ରୁକ୍ସାନା ବାନୋଙ୍କ ମୃତ୍ୟୁ କୁ ନେଇ ବଡ ଚକ୍ରାନ୍ତ, ଏମିତି କହିଲେ ରୁକ୍ସାନାଙ୍କ ମାଆ

ସମ୍ବଲପୁରୀ ଅଭିନେତ୍ରୀ ରୁକ୍ସାନା ବାନୋଙ୍କ ମୃତ୍ୟୁ ଘଟଣା। ପଶ୍ଚିମ ଓଡିଶାର ନାମକରା ଆଲବମ କଳାକାର ରୁକ୍ସାନା ବାନୋଙ୍କ ମୃତ୍ୟୁ ଗୁମର ଖୋଲିବାକୁ ପରିବାର ସଦସ୍ୟମାନେ ଟାଉନ ଥାନା ପୋଲିସର ସହଯୋଗ ଲୋଡିଛନ୍ତି। ମୃତା ରୁକ୍ସାନାଙ୍କ ମା ସହିଦା ବେଗମ ଲିଖିତ ଏତଲାରେ ସବୁ ବିଷୟ ଉଲ୍ଲେଖ କରିଛନ୍ତି। ଏତଲାରେ ସେ ନିଜ ଝିଅକୁ ଚକ୍ରାନ୍ତ କରି ମାରିଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି। କଳାହାଣ୍ଡି ଜିଲ୍ଲାର ଜଣେ ଜଣାଶୁଣା ଗାୟିକା ତଥା ଅଭିନେତ୍ରୀ ରୁକ୍ସାନା ବାନୋଙ୍କ ଗତ ୧୯ରେ ଭୁବନେଶ୍ୱରଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଭବାନୀପାଟଣାରୁ ବଲାଙ୍ଗୀର ପରେ ବରଗଡ଼ ସ୍ଥିତ ବିକାଶ ହସ୍ପିଟାଲର ଆଇସିୟୁରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ। ଶେଷରେ ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲକୁ ପରିବାରଲୋକେ ନେଇଥିଲେ। ସେଠାରେ ପହଁଞ୍ଚିବା ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। କିନ୍ତୁ କିଛି ଦିନର ବ୍ୟବଧାନ ପରେ ଆଜି ରୁକ୍ସନା ବାନୋଙ୍କ ମୃତ୍ୟୁକୁ ନେଇ ମା ସହିଦା ବେଗମ ଝିଅର ମୃତ୍ୟୁ ପାଇଁ କରାଯାଇଥିବା ବଡଧରଣର ଚକ୍ରାନ୍ତରେ ରୁକୁ ସୁନା ଓ ତା ଇଙ୍ଗିତରେ କେତେଜଣ ସାମିଲ ହୋଇଛନ୍ତି ବୋଲି କୁହାଯାଇଛି। ଚିକିତ୍ସାରେ ଅବହେଳା କଥା ଉଠାଇ ବରଗଡ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ଦୁଇ ଡାକ୍ତରଙ୍କ ଅବହେଳା ବିରୁଦ୍ଧରେ ଥାନାରେ ଦେଇଥିବା ଏତଲାରୁ ଜଣାପଡିଛି। ବଲାଙ୍ଗୀର ଠାରେ “ଦିଲବାଲି” ଆଲବମ ସୁଟିଂ ସେଟରୁ ସବୁ ଘଟଣା ଘଟିଥିବା ମା ଓ ରୁକ୍ସାନାର ଭଉଣୀ ରୁବି ବାନୋ ପୋଲିସ ନିକଟରେ କିଛି ପ୍ରମାଣକୁ ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *