ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକ ସାଳନ୍ଦୀ ଜଳ ସେଚନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡି ବସିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ ଭଦ୍ରକ ସହରର ପୋଷ୍ଟ ଅଫିସ ଛକ ନିକଟ ସରକାରୀ ଆବାସ ବାହାରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଧରିଛି । ୫ ଲକ୍ଷ ଟଙ୍କା ନେଉଥିବା ସୂଚନା ମିଳିଥିବା ବେଳେ କେଉଁ କାରଣ ଓ କାହା ନିକଟରୁ ଟଙ୍କା ନେଉଥିଲେ ସେ ନେଇ ଭିଜିଲାନ୍ସ ସ୍ପଷ୍ଠ ସୂଚନା ଦେଇ ନାହିଁ । ତେବେ ବାଲେଶ୍ୱର ଭିଜିଲାନ୍ସ ଟିମ ରେଡ଼ କରିଥିବା ସୂଚନା ମିଳିଛି ।
ତାଙ୍କ ସରକାରୀ ଆବାସ ଉପରେ ରେଡ ହୋଇଛି। ଭିଜିଲାନ୍ସ ଅଧିକାରୀ ସରକାରୀ ଆବାସରେ ଟଙ୍କା ଗଣତିରେ ଲାଗିଛନ୍ତି। ତେବେ ଖାଲି ଭଦ୍ରକ ସ୍ଥିତ ସରକାରୀ ଆବାସ ନୁହେଁ, ବାଇପାସ ସ୍ଥିତ କାର୍ଯ୍ୟାଳୟ, ଶ୍ୱଶୁର ଘର ଓ ଖଇରା ସ୍ଥିତ ଘରେ ମଧ୍ୟ ରେଡ଼ ହେଉଥିବା ସୂଚନା ମିଳିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now