିତ ରାତିରେ ତାଙ୍କ ପୁଅ ହଠାତ କେଉଁଆଡେ ଗାୟବ ହୋଇଯାଇଥିଲା। ତେବେ ପୁଅ ହଜି ଯିବା କଥା ପ୍ରଥମେ ମାନସଙ୍କୁ ପ୍ରଥମ ପତ୍ନୀ ଭାରତୀ ଜେନା ଜଣାଇଥିଲା। ତେବେ ଘଟଣାର କିଛି ସମୟ ପରେ ଅଳିଆ ଗଦାରୁ ଶିଶୁଟି ଉଦ୍ଧାର କରାଯାଇଥିଲା।

 ଏଠି ପ୍ରଶ୍ନ ଉଠୁଛି ତୃତୀୟ ମହଲାରେ ଶିଶୁଟି ଥିବା ବେଳେ କିପରି ସେ ତଳେ ଥିବା ଡ଼ଷ୍ଟବିନରୁ ମିଳିଲା। ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ଉଦ୍ଧାର ହୋଇଥିବା ଶିଶୁ ପୁତ୍ରଟି ତାଙ୍କର ବୋଲି ମାନସ ଦାବି କରୁଥିବା ବେଳେ ସେ ଏଥିପାଇଁ କାହାକୁ ଦାୟୀ କରୁ ନାହାନ୍ତି। କେବଳ ଏତିକି ନୁହେଁ ଏନେଇ ଥାନାରେ ଅଭିଯୋଗ ମଧ୍ୟ କରି ନାହାନ୍ତି। ଯାହାକି ଘଟଣାକୁ ଅଧିକ ରହସ୍ୟ ଘେରକୁ ଟାଣି ନେଇଯାଇଛି । ଅପରପକ୍ଷେ ପୋଲିସ ପ୍ରାଥମିକ ତଦନ୍ତରୁ ପରିବାର ସଦସ୍ୟଙ୍କ ସଂପୃକ୍ତି ଥିବା ସନ୍ଦେହ କରୁଛି। ତେବେ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ପ୍ରତ୍ୟେକ ଦିଗ ରୁ ତଦନ୍ତ କରାଯାଇ ଏଥିରେ ସମ୍ପୂର୍କ୍ତ ଥିବା ବ୍ୟକ୍ତିଙ୍କୁ ଧରାଯିବ ବୋଲି ଡିସିପି କହିଛନ୍ତି।

ଚିତ୍ତରଞ୍ଜନ ସାମନ୍ତରାୟ

Leave a Reply

Your email address will not be published. Required fields are marked *