ଭଡାଘରୁ ସପ୍ଟୱେୟାର ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର

Spread the love

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ ।  ଭଡା ଘରୁ ମିଳିଲା ମହିଳା ସପ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ। ମୃତକ ହେଉଛନ୍ତି ଭଦ୍ରକ ଜିଲ୍ଲାର ଶ୍ଵେତା ଉତ୍କଳ କୁମାରୀ । ସେ ଇନ୍ଫୋସିଟି ସଫ୍ଟୱେଆର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ  ।  ଆପାର୍ଟମେଣ୍ଟରେ କେହି ନଥିବା ବେଳେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

ଶ୍ଵେତା ଇନ୍ଫୋସିଟିରେ ସପ୍ଟୱେୟାର ଇଞ୍ଜିନିୟର ଭାବେ କାମ କରୁଥିବା ବେଳେ ଚନ୍ଦ୍ରଶେଖର ପୁର ଅଞ୍ଚଳରେ ରହୁଥିଲେ। ଶନିବାର ଦିନ ତାଙ୍କ ପରିବାର ଲୋକେ ଫୋନ କରିଥିଲେ ମଧ୍ୟ ତାଙ୍କ ସହ କଥା ହେବା ସମ୍ଭବ ହୋଇ ନ ଥିଲା। ତାଙ୍କ ଫୋନ ସୁଇଚଅଫ ଥିବା ସୂଚାଇଥିଲା ।  ଶେଷରେ ନିରାଶ ହୋଇ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତାଙ୍କ ମୋବାଇଲ ଟ୍ରାକ୍‌ କରିବା ପରେ ଜଣାପଡିଥିଲା ଫୋନଟି ଆପାର୍ଟମେଣ୍ଟ ଭିତରେ ପୂର୍ବରୁ ସୁଇଚ ଅଫ ରହିଥିଲା ।

ଏହା ପରେ ପୁଲିସ ସେ ରହୁଥିବା ରୁମର କବାଟ ତାଡି ଭିତରେ ପସି ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲା। ଏହା ପରେ ପୁଲିସ ମୃତଦେହ ଉଦ୍ଧାର କରି ପଞ୍ଚନାମା ଓ ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।

ଘଟଣାସ୍ଥଳରୁ ପୋଲିସ ହାତରେ ଏକ ଡାଏରୀ ଲାଗିଛି  । ଯେଉଁଥିରେ ଶ୍ୱେତା ଜଣେ ପୁରୁଷ ବନ୍ଧୁଙ୍କ ସମ୍ପର୍କରେ ଲେଖିଛନ୍ତି । ତେବେ ସ୍ବେତା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଟାଙ୍ଗି ଦିଆଯାଇଛି, ଉଭୟ ଦିଗରେ ପୁଲିସ ତାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *