୨୩ଶହ ଟଙ୍କା ହେଲା ସାଧାରଣ ଧାନର ଏମଏସପି

Spread the love

ସାଧାରଣ ଧାନର ଏମଏସପି ୨୩ଶହ ଟଙ୍କା ହେଲା। ଆଉ ଗ୍ରେଡ୍ ଏ ଧାନର ଏମଏସପି ୨୩୨୦ ଟଙ୍କା। ଧାନ ସମେତ କେନ୍ଦ୍ର ସରକାର ୧୪ଟି ଖରିଫ ଫସଲର ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ସେପଟେ ଏମଏସପିକୁ ନେଇ ରାଜନୀତି ବି ଘମାସାନ ହୋଇଛି ଓଡ଼ିଶାରେ। ଧାନର ସର୍ବନିମ୍ନ ସହାୟକମୂଲ୍ୟ ୩୧ଶହ ଟଙ୍କା କରିବେ ବୋଲି ଓଡ଼ିଶାରେ କଥା ଦେଇଯାଇଥିବା ପ୍ରଧାନମନ୍ତ୍ରୀ ଏହା କାହିଁକି କଲେନି ବୋଲି ବିଜେଡି ପଚାରିଛି। କ୍ୱିଣ୍ଟାଲ ପିଛା ମାତ୍ର ୧୧୭ ଟଙ୍କା ବଢ଼ିଲା। ସ୍ୱାମୀନାଥନ କମିଟିର ସୁପାରିଶ ଆଧାରେ ଚାଷୀଙ୍କ ଉତ୍ପାଦିତ ଖର୍ଚ୍ଚକୁ ଆଖି ଆଗରେ ରଖି ଏମଏସପି ଧାର୍ଯ୍ୟ କରିବାକୁ ଦାବି କରିଛି ବିଜେଡି। କଂଗ୍ରେସ ବି ସମାନ କଥା କହିଛି। ବିଜେପିର ଇସ୍ତାହାର ଓ ମୋଦିଙ୍କ ପ୍ରତିଶୃତି ପାଣିର ଗାର ପାଲଟିଛି ବୋଲି କଂଗ୍ରେସ ଆରୋପ ଲଦିଛି। ସ୍ୱାମୀନାଥନ କମିଟିର ସୁପାରିଶ ଆଧାରରେ ଏମଏସପି ବୃଦ୍ଧି କରନ୍ତୁ କେନ୍ଦ୍ର ସରକାର। ଆଉ ବିଜେପି କହିଛି, ଦୀର୍ଘ ଦିନ ଧରି ଶାସନଗାଦିରେ ଥିବା ଦଳ ଚାଷୀଙ୍କ ଦୁଃଖ ବୁଝିଲେନି। ୧୫ ଦିନ ହେବ ଓଡ଼ିଶାରେ ବିଜେପି ସରକାର ଆସିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କା ନିଶ୍ଚିତ ହେବ ବୋଲି ବିଜେପି କହିଛି।

Leave a Reply

Your email address will not be published. Required fields are marked *