ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ

Spread the love

କଂଗ୍ରେସ କାର୍ଯ୍ୟାଳୟ ଉପରେ ଆକ୍ରମଣ। କେରଳରେ କଂଗ୍ରେସ କାର୍ଯ୍ୟାଳୟକୁ ଜବରଦସ୍ତି ପସିବା ସହ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ ହୋଇଛି। କଂଗ୍ରେସ ନେତା କେ.ସି ଭେନୁଗୋପାଲି କହିଛନ୍ତି ଯେ, ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ସମୟରେ SFI ଦଳର କର୍ମୀମାନେ ୱାୟାନାଡ ସାଂସଦ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟକୁ ଜବରଦଖଲ କରିବାକୁ ଚେଷ୍ଟା କରିଥିଲେ।

କେରଳର ୱାୟାନାଡ ରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରେ ଭଙ୍ଗା ରୁଜା ହୋଇଛି। ଏନେଇ ଭାରତୀୟ ଯୁବ କଂଗ୍ରେସ ଟୁଇଟ କରି ଅଭିଯୋଗ କରିଛନ୍ତି। କଂଗ୍ରସ ନେତା କେସି ଭେନୁଗୋପାଲି କହିଛନ୍ତି ଯେ, ଶୁକ୍ରବାର ଅପରାହ୍ନ ପ୍ରାୟ ୩ ଟା ସମୟରେ SFI ଦଳର କର୍ମୀ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରେ ଜବରଦସ୍ତି ପଶିବାକୁ ଚେଷ୍ଟା କରିଥିଲେ। ଏହାପରେ କଂଗ୍ରେସ କର୍ମଚାରୀଙ୍କ ଉପରେ ନିର୍ଦ୍ଦୟ ଭାବରେ ଆକ୍ରମଣ କରିଥିଲେ। ତେବେ ଏହି ଆକ୍ରମଣ କଣ ପାଇଁ ହୋଇଛି ତାହାର କାରଣ ଜଣା ନ ଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।     

କଂଗ୍ରେସ ନେତା କେସି ଭେନୁଗୋପାଲି ଆଉ ମଧ୍ୟ କହିଛନ୍ତି ଯେ, ସେମାନେ ବଫର ଜୋନ୍ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରି ଆସୁଛନ୍ତି। ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କର ଭୂମିକା କିଛି ରହିନାହିଁ। ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଯଦି ସେହି ପ୍ରସଙ୍ଗରେ କିଛି କରାଯାଇପାରିବ , ତେବେ ଏହା କେରଳର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇପାରିବ। ସେ କହିଛନ୍ତି ଯେ, ୱାୟାନାଡର ସାଧାରଣ ଲୋକଙ୍କୁ ଦେଖି ରାହୁଲ ଗାନ୍ଧୀ ତାଙ୍କ ହସ୍ତକ୍ଷେପ ପାଇଁ କେରଳର ସିଏମଙ୍କୁ ଚିଠି ଲେଖିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। କିନ୍ତୁ ଏହି SFI ର ଯୁବକମାନେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟକୁ ଜବରଦସ୍ତି ପଶି କିପରି ଆକ୍ରମଣ କରୁଛନ୍ତି ତାହା ବୁଝାପଡୁ ନାହିଁ।

ଏହା ସିପିଏମ୍ ନେତୃତ୍ୱର ଏକ ସ୍ପଷ୍ଟ ଷଡଯନ୍ତ୍ର ବୋଲି କୁହାଯାଇଛି।  ଗତ ୫ ଦିନ ହେବ ରାହୁଲ ଗାନ୍ଧୀଙ୍କୁ ଇଡି ଜେରା କରୁଥିବା ବେଳେ କେରଳର ସିପିଏମ୍  କଂଗ୍ରେସ ବା ରାହୁଲଙ୍କୁ ଆକ୍ରମଣ ନରେନ୍ଦ୍ର ମୋଦିଙ୍କ ପଦାଙ୍କ ଅନୁସରଣ ପରି ମନେ ହେଉଛି।

ବ୍ୟୁରୋ ଇନପୁଟ୍ ସହ ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍

Leave a Reply

Your email address will not be published. Required fields are marked *