ନୂଆଦିଲ୍ଲୀ: ଝାରଖଣ୍ଡ ଦୁମକାରେ ଏକତରଫା ପ୍ରେମକୁ ନେଇ ଅଙ୍କିତା ମୃତ୍ୟୁ ଘଟଣା ଥମିନଥିବା ବେଳେ ପୁଣି ରାଜଧାନୀରୁ ଆସିଛି ଆଉ ଏକ କରୁଣ ଚିତ୍ର। ପାଗଳ ପ୍ରେମିକ ପ୍ରେମରେ ସଫଳ ନ ହେବାରୁ ନାବାଳିକା ପ୍ରେମିକାକୁ ମରିଛି ଗୁଳି। ଏଥିରେ ଛାତ୍ରୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି।
ଦିଲ୍ଲୀର ସଙ୍ଗମ ବିହାରରେ ରହୁଥିବା ଜଣେ ୯ମ ଶ୍ରେଣୀ ଛାତ୍ରୀକୁ ଅମାନତ ଅଲ୍ଲୀ ନାମକ ବ୍ୟକ୍ତି ପ୍ରେମ କରୁଥିଲା। ଏମିତି କି, ଇଷ୍ଟାରେ ମଧ୍ୟ ଛାତ୍ରୀଙ୍କ ପ୍ରେମ ନିବେଦନ କରି ହଇରାଣ ହରକତ କରୁଥିଲା। ଏଥିରେ ବିରକ୍ତ ହୋଇ ଛାତ୍ରୀ ଉକ୍ତ ବ୍ୟକ୍ତିକୁ ବ୍ଲକ କରିଦେଇଥିଲା। ଯାହା ପ୍ରେମିକ ଅମାନତ ଉତ୍କ୍ଷପ୍ତ ହୋଇଯାଇଥିଲା।
୨୫ ଅଗଷ୍ଟରେ ଛାତ୍ରୀ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଏକ ବାଇକରେ ୩ ଜଣ ତାଙ୍କୁ ପିଛା କରିଥିଲେ। ଯେତେବେଳେ ଛାତ୍ରୀ ସଙ୍ଗମ ବିହାର ବି ବ୍ଲକ ନିକଟରେ ପହଞ୍ଚିଲା ଜଣେ ଛାତ୍ରୀ ଉପରକୁ ଗୁଳି କରିଥିଲା ଓ ସେଠାରୁ ଫେରାର ହୋଇଯାଇଥିଲେ। ଛାତ୍ରୀଙ୍କ ଦେହରେ ଗୁଳି ଲାଗି ଥିବାରୁ ତାଙ୍କ ସ୍ଥିତି ଗମ୍ଭୀର ରହିଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଆସିନାହିଁ।
ଏହା ପୂର୍ବରୁ ଝାରଖଣ୍ଡର ଦୁମକାରୁ ଏହିପରି ଖବର ଆସିଥିଲା। ଯୁବକର ପ୍ରେମ ନିବେଦନ ପ୍ରତ୍ୟାକ୍ଷନ କରିବାରୁ ପ୍ରେମିକ ଅଙ୍କିତା ଶୋଇଥିବା ବେଳେ ତାଙ୍କ ଉପରକୁ ଝରକା ପଟେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲା। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶେଷରେ ଅଙ୍କିତା ଆଖି ବୁଜିଦେଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now