ଆଜି ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି ତରଫରୁ ଜିଲ୍ଲା ଶିକ୍ଷା ବିଭାଗ ରେ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବଣ୍ଟନ ରେ ଦୁର୍ନୀତି ହେବା ନେଇ ଅଭିଯୋଗ ହୋଇଛି l ବିଜେପି ସରକାର ଘୋଷଣା କରିଥିଲେ ଯେ ପିଲା ମାନଙ୍କୁ ଯେଉଁ ଡ୍ରେସ ଦିଆଯିବ ସେଥିରେ ଷ୍ଟିଛିଙ୍ଗ ରହିବ ଓ ମହିଳା ସମିତି ଦ୍ୱାରା ପ୍ରଦାନ କରାଯିବ ଯାହା ଫଳରେ ମହିଳା ସ୍ୱାବଲମ୍ବୀ ହେବେ କିନ୍ତୁ ତାହା ବାସ୍ତବ ରେ ହେଇନାହିଁ । ମହିଳାଙ୍କ ନାମ ରେ ଦୋକାନ ରୁ ଜିନିଷ ଆସୁଛି କିନ୍ତୁ ସେଥିରେ ଷ୍ଟିଛିଙ୍ଗ ନାହିଁ । ନିମ୍ନ ମାନର ଡ୍ରେସ ଦିଆଯାଉଛି । ଆଗେ ସ୍କୁଲ କମିଟି ଫାଇନାଲ କରୁଥିଲା । କିନ୍ତୁ ଏବେ ସ୍କୁଲ କମିଟି ର କ୍ଷମତା କୁ ସଂକୁଚିତ କରି ତାଙ୍କ ଠାରୁ ଅଧିକାର ଛଡେଇ ନିଆଗଲା । ପୁରୀ ଜିଲ୍ଲା ରୁ ୧ କୋଟି ଟଙ୍କା ଏହି ଡ୍ରେସ କୁ ନେଇ ହେରଫେର କରାଯାଇଥିବାବେଳେ ସମଗ୍ର ଓଡିଶା ରେ ୩୦ରୁ ୫୦ କୋଟି ଟଙ୍କା ହେରେଫେର ହୋଇଛି ବୋଲି ଅଭିଯୋଗ କରିଛି ଆମ ଆଦମୀ ପାର୍ଟି l ପୁରୀ ସଦର ପାଇଁ ୧୪ ଟି ସଂସ୍ଥା କୁ ବଣ୍ଟନ ଦିଆଯାଇଥିବା ବେଳେ ବ୍ରହ୍ମଗିରି ବ୍ଲକ ରେ ଗୋଟିଏ ସଂସ୍ଥା କୁ ଦିଆଯାଇଛି ।
ତେଣୁ ସେହି ସଂସ୍ଥା ପ୍ରତି ସନ୍ଦେହ ଦୃଢ଼ୀ ଭୁତ ହେବାରେ ଲାଗିଛି . କାହା ସ୍ୱାର୍ଥ ରେ ଏତେ ନିମ୍ନ ମାନର ପୋଷାକ ଦିଆଯାଇଛି । ଏତେ ଟଙ୍କା ଅର୍ଥ କାହା ପାଖକୁ ଯାଇଛି । କିଏ କିଏ ସାମିଲ ଅଛନ୍ତି ସେନେଇ ଏ ସବୁ ର ତଦନ୍ତ କରାଯାଉ । ଏହା ଉପରେ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନ ରେ ଆପ ଏହାକୁ ବିରୋଧ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି l
Naxatra News is now on Whatsapp
Join and get latest news update delivered to you via whatsapp
Join Now