ପୋଲିସ ହାତରୁ କଏଦୀ ଛୁ

Spread the love

ନବରଙ୍ଗପୁର: ପୋଲିସ ଗାଡିରୁ ଛୁ ହୋଇଛି କଏଦୀ । ଘଟଣାଟି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ମଙ୍ଗଳବାର ଦିନ ଲୁକୁ ଭୁମିଆ ନାମକ ଜଣେ କଏଦୀ କୋର୍ଟର ଶୁଣାଣି ସାରି ଜେଲକୁ ଫେରବା ବେଳେ ରାସ୍ତାରୁ ଚମ୍ପଟ ମାରିଥିଲା । ତେବେ ଦୀର୍ଘ 3 ଘଣ୍ଟାର ଅପରେସନ୍ ପରେ ପୋଲିସ ହାତରେ ଧରାପଡିଛି କଏଦୀ ।

କଏଦୀ ଜଣକ ଡକାୟତ ମାମଲାରେ ଖାତିଗୁଡା ଥାନା ହାତରେ ଧରାପଡି ନବରଙ୍ଗପୁର ସବଜେଲରେ  ବନ୍ଦୀ ଜୀବନ କାଟୁଥିଲା । ଆଜି କୋର୍ଟରେ ହାଜର ହେବାପାଇଁ ଲୁକୁ ଭୁମିଆକୁ ନବରଙ୍ଗପୁର କୋର୍ଟ ନିଆଯାଇଥିଲା । କୋର୍ଟର ଶୁଣାଣି ସାରି ଅଭିଯୁକ୍ତ ଲୁକୁ କୁ ନେଇ ଜେଲ ଫେରୁଥିଲା ପୋଲିସ । ପୋଲିସ ଷ୍ଟେସନ ପାଖରେ ରାସ୍ତାକାମ ଚାଲୁଥିବାରୁ ଭ୍ୟାନଟି ଭିତରକୁ ଯାଇପାରିନଥିଲା । ଏହି ମୌକାର ସୁଯୋଗ ନେଇ ଚମ୍ପଟ ମାରିଥିଲା ଲୁକୁ ଭୁମିଆ ।  ପୋଲିସ ମଧ୍ୟ ତାର ପଛରେ ଗୋଡାଇଥିଲା କିନ୍ତୁ ଧରିବାକୁ ଅସଫଳ ହୋଇଥିଲା ।

ପରେ ଲୁକୁ କୁ ଧରିବା ପାଇଁ ପୋଲିସ ବିଭିନ୍ନ ଜାଗାରେ ଚଢାଉ କରିଥିଲା  । କୌଣସି ସୁତ୍ରରୁ ଖବର ପାଇ ଜାମଲା କଲୋନୀରେ ମଧ୍ୟ ଚଢାଉ କରିଥିଲା କଏଦୀ ଜଣକ ସେଠାରେ ଏକ ଗଛମୂଳେ ଛପିରହିଥିଲାବେଳେ ପୋଲିସ ତାକୁ ମାଡି ବସିଥିଲା ଓ ଜେଲକୁ ଆଣିଥିଲା ।

Leave a Reply

Your email address will not be published. Required fields are marked *